ବିନାଦୋଷ ରେ ଵାନ୍ଦୀନେଲା ପୋଲିସ୍ ବୋଲି ଏମାନେ ଦାବି କରୁଛନ୍ତି l

ମୁଁ ବର୍ଷା ଫଟୋ ନିୟୁଜ, “ନିୟୁଜ ରୁମ “କୁ ସ୍ୱାଗତ କରୁଛି।ନିୟମଗିରି ଡ଼ଙ୍ଗରିଆଙ୍କ ସାମ୍ବାଦିକ ସମ୍ମିଳନୀ। ବିନାଦୋଷ ରେ ଵାନ୍ଦୀନେଲା ପୋଲିସ୍ ବୋଲି ଏମାନେ ଦାବି କରୁଛନ୍ତି l କଳାହାଣ୍ଡି ପୁଲିସ ଗିରଫ୍ କରି କୋର୍ଟ ଚାଲାଣ ପ୍ରତିବାଦରେ ଆଜି ନିୟମଗିରି ଡ଼ଙ୍ଗରିଆ ମାନେ ପାର୍ଷାଲି ଠାରେ ସାମ୍ବାଦିକ ସମ୍ମିଳନୀ କରିଥିଲେ। ନିୟମଗିରି ପାହାଡର ସୁରକ୍ଷା ସମିତିର ଆବାହକ ଲଦ ଶିକକା ଙ୍କ ନେତୃତ୍ୱରେ ୩୫ଖଣ୍ଡ ଗ୍ରାମର କିଛି ମୁଖିଆ ମାନେ ପାର୍ଷାଲି ପଞ୍ଚାୟତ ନିକଟ ଆମ୍ବ ଗଛ ଠାରେ ଉପସ୍ଥିତ ହୋଇଥିଲେ। ମାର୍ଚ୍ଚ ମାସ ୨୫ତାରିଖ ଦିନ ଆମ ନେତା ଲିଙ୍ଗରାଜ ଆଜାଦ ଓ ସୁରେଶ ସଂଗ୍ରାମ ଙ୍କୁ କଳାହାଣ୍ଡି ପୁଲିସ ଡକାଇ ଗିରଫ କରିବା ସହ ଅଦାଲତ କୁ ପଠାଇ ଦେଇଛନ୍ତି।ଏହା କରିବା ପୂର୍ବରୁ ନିୟମଗିରି ଡ଼ଙ୍ଗାରିଆଙ୍କ ନିଷ୍ପତ୍ତି ନେବା କଥା ।

ଏହି ସରକାର ଆସିବା ଦିନ ଠାରୁ ଯିଏ କମ୍ପାନୀ ବିରୋଧୀ, ଦେଶ ମାଟି ପାଇ କାମ କରି ଆସୁଛନ୍ତି ସେମାନଙ୍କୁ ବିଭିନ୍ନ ପ୍ରକାର ବାହାନା କରି ଗିରଫ କରୁଛି ପୋଲିସ।ଯେଉଁ ମାନେ ଦିନ ଦିପହରରେ ଚୋରି, ଡକାୟତି, ହତ୍ୟା କରୁଛନ୍ତି ସେମାନଙ୍କୁ ଖୋଲାରେ ଛାଡି ଦେଉଛି ବୋଲି ଏମାନେ ଦାବି କରନ୍ତି।ଲିଙ୍ଗରାଜ ଆଜାଦ ନିୟମଗିରି ଅଞ୍ଚଳର, ବାସଙ୍ଗମାଳି,କୁଦୃମାଳି ରେ କମ୍ପାନୀ ବିରୋଧ କରି ଆମ ନିୟମଗିରି ପାହାଡ଼କୁ ସୁରକ୍ଷା କରିଛନ୍ତି। ସେଥିରୁ ମାଟି, ପାଣି ପବନ ପାଇ ବଞ୍ଚିଛୁ।

ସେଥିପାଇଁ ନୁହେଁ ଭାରତ ଓ ଓଡିଶା ପାଇ ସଂଗ୍ରାମ କରିଥିଲା। ସଂଗଠନ କୁ ଧରି ସମ୍ଭିଧାନ ପାଇ ଲଢ଼ୁଛନ୍ତି. ଆମେ ବି ଲଢେ଼ଇ କରୁଛୁ।ଏହି ଦୁଇ ଜଣଙ୍କୁ ବିନା ଦୋଷ ରେ ଖୋଲାସ କରାନଗଲେ ଆଗାମୀ ଦିନରେ ପ୍ରତି ପଞ୍ଚାୟତ ଗାଁ ଗାଁ ରେ ବୈଠକ କରି ଏକ ମେଳି କରିବା ପରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ବେଦାନ୍ତ କମ୍ପାନୀ ଓ ଥାନା ସମ୍ମୁଖରେ ଧାରଣାଓ ଶୋଭାଯାତ୍ରା ଦେବୁ ବୋଲି ନିୟମଗିରି ସୁରକ୍ଷା ସମିତିର ଆବାହଜ ଲଦ ଶିକକା କହିଛନ୍ତି। ଏଥିରେ ଦଦୀ ଶିକକା, ଡ୍ରିକା କାଡ୍ରାକା, ମାନୁ ଶିକକା,ସମ୍ବା ସିକକା ପ୍ରମୁଖ ଉପସ୍ଥିତ ରହିଥିଲେ। ଗୁଣପୁର ରୁ ହୃଷିକେଶ ପାତ୍ରଙ୍କ ରିପୋର୍ଟ ଫଟୋ ନିୟୁଜ।

Leave a Reply

Your email address will not be published. Required fields are marked *