ବିପ୍ଳବୀ ଧରଣୀଧର ଗର୍ବ ଓ ଗୌରବର ପ୍ରତୀକ।

ମୁଁ ବର୍ଷା ଫଟୋ ନିୟୁଜ, ନିୟୁଜ ରୁମ କୁ ସ୍ୱାଗତ କରୁଛି।
ବିପ୍ଳବୀ ଧରଣୀଧର ଗର୍ବ ଓ ଗୌରବର ପ୍ରତୀକ।
କେନ୍ଦୁଝରର ବରପୁତ୍ର ତଥା ମହାନ ବିପ୍ଳବୀ ଧରଣୀଧରଙ୍କ ୧୬୨ ତମ ଜିଲ୍ଲାସ୍ତରୀୟ ଜୟନ୍ତୀ ସମାରୋହ ରେ ଜିଲ୍ଲା ପ୍ରଶାସନ ଆନୂକୁଲ୍ୟରେ ଓ ଭୂୟାଁ ସାଂସ୍କୃତିକ ସଂଗଠନ, କେନ୍ଦୁଝର ସହଯୋଗରେ  ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ପ୍ରେକ୍ଷାଳୟଠାରେ ଜିଲ୍ଲାପାଳ ବିଶାଲ ସିଂହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜିଲ୍ଲାସ୍ତରୀୟ ସମାରୋହରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ, ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ, ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥିଭାବେ ଓଡ଼ିଶା ବିଧାନସଭାର ମାନ୍ୟବର ଉପ-ବାଚସ୍ପତି ଶ୍ରୀଯୁକ୍ତ ଭବାନୀ ଶଙ୍କର ଭୋଇ, ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଶ୍ରୀଯୁକ୍ତ ଦୈତାରୀ ନାଏକ, ସମ୍ମାନନୀୟ ଅତିଥିଭାବେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ, ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମମିତା ନାଏକ ଯୋଗ ଦେଇଥିଲେ। ଏଥି ସହିତ ଭୂୟାଁ ସାଂସ୍କୃତିକ ସଂଗଠନର ସଭାପତି ହରିଶଙ୍କର ନାଏକ, ସମ୍ପାଦକ ଶ୍ୟାମସୁନ୍ଦର ନାଏକ, ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷ ଶ୍ରୀ ମାନସ ନାଏକ ଓ ମୁଖ୍ୟ ବକ୍ତା ଭାବେ ଗବେଷକ ପଣ୍ଡିତ ଦୈତାରୀ ମହାପାତ୍ର ଯୋଗ ଦେଇଥିଲେ। ନିଜ ଅଭିଭାଷଣରେ ମୁଖ୍ୟ ଅତିଥି ଶ୍ରୀ ଗଣ୍ଡ ବିପ୍ଳବୀ ଧରଣୀଧର କେନ୍ଦୁଝରର ଗର୍ବ ଓ ଗୌରବ ଓ ସ୍ୱାଭିମାନର ପ୍ରତୀକ ବୋଲି  କହିଥିଲେ । ଧରଣୀଧର ଜୟନ୍ତୀ ପାଳନକୁ ପୂଜ୍ୟ ପୂଜାର ମହାନ୍ ପରଂପରା ଭାବେ ଅଭିହିତ କରି ବିପ୍ଳବୀ ଧରଣୀଧରଙ୍କ ତ୍ୟାଗ, ତିତିକ୍ଷା, ସଂଗ୍ରାମ, ଆଦର୍ଶ, ବ୍ୟକ୍ତିତ୍ୱ ଓ ନେତୃତ୍ୱ ସବୁବେଳେ ପ୍ରେରଣା ଯୋଗାଉଥିବ ବୋଲି ମତବ୍ୟକ୍ତ କରିଥିଲେ ।
ଭୂୟାଁ ବର୍ଗର ଛାତ୍ରଛାତ୍ରୀ, +୨ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀ, ୨ ଜଣ ଅଗ୍ରଣୀ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ନେକେଡାଘର ଓ ଜେଲ ରୋଡ ସମେତ ବିଭିନ୍ନ ସ୍ଥାନରେ ଥିବା ବିପ୍ଲବୀ ଧରଣୀଧରଙ୍କ ପ୍ରତିମୂର୍ତ୍ତିରେ ବରେଣ୍ୟ ଅତିଥିଙ୍କ ଦ୍ୱାରା ମାଲ୍ୟାର୍ପଣ କରାଯାଇଥିଲା ଏବଂ ସକାଳେ ଏକ ପଦଯାତ୍ରାର ଆୟୋଜନ କରାଯାଇଥିଲା।
କେନ୍ଦୁଝରରୁ ଅରବିନ୍ଦ ବେହେରାଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *