ଜେଲ ମାନୁଆଲ କୁ ମାନୁନାହାନ୍ତି ଜେଲ କତୃପକ୍ଷ

ଫଟୋ ନିୟୁଜ, “ନିୟୁଜ ରୁମ”କୁ ସ୍ୱାଗତ କରୁଛି ମୁଁ ବର୍ଷା। ଜେଲ ମାନୁଆଲ କୁ ମାନୁନାହାନ୍ତି ଜେଲ କତୃପକ୍ଷ |
ସର୍ଦାର ସାଜିଛନ୍ତି ଜେଲରଙ୍କ ଗୁମାସ୍ତା |
ଅଭିଯୋଗ ହେଉଛି ଯେ ନିମ୍ନ ମାନର ଖାଇବାକୁ ଦିଆଯାଉଛି, ଅନ୍ତେବାସୀଙ୍କୁ |
ସର୍ଦାର ମାସକୁ କମାଉଛନ୍ତି ୫ ଲକ୍ଷ୍ୟ ରୁ ଉର୍ଦ୍ଧ |
ଅନଲାଇନ ରେ ପଇସା ନେଇ ଯୋଗାଉଛନ୍ତି ଜେଲଭିତରେ ସ୍ପେସିଆଲ ଖାଇବା |

ରାଜ୍ୟର ଗୋଟିଏ ଜେଲକୁ କେନ୍ଦ୍ର କରି ଗୁରୁତର ଅନିୟମିତତାର ଅଭିଯୋଗ ସାମ୍ନାକୁ ଆସିଛି । ଜେଲ ମାନୁଆଲକୁ ଅବହେଳା କରି ଜେଲ କର୍ତ୍ତୃପକ୍ଷ ନିଜ ଇଚ୍ଛାମତେ କାମ କରୁଥିବା କଥା ଅଭିଯୋଗରେ କୁହାଯାଇଛି । ଏହି ସବୁ ଅନିୟମିତତାର ମୁଖ୍ୟ ଚରିତ୍ର ଭାବେ ଜେଲରଙ୍କ ଗୁମାସ୍ତା ବୋଲି ସର୍ଦାର ଙ୍କ ନାମ ଆସୁଛି। ଯିଏ ଜେଲ ଭିତରେ ଏକ ପ୍ରଭାବଶାଳୀ ଭୂମିକା ନେଉଛନ୍ତି ।

ଜେଲ ଫେରନ୍ତା ଆସାମୀ ଙ୍କ ସୂଚନା ଅନୁଯାୟୀ, ଜେଲ ମାନୁଆଲ ଅନୁସାରେ ଅନ୍ତେବାସୀମାନଙ୍କୁ ଯେତିକି ପରିମାଣ ଓ ଯେଉଁ ପ୍ରକାର ଖାଦ୍ୟ ଦେବାକଥା , ତାହା ପୂରାପୁରି ଅବହେଳା ହେଉଛି । ଅନ୍ତେବାସୀମାନଙ୍କୁ ନିମ୍ନ ମାନର ଓ ଅପର୍ଯ୍ୟାପ୍ତ ଖାଦ୍ୟ ଦିଆଯାଉଥିବା ଗୁରୁତର ଅଭିଯୋଗ ଉଠିଛି । ଖାଦ୍ୟର ଗୁଣଗତ ମାନ ନିମ୍ନ ହେବା ସହ ଶୁଚିତାର ମାନକୁ ମଧ୍ୟ ଅନୁସରଣ କରାଯାଉନଥିବାରୁ ଅନ୍ତେବାସୀମାନଙ୍କ ସ୍ୱାସ୍ଥ୍ୟ ବିପଦ ରେ ପଡୁଛି ।

ଏହା ସହ ଆଉ ଗୁରୁତର ଅଭିଯୋଗ ହେଉଛି, ଜେଲ ଭିତରେ ଅନଲାଇନ ମାଧ୍ୟମରେ ଅବୈଧ ଟ୍ରାଞ୍ଜାକ୍ସନ ଚାଲିଛି । ସର୍ଦାର ଅନ୍ତେବାସୀମାନଙ୍କ ନିକଟରୁ କିମ୍ବା ତାଙ୍କ ପରିବାରଙ୍କୁ ଅନଲାଇନ ରେ ପଇସା ନେଇ ସ୍ପେସିଆଲ ଖାଦ୍ୟ ଓ ଅନ୍ୟାନ୍ୟ ସୁବିଧା ଯୋଗାଇଦେଉଛନ୍ତି । ଏହା ଜେଲ ନିୟମର ସରଳ ଉଲଂଘନ ଓ ଦୁର୍ନୀତିର ସ୍ପଷ୍ଟ ଉଦାହରଣ ବୋଲି କୁହାଯାଉଛି ।

ଅଭିଯୋଗ ଅନୁଯାୟୀ, ଏହି ଅବୈଧ କାରବାର ମାଧ୍ୟମରେ ସର୍ଦାର ପ୍ରତିମାସ ୫ ଲକ୍ଷ ଟଙ୍କା ଠାରୁ ଅଧିକ ଅର୍ଜନ କରୁଛନ୍ତି । ଏହା ପଛରେ ଜେଲ କର୍ତ୍ତୃପକ୍ଷଙ୍କ ମୌନ ସମର୍ଥନ ଥିବା ମଧ୍ୟ ଅଭିଯୋଗ ହୋଉଛି । ଜେଲର ନିରୀକ୍ଷଣ ଓ ନିୟନ୍ତ୍ରଣ ବ୍ୟବସ୍ଥା ଥିବା ସତ୍ତେ ଏପରି ଅବସ୍ଥା ସୃଷ୍ଟି ହେବା ନିୟମ ପ୍ରଣାଳୀ ଉପରେ ପ୍ରଶ୍ନ ଉଠାଇଛି ।

ଏହି ଘଟଣା ମାତ୍ର ଅନିୟମିତତା ନୁହେଁ, ବରଂ ଜେଲ ପରିଚାଳନା ବ୍ୟବସ୍ଥାରେ ଗଭୀର ଦୁର୍ବଳତାକୁ ପ୍ରକାଶ କରୁଛି । ଯଦି ଏହି ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ, ତେବେ ଏହା ମାନବାଧିକାର ଉଲଂଘନର ଏକ ଗୁରୁତର ମାମଲା ହେବ । ଜେଲ ମଧ୍ୟରେ ରହୁଥିବା ଅନ୍ତେବାସୀମାନଙ୍କୁ ମୌଳିକ ସୁବିଧା ଦେବା ରାଜ୍ୟର ଦାୟିତ୍ୱ।
ଏହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବା ସହ ଉଚ୍ଚ ସ୍ତରୀୟ ତଦନ୍ତ ଦାବି ହୋଇଛି । ସରକାର ଓ ସମ୍ବନ୍ଧିତ ବିଭାଗ ଏହି ମାମଲାକୁ ଗୁରୁତ୍ୱ ସହକାରେ ନେଇ, ନିଷ୍ପକ୍ଷ ତଦନ୍ତ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଉଛି । ତଦନ୍ତ ପରେ ଯେଉଁମାନେ ଦୋଷୀ ପ୍ରମାଣିତ ହେବେ, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ନିଆଯିବାକୁ ଦାବି ହେଉଛି ।

ସମଗ୍ର ଘଟଣା ଜେଲ ପ୍ରଣାଳୀରେ ସଂଶୋଧନର ଆବଶ୍ୟକତାକୁ ଆଉଥରେ ସ୍ପଷ୍ଟ କରିଦେଇଛି । ଭୁବନେଶ୍ୱର ରୁ କ୍ରାଇମ ରିପୋର୍ଟ
ଦୁର୍ଗା ମହଲା ଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *