ଅଧୁରା ରହିଗଲା ଗୋବରୀ ନୂଆ ବସଷ୍ଟାଣ୍ଡ ପୋଲ।

ମୁଁ ବର୍ଷା ଫଟୋ ନନିୟୁଜ, ନିୟୁଜ ରୁମ କୁ ସ୍ୱାଗତ କରୁଛି।ଅଧୁରା ରହିଗଲା ଗୋବରୀ-ନୂଆ ବସଷ୍ଟାଣ୍ଡ ପୋଲ।
କେନ୍ଦ୍ରାପଡ଼ା ସହର ଦେଇ ବୋହି ଯାଇଥିବା ଗୋବରୀ ନଦୀରେ ଏକ ପୋଲ ନିର୍ମାଣ କରାଯିବା ପାଇଁ ଯେଉଁ କାମ ଆରମ୍ଭ ହୋଇଥିଲା ତାହା ଏବେ ଅଧୁରା ହୋଇ ରହି ଯାଇଛି । ପୋଲ ନିର୍ମାଣ ପାଇଁ ପାଇଲିଂ କାମ ସରିଛି । ହେଲେ ବାକି କାମ ହୋଇ ପାରୁନାହିଁ ।

ପୋଲ ନିର୍ମାଣକାରୀ ସଂସ୍ଥା କାମକୁ ଅଧା ରଖି ଛାଡି ଚାଲି ଯାଇଛି । ବିଜେଡି ସରକାର ଅମଳରେ ଆରମ୍ଭ ହୋଇଥିବା ଏହି ପୋଲ ନିର୍ମାଣ ୨୦୨୩ ମସିହାରେ ବନ୍ଦ ହୋଇଗଲା । ବିଜେପି ସରକାର ଆସିବାର ୨ ବର୍ଷ ପୁରି ଯାଇଛି । ହେଲେ ପୋଲ କାମ ଆରମ୍ଭ ହୋଇ ପାରିନି । ଏହି ପୋଲ ନିର୍ମାଣ ହୋଇଥିଲେ ଗୁଲନଗର, ସୁଜା ନଗର, ଗରାପୁର, ଜଝାଙ୍ଗ, କପାଳେଶ୍ୱର, କୋର, ବାରୋ ପ୍ରମୁଖ ଗ୍ରାମର ଲୋକମାନେ କେନ୍ଦ୍ରାପଡ଼ା ନୂଆ ବସଷ୍ଟାଣ୍ଡକୁ ଆସିବା ସହଜ ହୋଇଥାନ୍ତା । କିନ୍ତୁ ପୋଲ ନିର୍ମାଣ ହୋଇ ପାରୁ ନଥିବାରୁ ସେମାନେ ୪/୫ କିଲୋମିଟର ବୁଲିକି କେନ୍ଦ୍ରାପଡ଼ା ବସଷ୍ଟାଣ୍ଡକୁ ଆସୁଛନ୍ତି ।
ଏ ସଂକ୍ରାନ୍ତରେ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ  ଠିକାସଂସ୍ଥା ଯେଉଁ ପୋଲ ନିର୍ମାଣ କରୁଥିଲା ତାହାର କିଛି ଅଂଶ ଖସି ପଡିବା ପରେ ସଂସ୍ଥା ବିରୋଧରେ ମାମଲା ହାଇକୋର୍ଟରେ ଚାଲିଛି । ତେଣୁ ନିର୍ମାଣ କାର୍ଯ୍ୟ ବନ୍ଦ ଅଛି । ଖୁବଶୀଘ୍ର ପୁନଃ ନିର୍ମାଣ କାର୍ଯ୍ୟ ହେବ ବୋଲି ଯନ୍ତ୍ରୀ ଜଣକ କହିଛନ୍ତି । କେନ୍ଦ୍ରାପଡ଼ା ରୁ ଲଷ୍ମୀକାନ୍ତ ନାୟକ ଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ.

Leave a Reply

Your email address will not be published. Required fields are marked *