ମୁଁ ବର୍ଷା ଫଟୋ ନିୟୁଜ, ନିୟୁଜ ରୁମ କୁ ସ୍ୱାଗତ କରୁଛି।ରାଜ୍ୟ କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା।
ଡବଲ ଇଞ୍ଜିନ ସରକାରର ସଫଳତା କାରଣରୁ ଆସାମରେ ତୃତୀୟଥର ସରକାର ଗଠନ କରିଛି ବିଜେପି ବୋଲି କହିଲେ ବୈଜୟନ୍ତ ପଣ୍ଡା।
ବିମାନବନ୍ଦରରୁ ଏକ ବିଶାଳ ଶୋଭାଯାତ୍ରାରେ ରାଜ୍ୟ କାର୍ଯ୍ୟାଳୟକୁ ଆସିଲେ ଶ୍ରୀ ପଣ୍ଡା।

ରାଜ୍ୟ ସଭାପତି ତଥା ରାଜ୍ୟ ସଭା ସାଂସଦ ଶ୍ରୀ ମନମୋହନ ସାମଲ ଉପଢୌକନ ପିନ୍ଧାଇ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ଶ୍ରୀ ପଣ୍ଡାଙ୍କୁ ସ୍ୱାଗତ ଜଣାଇଲେ।
ଆସାମ ବିଧାନସଭା ନିର୍ବାଚନ-୨୦୨୬ରେ ବିଜେପି ଐତିହାସିକ ବିଜୟ ଲାଭ କରିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ ନେତୃତ୍ୱ ତଥା ମାର୍ଗଦର୍ଶନରେ ଆସାମବାସୀ ତୃତୀୟ ଥର ପାଇଁ ବିଜେପି ଉପରେ ଆସ୍ଥା ପ୍ରକଟ କରି ବିପୁଳ ଜନ ସମର୍ଥନ ଜଣାଇଛନ୍ତି ।

ଆସାମରେ ମୋଦି ଗ୍ୟାରେଂଟି ଏବଂ ଭାରତୀୟ ଜନତାପାର୍ଟିର କାର୍ଯ୍ୟକର୍ତାଙ୍କ ଅକ୍ଳାନ୍ତ ପରିଶ୍ରମ ଏବଂ ଡବଲ ଇଞ୍ଜିନ୍ ସରକାରର ସଫଳତା କାରଣରୁ ବିଜେପି ଏଠାରେ ୩ୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି ଓ ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗରେ ଐତିହାସିକ ବିଜୟ ହୋଇଛି ଏହା ନୂଆ ଭାରତ ପାଇଁ ନୂଆ ମୋଡ । ୨୦୨୪ ସୁଦ୍ଧା ବିକଶିତ ଭାରତ ଗଢିବା ପାଇଁ ମୋଦିଜୀ ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହା ପୂରଣ କରିବା ପାଇଁ ଏହା ଏକ ବଡ ପଦକ୍ଷେପ ବୋଲି ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ଆସାମ ପ୍ରଭାରୀ ତଥା ସାଂସଦ ଶ୍ରୀ ବୈଜୟନ୍ତ ପଣ୍ଡା କହିବା ସହ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ ସମସ୍ତ କାର୍ଯ୍ୟକର୍ତାଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।
ଭୁବନେଶ୍ୱର ରୁ ଗିରିଧାରୀ ଲାଲ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।
