ସୁଧୁରିଯାଅ, ନହେଲେ ଆମେ ସୁଧାରିଦେବୁ ଏହା ହେଉଛି ଖୋର୍ଦ୍ଧା ଏସପିଙ୍କ ଚେତାବନୀ।

ଖୋର୍ଦ୍ଧା ଜିଲ୍ଲା ହେବ କ୍ରାଇମ ଫ୍ରି ଜୋନ।“ସୁଧୁରିଯାଅ, ନହେଲେ ଆମେ ସୁଧାରିଦେବୁ” ଏହା ହେଉଛି ଖୋର୍ଦ୍ଧା ଏସପିଙ୍କ ଚେତାବନୀ।

ଖୋର୍ଦ୍ଧା ଜିଲ୍ଲାରେ ଅପରାଧୀଙ୍କ ଦିନ ଶେଷ ହେବାକୁ ଯାଉଛି। ଜିଲ୍ଲାକୁ କ୍ରାଇମ ଫ୍ରି କରିବା ପାଇଁ ଖୋର୍ଦ୍ଧା ଏସପି ଆରମ୍ଭ କରିଛନ୍ତି ବ୍ୟାପକ ଅଭିଯାନ। ଅପରାଧୀଙ୍କ ପାଇଁ ସିଧାସଳଖ ବାର୍ତ୍ତା ଦେଇ ସେ କହିଛନ୍ତି ଯେ “ସୁଧୁରିଯାଅ, ନହେଲେ ଆମେ ସୁଧାରିଦେବୁ।”

ଜିଲ୍ଲାର ବିଭିନ୍ନ ଥାନାରେ ଅଫିସର ଓ ଫୋର୍ସ ସଂଖ୍ୟା ବୃଦ୍ଧି କରାଯାଇଛି। ରାତ୍ରିକାଳୀନ ପାଟ୍ରୋଲିଂ, ହଠାତ୍ ଚଢ଼ାଉ ଓ ସନ୍ଦିଗ୍ଧ ଅଞ୍ଚଳରେ କଡ଼ା ନଜରଦାରୀ ଜୋରଦାର କରାଯାଇଛି। ଦୀର୍ଘଦିନ ଧରି ଜିଲ୍ଲାରେ ମୁଣ୍ଡବେଥା ପାଲଟିଥିବା ଡ୍ରଗ୍ସ କାରବାର, ଗଞ୍ଜେଇ ଚାଲାଣ ଏବଂ ଚୋରା ମଦ ବ୍ୟବସାୟକୁ ସମୂଳେ ବନ୍ଦ କରିବା ପାଇଁ ପୋଲିସ ବିଶେଷ ଅଭିଯାନ ଆରମ୍ଭ କରିଛି | ଦରକାର ପଡିଲେ ଖୋର୍ଦ୍ଧା ଜିଲ୍ଲା ର ଆଇନ ଶୃଙ୍ଖଳା ରକ୍ଷା କରିବାକୁ ପଡିଲେ ଯଦି ହାଡ଼କୋର ଅପରାଧୀ କୌଣସି ଚାଲେଞ୍ଜ କରନ୍ତି ତାହେଲେ ଏନକାଉଟର ଶେଷ ଅସ୍ତ୍ର ହେବ |

ଅନ୍ୟପଟେ, କେବଳ ଅପରାଧୀ ନୁହେଁ, ବିଭାଗ ଭିତରେ ଥିବା ଦୁର୍ନୀତିଗ୍ରସ୍ତ ଓ ଲାଞ୍ଚୁଆ ପୋଲିସ କର୍ମଚାରୀମାନେ ମଧ୍ୟ ଏସପିଙ୍କ ସ୍କାନରରେ ରହିଛନ୍ତି। କୌଣସି ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆସିଲେ ତାହାର ତୁରନ୍ତ ଯାଞ୍ଚ କରାଯାଇ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସତର୍କ କରାଯାଇଛି।

ପୋଲିସର ଏହି ଆଭିମୁଖ୍ୟ ପରେ ଜିଲ୍ଲାର ବିଭିନ୍ନ ଅପରାଧୀ ଗୋଷ୍ଠୀ ମଧ୍ୟରେ ଛନକା ପଶିଥିବା ଚର୍ଚ୍ଚା ହେଉଛି। ଆଗାମୀ ଦିନରେ ଆଇନକୁ ହାତକୁ ନେଉଥିବା, ନିଶା କାରବାରରେ ସଂପୃକ୍ତ ଥିବା କିମ୍ବା ସାଧାରଣ ଜନତାଙ୍କ ଶାନ୍ତି ଭଙ୍ଗ କରୁଥିବା ବ୍ୟକ୍ତିଙ୍କୁ କୌଣସି ପ୍ରକାର ଛାଡ଼ ଦିଆଯିବ ନାହିଁ।

ଖୋର୍ଦ୍ଧା ପୋଲିସର ଲକ୍ଷ୍ୟ ସ୍ପଷ୍ଟ ଅପରାଧମୁକ୍ତ, ନିରାପଦ ଏବଂ ଶାନ୍ତିପୂର୍ଣ୍ଣ ଖୋର୍ଦ୍ଧା ଗଠନ। ଏବେ ଦେଖିବାକୁ ବାକି ରହିଲା, ଏହି ଅଭିଯାନ କେତେଦୂର ସଫଳ ହେବ ତାହା ସାଧାରଣ ରେ ପ୍ରଶ୍ନ ବାଚୀ । ଖୋର୍ଦ୍ଧାରୁ ଭବାନୀ ଶଙ୍କର ନାୟକ ଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ |

Leave a Reply

Your email address will not be published. Required fields are marked *