ଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝାଙ୍କୁ ଉଠାଇନେଲା ମହାକାଳପଡା ପୋଲିସ।

ଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝାଙ୍କୁ ଉଠାଇନେଲା ମହାକାଳପଡା ପୋଲିସ।
କେନ୍ଦ୍ରାପଡା ଜିଲା ମହାକାଳପଡ଼ା ପୋଲିସ ବ୍ଲକ ପରିସରରୁ ତିଖିରୀ ପଞ୍ଚାୟତର ଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝାଙ୍କୁ ଉଠାଇନେଇ ପୁଲିସ ଗିରଫ କରିଥିଲା । ସେଠାରେ ଚାମେଲି ଚେତାଶୂନ୍ୟ ହୋଇ ଯାଇଥିଲେ । ପୋଲିସ ଚାମେଲିଙ୍କୁ ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ପରେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲା । ଖବର ନେବାରୁ ଜଣାପଡିଛି ଚାମେଲି ନିଜ ପଞ୍ଚାୟତରେ ଯେଉଁସବୁ ଉନ୍ନୟନମୂଳକ କାର୍ଯ୍ୟ କରିଥିଲେ ତାହାର ବିଲ ବିଡିଓ ଅଟକାଇ ଦେଇଥିଲେ । କାରଣ କିଛିଦିନ ପୂର୍ବରୁ ଚାମେଲି ମହାକାଳପଡ଼ା ତହସିଲଦାରଙ୍କୁ ସର୍ବସାଧାରଣରେ ବିରୋଧ କରିଥିଲେ । ଏହି ଘଟଣା ପରେ ତାଙ୍କର ସମସ୍ତ ବିଲ ବନ୍ଦ ହୋଇ ଯାଇଥିଲା ।

ଏହାକୁ ନେଇ ସେ ଗୁରୁବାର ବିଡିଓଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ତାଙ୍କ ବିଲ କାହିଁକି ବନ୍ଦ ଅଛି ବୋଲି ବିଡିଓଙ୍କୁ ପଚାରିଥିଲେ । ଏହାକୁ ନେଇ ବିଡିଓ ଉତକ୍ଷୀପ୍ତ ହୋଇଥିଲେ । ବିଡିଓ ସଙ୍ଗେ ସଙ୍ଗେ ମହାକାଳପଡ଼ା ପୁଲିସକୁ ଡକାଇଥିଲେ । କହାକାଳପଡ଼ା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଚାମେଲି ଓଝାଙ୍କ ମୋବାଇଲ ଫୋନ ଛଡାଇବା ପାଇଁ ଉଦ୍ୟମ କରିଥିଲା । ସେଠାରେ ଉପସ୍ଥିତ ଥିବା ଚାମେଲି ଓଝାଙ୍କ ଭାଇ ସୂର୍ଯ୍ୟକାନ୍ତ ଓଝାଙ୍କ ମୋବାଇଲ ଫୋନ ପୁଲିସ ଛଡାଇ ନେଇଥିଲା ।

ଏହାକୁ ଚାମେଲି ଓଝା ପୁଲିସକୁ ପ୍ରଶ୍ନ କରିଥିଲେ । ଭାରତୀୟ ନାଗରିକ ଭାବେ କୌଣସି ଅଧିକାରୀଙ୍କ ସହ କଥାବାର୍ତ୍ତା ହେବା ସମୟର ଭିଡିଓ ରେକର୍ଡିଂ ହୋଇ ପାରିବ । ଏପରିକି ସୁପ୍ରିମକୋର୍ଟରେ ବିଚାର ଚାଲିଥିବା ବେଳେ ମଧ୍ୟ ଏହାର ଭିଡିଓ ରେକର୍ଡିଂ ହୋଇପାରିବ ।
ତେବେ ଏହି ଘଟଣାକୁ ନେଇ ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ ଓ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ଆଇନ୍ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ମହାକାଳପଡ଼ାରେ ବହୁ ସଂଖ୍ୟାରେ ପୁଲିସ ମୁତୟନ ହୋଇଛି ।
କେନ୍ଦ୍ରାପଡ଼ା ରୁ ଲଷ୍ମୀକାନ୍ତ ନାୟକ ଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *