ମୁଁ ବର୍ଷା ଫଟୋ ନିୟୁଜ, ନିୟୁଜ ରୁମ କୁ ସ୍ୱାଗତ କରୁଛି।କେନ୍ଦ୍ରାପଡା ଜିଲ୍ଲା କଣ୍ଟ୍ରାକ୍ଟର ଫେଡେରେସନର ସାଧାରଣ ଅଧିବେଶନ।
ନିର୍ଦ୍ଧାରିତ ମୂଲ୍ୟରେ ଟେଣ୍ଡର ପକାଇବାକୁ ଆହ୍ୱାନ, କମ ମୁଲ୍ୟ ଟେଣ୍ଡରକୁ ବିରୋଧ ।
ରାଜ୍ୟ ସରକାରଙ୍କ ଟେଣ୍ଡର ପ୍ରକ୍ରିୟାକୁ ରାଜ୍ୟର ଠିକାଦାର ସଂଘ ବିରୋଧ କରୁଥିବା ବେଳେ ଜୀବନ ଜୀବିକା ହରାଇବାକୁ ଯାଉଥିବା କେନ୍ଦ୍ରାପଡା ଜିଲ୍ଲାର ଠିକାଦାରମାନେ ଏହାକୁ ତିବ୍ର ବିରୋଧ କରିଛନ୍ତି । କମ ମୁଲ୍ୟ ଟେଣ୍ଡରରେ କୌଣସି ଠିକାଦାରଙ୍କୁ କାର୍ଯ୍ୟ ନ କରାଇଦେବା ପାଇଁ ଆଜି କେନ୍ଦ୍ରାପଡା ସହରରେ ଅନୁଷ୍ଠିତ କେନ୍ଦ୍ରାପଡା ଜିଲ୍ଲା କଟ୍ରାକ୍ଟର ଫେଡେରେସନର ସାଧାରଣ ଅଧିବେଶନରେ ବଜ୍ର ସପଥ ନେଇଛନ୍ତି ।

ସରକାରଙ୍କ ନିର୍ଦ୍ଧାରିତ ମୁଲ୍ୟରେ ଟେଣ୍ଡର ପକାଇବାକୁ ଜିଲ୍ଲାର ସମସ୍ତ ଠିକାଦାରଙ୍କୁ ନିବେଦନ କରିଥିବା ବେଳେ ଏଥିରୁ ବିଚୁ୍ୟତ ଠିକାଦାରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଅଧିବେଶନରେ ନିଷ୍ପତ୍ତି ନେଇଛନ୍ତି । ଜିଲ୍ଲାର ବିକାଶ ପାଇଁ ଉନ୍ନତ ମାନର କାମ ଆବଶ୍ୟକ । ଏଥିପାଇଁ ନିର୍ଦ୍ଧାରିତ ମୁଲ୍ୟରେ କାର୍ଯ୍ୟ କରିବା ପାଇଁ ଜିଲ୍ଲାର ଠିକାଦାରମାନେ ଚାହୁଛନ୍ତି । ତେବେ ସରକାର ଯେଉଁ ଟେଣ୍ଡର ପ୍ରକିୟା ନିର୍ଦ୍ଧାରିତ କରିଛନ୍ତି ସେଥିରେ ଠିକାଦାର ମନଇଛା କମ ମୁଲ୍ୟରେ ଟେଣ୍ଡର ନେଇ ନିମ୍ନ ମାନର କାର୍ଯ୍ୟକୁ ପ୍ରୋତ୍ସାହିତ କରୁଛନ୍ତି । ଏହାକୁ କେନ୍ଦ୍ରାପଡା ଜିଲ୍ଲା ଠିକାଦାର ମହାସଂଘ ବିରୋଧ କରୁଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ବିଦୁ୍ୟତ ନାୟକ, ସନ୍ତୋଷ ସେଠୀ, ପିଣ୍ଟୁ ମହାନ୍ତି, ସେକ ଆକବର, ଅମଜାତ୍ ଖାନ,ଚଗଲା ବିଶ୍ୱାଳ, ରଘୁ ସ୍ୱାଇଁ, ସୂର୍ଯ୍ୟକାନ୍ତ ସୂତାର, କୁଞ୍ଜ ବିହାରୀ ଦାସ, ସରୋଜକାନ୍ତ ସାହୁ, ମନୋଜ କୁମାର କର ପ୍ରମୁଖ ଉପସ୍ଥିତ ଥିଲେ ।
କେନ୍ଦ୍ରାପଡ଼ା ରୁ ଲଷ୍ମୀକାନ୍ତ ନାୟକ ଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।
