ମୁଁ ବର୍ଷା ସ୍ୱାଗତ କରୁଛି ଫଟୋ ନିୟୁଜ, ” ନିୟୁଜ ରୁମ” କୁ।କମିଶନରେଟ ପୋଲିସ ‘ତଡିପାର’ ପ୍ରତି ସଜାଗ ରହିବାର ଆବଶ୍ୟକତା ଅଛି।ରାଜଧାନୀରେ ମୁଣ୍ଡ ଟେକୁଛି ହାଡ଼କୋର ଅପରାଧୀଙ୍କ ଆତଙ୍କ।
କମିଶନରେଟ ପୋଲିସ ଅପରାଧୀଙ୍କ ବିରୋଧରେ କଠୋର ପଦକ୍ଷେପ ନେଇ ସହରରେ ଆଇନଶୃଙ୍ଖଳାକୁ ମଜବୁତ ରଖୁଥିଲେ । ପୋଲିସ ର ସବୁଠୁ ପ୍ରଭାବଶାଳୀ ଅସ୍ତ୍ର ଥିଲା ‘ତଡିପାର’ । ଯେଉଁ ହାଡ଼କୋର ଅପରାଧୀମାନେ ସାଧାରଣ ଲୋକଙ୍କ ମନରେ ଭୟ ସୃଷ୍ଟି କରୁଥିଲେ, ସେମାନଙ୍କୁ ସହର ସୀମାରୁ ବାହାରକୁ ପଠାଇ ଆତଙ୍କରେ ଅଙ୍କୁଶ ଲଗାଯାଉଥିଲା । ଏବେ ପ୍ରଶ୍ନ ଉଠୁଛି କମିଶନରେଟ ପୋଲିସ ତାଙ୍କର ପ୍ରଭାବଶାଳୀ ବ୍ୟବସ୍ଥାକୁ କଣ ଭୁଲିଗଲାଣି।
ଗତ କିଛି ବର୍ଷ ଧରି ରାଜଧାନୀରେ ଅପରାଧର ଗ୍ରାଫ ଉର୍ଦ୍ଧ୍ୱମୁଖୀ । ହତ୍ୟା, ଦାଦାବଟି, ଖଣ୍ଡା ବୁଲାଇ ଆତଙ୍କ ସୃଷ୍ଟି, ସୋସିଆଲ ମିଡିଆରେ ଅସ୍ତ୍ର ପ୍ରଦର୍ଶନ ଏସବୁ ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି । ଅପରାଧୀମାନେ ଏବେ ଆଇନକୁ ଭୟ କରୁନାହାନ୍ତି । ବରଂ ଖୁଲମଖୁଲା ଭାବରେ ରାସ୍ତାଘାଟରେ ବୁଲି ନିଜର ଦବଦବା ଦେଖାଉଛନ୍ତି ।
କେଉଁଠି ଗ୍ୟାଙ୍ଗୱାରରେ ନିର୍ମମ ହତ୍ୟା ଘଟୁଛି, ତ ଆଉ କେଉଁଠି ବିଚ୍ ରାସ୍ତାରେ ଧାରୁଆ ଅସ୍ତ୍ର ଧରି ରିଲ୍ସ କରି ସାଧାରଣ ଲୋକଙ୍କ ମନରେ ଭୟର ପରିବେଶ ସୃଷ୍ଟି କରାଯାଉଛି ।
ଭୁବନେଶ୍ୱର ରୁ ଦୁର୍ଗା ମହଲା ଙ୍କ ରିପୋର୍ଟ ଫୋଟୋ ନିୟୁଜ ଟାଇମ୍ସ।
