ମୁଁ ବର୍ଷା ଫଟୋ ନିୟୁଜ, ନିୟୁଜ ରୁମ କୁ ସ୍ୱାଗତ କରୁଛି।ଓଡ଼ିଶା ସୀମାରେ ହାଇଆଲର୍ଟ। ମୟୂରଭଞ୍ଜରେ କଡ଼ା ଚେକିଂ, ଚାନ୍ଦୁଆ ପୋଲିସର ଅସ୍ଥାୟୀ ଚେକପୋଷ୍ଟ।
ପଶ୍ଚିମବଙ୍ଗ ଦେଇ ଓଡ଼ିଶା ମୁହାଁ ହୋଇପାରନ୍ତି ବାଂଲାଦେଶୀ ଅନୁପ୍ରବେଶକାରୀ। ଏଭଳି ଏକ ଗୁପ୍ତ ସୂଚନା ମିଳିବା ପରେ ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି। ସୀମାବର୍ତ୍ତୀ ମୟୂରଭଞ୍ଜ ଜିଲ୍ଲା ପୋଲିସ ଏହାକୁ ନେଇ ସମ୍ପୂର୍ଣ୍ଣ ଆଲର୍ଟ ମୋଡ୍କୁ ଆସିଛି।ମିଳିଥିବା ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ପଶ୍ଚିମବଙ୍ଗ ସୀମାନ୍ତ ଚାନ୍ଦୁଆ ଥାନା ଅନ୍ତର୍ଗତ ଚକଶୁଳିଆପଦା ଠାରେ ଆଜିଠାରୁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ଯାଞ୍ଚ ଆରମ୍ଭ ହୋଇଛି। ଏଥିପାଇଁ ପୋଲିସ ସେଠାରେ ଏକ ସ୍ୱତନ୍ତ୍ର ଅସ୍ଥାୟୀ ଚେକପୋଷ୍ଟ ନିର୍ମାଣ କରିଛି।

ପଶ୍ଚିମବଙ୍ଗ ପଟୁ ଓଡ଼ିଶା ସୀମାକୁ ପ୍ରବେଶ କରୁଥିବା ସମସ୍ତ ଛୋଟବଡ଼ ଯାନବାହନ, ବାଇକ୍ ଏବଂ ମାଲବାହୀ ଟ୍ରକ୍ ଗୁଡ଼ିକୁ ପୋଲିସ ଅଟକାଇ କଡ଼ା ଚେକିଂ କରୁଛି। ଗାଡ଼ି ଚାଳକ ଏବଂ ସେଥିରେ ଯାତ୍ରା କରୁଥିବା ଲୋକଙ୍କ ପରିଚୟ ପତ୍ର ମଧ୍ୟ ଯାଞ୍ଚ କରାଯାଉଛି, ଯେପରି କୌଣସି ସନ୍ଦିଗ୍ଧ ବ୍ୟକ୍ତି ରାଜ୍ୟ ଭିତରକୁ ପ୍ରବେଶ କରିପାରିବେ ନାହିଁ।
ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଏହି କଡ଼ା ଚେକିଂ ପ୍ରକ୍ରିୟା ନିରନ୍ତର ଭାବେ ଜାରି ରହିବ, ବୋଲି ପୋଲିସ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଏଠାରେ ଆମ କ୍ୟାମେରା ଟିମ କୁ ସୂଚନା ଦେଇଛନ୍ତି ପ୍ରଭାତ କୁମାର ମଲ୍ଲିକ, ଏସଡିପିଓ ବାରିପଦା।
ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦାରୁ ଉମାକାନ୍ତ ଧଡାଙ୍କ ରିପୋର୍ଟ ଫୋଟୋ ନ୍ୟୁଜ ଟାଇମ୍ସ।
