କନ୍ଧମାଳ-ରାୟଗଡା ଜିଲ୍ଲା ସୀମାନ୍ତ ରେ ପୁଣି ଲାଗିଲା ମାଓବାଦୀ ପୋଷ୍ଟର । କନ୍ଧମାଳ – ରାୟଗଡ଼ା ଜିଲ୍ଲା ସୀମାନ୍ତ ବର୍ତ୍ତୀ କୋଟଗଡ ବ୍ଲକ ନିକଟସ୍ଥ ତେଲେଙ୍ଗା ପଦର ଛକରେ କିଛି ଦିନର ନୀରବତା ପରେ ପୁଣି ଜିଲ୍ଲା ସୀମାନ୍ତ ରେ ମାଓବାଦୀ ଙ୍କ ଉପସ୍ଥିତି ଜାହିର କରି ମାଓବାଦୀ ମାନେ ବ୍ୟାନର ମାରିଥିବା ଦେଖିବାକୁ ମିଳିଛି l

ବ୍ୟାନରରେ ଆନ୍ଧ୍ର ଓଡ଼ିଶା ସ୍ପେଶାଲ ଜୋନାଲ କମିଟି ବୋଲି ଉଲ୍ଲେଖ କରାଯାଇଛି। ରାୟଗଡ଼ା ଜିଲ୍ଲା ଅଞ୍ଚଳ ବଂଶଧାରା ଘୁମୁସର ନାଗାବଳୀ (ବାହୁନା) ଅଧୀନରେ ଆସୁଥିବା ବେଳେ ଆନ୍ଧ୍ର ଓଡ଼ିଶା ସ୍ପେଶାଲ ଜୋନାଲ କମିଟି ଉଲ୍ଲେଖ ଥିବାର ବ୍ୟାନର କୁ ନେଇ ପୁଲିସ ଚିନ୍ତାରେ ପଡିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ରାୟଗଡ଼ା ଜିଲ୍ଲା ସିମାନ୍ତ ଫୁଲବାଣୀ ଜିଲ୍ଲା ରେ ଏବେ ମାଓବାଦୀ ଦମନ କରିବାରେ ଉଲ୍ଲେଖନୀୟ ସଫଳତା ପାଇଥିବା ବେଳେ କିଛି ମାଓବାଦୀ ରାୟଗଡ଼ା ଜିଲ୍ଲା ର ଚନ୍ଦ୍ରପୁର, ମୁନିଗୁଡ଼ା ଅଞ୍ଚଳ ରେ ନିଜର ସୁରକ୍ଷା ପାଇଁ ଘୁରି ବୁଲୁଥିବା ଜଣାପଡିଛି। ଏହି ବ୍ୟାନର ରେ ଖଣି ଖାଦାନ କୁ ବିରୋଧ କରି ବିଭିନ୍ନ ବିଷୟ ଉଲ୍ଲେଖ ଥିବା ଜଣାପଡିଛି।

କନ୍ଧମାଳ -କଳାହାଣ୍ଡି ସୀମାନ୍ତ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ କୁମ୍ବିଂ ଅପରେସନ ଜୋରଦାର। ଦେଶକୁ ନକ୍ସଲ ଏବଂ ମାଓବାଦୀ ମୁକ୍ତ କରିବା ପାଇଁ ଡେଡ଼ଲାଇନ ସମୟ ଯେତେ ପାଖେଇ ଆସୁଛି, ପୁଲିସ ଏବଂ ସୁରକ୍ଷା ବାହିନୀଙ୍କ କୁମ୍ବିଂ ଅପେରସନ ମଧ୍ୟ ସେତିକି ତୀବ୍ର ହେବାରେ ଲାଗିଛି । ସେହିଭଳି କନ୍ଧମାଳ ଜିଲ୍ଲାରେ ମଧ୍ୟ ଜିଲ୍ଲା ପୁଲିସ ଏବଂ କେନ୍ଦ୍ରୀୟ ସୁରକ୍ଷାବାହିନୀ ସିଆରପିଏଫ୍, ବିଏସଏଫ୍ ମଳିତ ଭାବେ ଜିଲ୍ଲାର ବିଭିନ୍ନ ନକ୍ସଲ ଏବଂ ମାଓବାଦୀ ପ୍ରବଣ ଅଞ୍ଚଳରେ କୁମ୍ବିଂ ଅପେରସନକୁ ତୀବ୍ର କରାଯାଇଛି । ଗୁରୁବାର ସକାଳୁ ଜିଲ୍ଲା ପୁଲିସ ର ଏସଓଜି, ଡିଭିଏଫ୍ ଏବଂ ସିଆରପିଏଫର ମିଳିତ ଭାବେ କନ୍ଧମାଳ-କଳାହାଣ୍ଡି ସୀମାନ୍ତବର୍ତ୍ତୀ ଗାଙ୍ଗେଲ ଜଙ୍ଗଲରେ ବଡ଼ ଧରଣର କୁମ୍ବିଂ ଅପେରସନ ଆରମ୍ଭ କରିଛନ୍ତି । ମିଳିତ ଟିମକୁ ବଡ଼ ସଫଳତା ମିଳିଥିବା ସୂଚନା ମିଳିଛି ।

ଜଙ୍ଗଲରେ ମିଳିତ ଟିମ ଏକ ମାଓ କ୍ୟାମ୍ପକୁ ଠାବ କରିଛି ଏବଂ କ୍ୟାମ୍ପରୁ ବହୁ ବନ୍ଧୁକ ସହିତ ବହୁ ପରିମାଣର ମାଓବାଦୀ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି । ମାଓ ସାମଗ୍ରୀ ମଧ୍ୟରେ ୧୩ ଟି ବନ୍ଧୁକ, ବହୁ ୱାକିଟକି, ସୋଲାର ପାନେଲ, ବିଦ୍ୟୁତ ତାର, ମେଡ଼ିସିନ ଭଳି ଅନେକ ମାଓବାଦୀ ବ୍ୟବହାର କରୁଥିବା ସାମଗ୍ରୀ ଜବତ ହୋଇଛି। ବହୁ ହାର୍ଡକୋର ମାଓବାଦୀ ଏହି ଜଙ୍ଗଲରେ ଲୁଚି ରହିଥିବା ସନ୍ଦେହରେ ମିଳିତ ଟିମ ଏବେ ମଧ୍ୟ କୁମ୍ବିଂ ଅପେରସନ କୁ ଜାରି ରଖିଛନ୍ତି ।
ବାଲିଗୁଡା ରୁ ସଞ୍ଜୟ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ
