ଆତଙ୍କିମାନଙ୍କ ଆକ୍ରମଣରେ ମୃତ ବ୍ୟକ୍ତିମାନଙ୍କ ପାଇଁ ନିରବ ପାର୍ଥନା, ଦୀପଦାନ,ଶ୍ରଦ୍ଧାଞ୍ଜଳୀ, ପଥପ୍ରାନ୍ତ ନାଟକ

ଆତଙ୍କିମାନଙ୍କ ଆକ୍ରମଣରେ ମୃତ ବ୍ୟକ୍ତିମାନଙ୍କ ପାଇଁ ନିରବ ପାର୍ଥନା, ଦୀପଦାନ,ଶ୍ରଦ୍ଧାଞ୍ଜଳୀ, ପଥପ୍ରାନ୍ତ ନାଟକ ଆଦି ବିଭିନ୍ନ ଅନୁଷ୍ଠାନ ଯଥା ଏନ୍.ସି.ସି., ଯୁବ ପ୍ରଶିକ୍ଷଣ ଟ୍ରଷ୍ଟ , ସ୍ମାଇଲ ପ୍ଲିଜ ଅନୁଷ୍ଠାନ ଆଦି ଭୁବନେଶ୍ଵରରୁ ଏବଂ ପୁରୀରୁ ଗାନ୍ଧିଜୀ ସାମାଜିକ ଅନୁଷ୍ଠାନ ତରଫରୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି।
ଏ ପଥପ୍ରାନ୍ତ ନାଟକ ହେଉଛି ଦେଶବାସୀ ଓ ଯବାନ ମାନଙ୍କ ମନୋବଳକୁ ସୁଦୃଢ କରିବା ପାଇଁ କାର୍ଯ୍ୟକ୍ରମ। ଯେଉଁଥିରେ ଓଲିଉଡ଼ ଅଭିନେତା ସବ୍ୟସାଚୀ ମହାପାତ୍ରଙ୍କ ନେତୃତ୍ବରେ ଅର୍ଚିତା- ସବ୍ୟସାଚୀ, ଏନ.ସି.ସି.ଛାତ୍ରଛାତ୍ରୀ ମାନେ ଏବଂ ସ୍ମାଇଲ ପ୍ଲିଜ ଆଦି ବିଭିନ୍ନ ଅନୁଷ୍ଠାନର ସଭ୍ଯବୃନ୍ଦ ଭୁବନେଶ୍ୱର ଠାରେ ପଥପ୍ରାନ୍ତ ନାଟକ କରିଥିଲେ।

ପୁରୀରେ ବଡ଼ଦାଣ୍ଡ ସ୍ଥିତ ଡାକ୍ତରଖାନା ଛକଠାରେ ବିଜୁପଟ୍ଟନାୟକ ମୂର୍ତ୍ତୀ ନିକଟରେ “ଗାନ୍ଧିଜୀ ସାମାଜିକ ଅନୁଷ୍ଠାନ” ତରଫରୁ ପେହଲା ଗାଁ ଆତଙ୍କିମାନଙ୍କ ଆକ୍ରମଣରେ ମୁର୍ତ୍ତବ୍ୟକ୍ତି ମାନଙ୍କ ପାଇଁ ୨ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇ ଦିପଦାନ ସହ ତାଙ୍କ ପରିବାର ପାଇଁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଓ ସମବେଦନା ଜ୍ଞାପନ କରାଯାଇଅଛି। ଅନୁଷ୍ଠାନ ତରଫରୁ ଉପଦେଷ୍ଟା ମଣ୍ଡଳୀ କର୍ମକର୍ତ୍ତା ଓ ସମସ୍ତ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ। ଅନୁଷ୍ଠାନର ସଭାପତି ପ୍ରସନ୍ନ କୁମାର ଲେଙ୍କା ଅନୁଷ୍ଠାନ ତରଫରୁ କହିଥିଲେ “ହିନ୍ଦୁମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଧା କରିବାସହ କେନ୍ଦ୍ରସରକାରଙ୍କ ଅଧିନରେ ଥିବା ଗୁଇନ୍ଧା ବିଭାଗର ଅବହେଳା ମନବୁର୍ତ୍ତୀ ଯୋଗୁଁ ଅଘଟଣ ଘଟିଥିଲା।
ଆମ ଅନୁଷ୍ଠାନ ଏଥିପାଇଁ ଦୁଃଖିତ।


ଏହି ଆୟୋଜନ ର ସଂଯୋଜକ ପ୍ରମଦ କୁମାର ଜେନା, ଶଶ୍ଚିତା ଶତପଥୀ , ନମିତା ଶତପଥୀ , ଲକ୍ଷ୍ମୀପ୍ରିୟା ଦେ, ପ୍ରସନ୍ନ ଦାସ, ବୃଦ୍ଧିମତି ବାରିକ, ସଂଦ୍ଦ୍ୟା କୁମାରୀ ଦାସ , ମଲାର ମିଶ୍ର , ରାଜଲକ୍ଷୀଦାସ, ଝାନ୍ସୀରାଣୀ ମିଶ୍ର, ମମତା ମାହାନ୍ତି , ଅରୁଣୀ ଦ୍ବିତୀ ବେହେରା, ସୁନିତା ନାୟକ, ଗିତା ପଟ୍ଟନାୟକ, ରେଣୁବାଳା ଜୟସିଂ, ଦେବାଶିଷ ଦାସ ଓ ପ୍ରସନ୍ନ କୁମାର ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ।
ଫଟୋ ନ୍ୟୁଜ ଟାଇମସ୍ ର ସାମ୍ବାଦିକ ପ୍ରସନ୍ନ କୁମାର  ଏବଂ ଭୁବନେଶ୍ଵରରୁ ସୂର୍ଯ୍ୟନାରାୟଣ ମହାନ୍ତିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *