ଆମ୍ବେଦକରଙ୍କ ୧୩୫ତମ ଜନ୍ମଜୟନ୍ତୀ ସପ୍ତାହ ରବିବାର ଅନୁଷ୍ଠିତ

ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ମଲିକୁଦ ଗ୍ରାମରେ ଜିଲ୍ଲା ଏସସି ମୋର୍ଚ୍ଚାର ସଭାପତି ରାମଚନ୍ଦ୍ର ତାଣ୍ଡିଙ୍କ ତତ୍ତ୍ଵାବଧାନରେ ଡଃ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମଜୟନ୍ତୀ ସପ୍ତାହ ରବିବାର ଅନୁଷ୍ଠିତ ହୋଇଯାଇଛି l

ଉକ୍ତ କାର୍ଯ୍ୟକ୍ରମର ସଭାରେ ମୁଖ୍ୟ ଅତିଥିଭାବେ ବରଗାଁ ପଞ୍ଚାୟତର ସମିତି ସଭ୍ୟା ଶ୍ରୀମତୀ ଅଙ୍ଗୁରୀ ତାଣ୍ଡି, ମୂଖ୍ୟ ବକ୍ତାଭାବେ ବିଜେପିର ପୂର୍ବ ଜିଲ୍ଲା ଉପସଭାପତି ତଥା ଆଇନଜୀବୀ ଚିତ୍ତରଞ୍ଜନ ପାତ୍ର ଓ ସମ୍ମାନୀତ ଅତିଥି ଭାବେ ଘଣ୍ଟାପଡ଼ା ମଣ୍ଡଳ ସଭାପତି ଗୋପୀନାଥ କହଁର, ଦଳିତ ସମାଜ ର ସଭାପତି ଲଳିତ ମହାନନ୍ଦ,ସଂପାଦକ ଦୟାନିଧି ମହାନନ୍ଦ, ଗାଁ କମିଟିର ସଂପାଦକ ଭକ୍ତ ବନ୍ଧୁ ବଣ୍ଡକି,ଆମ୍ୱେଦକର କମିଟ ସଂପାଦକ ସୁବାସ ମହାନନ୍ଦ, ଧୃବ ଚରଣ ମହାନନ୍ଦ ପ୍ରମୁଖ ଉପସ୍ଥିତ ରହି ଡଃ ଆମ୍ବେଦକରଙ୍କ ଜୀବନୀ ଓ ବିକଶିତ ଭାରତରେ ସମ୍ବିଧାନର ଚିତ୍ର ବର୍ଣ୍ଣନା କରିଥିଲେ l

ବରିଷ୍ଠ ବିଜେପି କର୍ମୀ ଠାକୁରଚରଣ ନାୟକ ସଭା ପରିଚାଳନା କରିଥିଲେ l

ଏସସି ମୋର୍ଚ୍ଚା ସଭାପତି ଶ୍ରୀ ତାଣ୍ଡି ଧନ୍ୟବାଦ ଦେଇଥିଲେ। ଏଥିରେ ବହୁ ମହିଳା ଓ ପୁରୁଷ ଯୋଗଦେଇଥିଲେ l
ବୌଦ୍ଧ ଜ଼ିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *