ନବୋଦୟ ବିଦ୍ୟାଳୟ ର ଟପ୍ପର ହେଲେ କଣ୍ଟାମାଳ ବ୍ଲକର ଦଳିତଗଣ୍ଡାସମାଜର ଛାତ୍ର ଅଭିଷେକ ମହାନନ୍ଦ।

ମୁଁ ବର୍ଷା ଫଟୋ ନିୟୁଜ, ନିୟୁଜ ରୁମ କୁ ସ୍ୱାଗତ କରୁଛି।ବୌଦ୍ଧ ଜିଲ୍ଲାର ନବୋଦୟ ବିଦ୍ୟାଳୟ ର ଟପ୍ପର ହେଲେ କଣ୍ଟାମାଳ ବ୍ଲକର ଦଳିତ(ଗଣ୍ଡା)ସମାଜର ଛାତ୍ର ଅଭିଷେକ ମହାନନ୍ଦ।

ଡଃ ଆମ୍ବେଦକର ସୋଷିଆଲ୍ ଟ୍ରଷ୍ଟ,ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ ନିଜ ମାଟି ରେ ଜିଲ୍ଲା ସ୍ଥରୀୟ ନବୋଦୟ ଟପ୍ପର କୁ ପାଇ ଅତିଶୟ ମାତ୍ରାରେ ଗର୍ବ ଅନୁଭବ କରୁଛି କାରଣ କଣ୍ଟାମାଳ ବ୍ଲକ୍ ଅଧୀନସ୍ଥ ଥାନା- ଘଣ୍ଟାପଡା,ଗ୍ରା.ପ- କୁଲୁତାଯୋର୍,ଗ୍ରାମ – ଟପର୍ଣା ର ପିତା ରାଜୀବ ମହାନନ୍ଦ ପେଶାରେ(ଶିକ୍ଷକ) ଏବଂ ମାତା ଗୀତାଞ୍ଜଳି ଛୁରା ଙ୍କ ସୁଯୋଗ୍ୟ ସନ୍ତାନ ଅଭିଷେକ ମହାନନ୍ଦ ଜବାହାର ନବୋଦୟ ବିଦ୍ୟାଳୟ ରେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ । ସେ ୬୦୦ରୁ ୫୭୪ ନଂ ମାର୍କ ୯୫.୬୬% ରଖି (ସାରା ଜିଲ୍ଲାରେ ନବୋଦୟ ଟପ୍ପର) ହୋଇ ଦଳିତ ସମାଜର ସମଗ୍ର ଜାତିର ମୁଣ୍ଡ କୁ ଉଚ୍ଚ କରି ଗୌରବାନ୍ଵିତ କରିଛନ୍ତି l

ଏଣୁ,ଟ୍ରଷ୍ଟ ର ସଭାପତି ସୁନିଲ ହରିପାଲଙ୍କ ନେତୃତ୍ୱରେ ସମସ୍ତ କର୍ମକର୍ତା ତଥା ସାଧାରଣ ସମ୍ପାଦକ ଲୁଭଧର ସୁନା, ମୁକ୍ଷ ଉପଦେଷ୍ଟା ରାଜେନ୍ଦ୍ର ବାଘ,କୋଷାଧ୍ୟକ୍ଷ ଚମରୁ ବାଘ,ସକ୍ରିୟ ସଦସ୍ୟ ରାମଚନ୍ଦ୍ର ନାଗ,ଶ୍ରୀରାମ ବାଘ ଏବଂ ମଦନ କୁମ୍ଭାର,ପ୍ରମୁଖ ଯୋଗଦେଇଥିଲେ,ବିଶେଷ ସହଯୋଗ କରିଥିଲେ ବିଭୂଶଙ୍କର ରାଜହଂସ,ମୋନୀତ କୁମାର ଭୋଇନା,ସୁଶାନ୍ତ ଛତ୍ରିଆ,ସମ୍ପଦ ବାଘ ପ୍ରମୁଖ ସମ୍ବର୍ଦ୍ଧନା ଜଣାଇ ସଂଗଠନ ତରଫରୁ ପୁଷ୍ପଗୁଚ୍ଛ ଦେଇ ଉତ୍ତରୀୟ,ଉପହାର ପ୍ରଦାନକରି ଉକ୍ତ ଛାତ୍ରର ଭବିଷ୍ୟତ ଉଜ୍ଜ୍ୱଳ କାମନା କରି ଭବିଷ୍ୟତରେ ଉଚ୍ଚ ଶିକ୍ଷିତ ହୋଇ ନିଜର ବ୍ୟକ୍ତିତ୍ଵର ବିକାଶ କରିବା ସଙ୍ଗେସଙ୍ଗେ ମାନବ ସମାଜକୁ ଏକ ଶୃଙ୍ଖଳିତ ଏବଂ ଶିକ୍ଷିତ ସମାଜରେ ଗଢିତୋଳିବା ପାଇଁ ପରାମର୍ଶ ଦେଇଥିଲେ l
ବୌଦ୍ଧ ଜ଼ିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *