ମୁଁ ବର୍ଷା ଫଟୋ ନିୟୁଜ, ନିୟୁଜ ରୁମ କୁ ସ୍ୱାଗତ କରୁଛି।ମୋରଡାରେ ଚୋରା ବାଲି ମାଫିଆଙ୍କୁ ଝଟ୍କା।ପେଟ୍ରୋଲିଂ ବେଳେ ଚୋରା ବାଲି ଵୋଝେଇ ଟିପର ଜବତ।
ମୟୂରଭଞ୍ଜ ଜିଲ୍ଲା ମୋରଡା ପୋଲିସ୍ ପକ୍ଷରୁ ନୂହାଝାଳିଆ ଠାରେ ପେଟ୍ରୋଲିଂ କରାଯାଉଥିବା ସମୟରେ ଏକ ଚୋରା ବାଲି ବୋଝେଇ ଟିପରକୁ ଜବତ କରାଯାଇଛି।

ଏହି ଘଟଣାରେ ପୋଲିସ୍ ଟିପର ଡ୍ରାଇଭର ଓ ହେଲପରକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ମୋରଡା ଥାନା ଅଧିକାରୀ ସୁମିତ ସୋରେନ ଓ ତାଙ୍କ ଟିମ୍ ନୂହାଝାଳିଆ ଅଞ୍ଚଳରେ ପେଟ୍ରୋଲିଂ କରୁଥିଲେ।

ଏହି ସମୟରେ ସନ୍ଦେହଜନକ ଭାବେ ଯାଉଥିବା ଏକ ବାଲି ବୋଝେଇ ଟିପରକୁ ଅଟକାଇ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ଡ୍ରାଇଭର ବାଲି ପରିବହନ ପାଇଁ କୌଣସି ବୈଧ କାଗଜପତ୍ର ବା ଚାଲାଣ ଦେଖାଇ ପାରିନଥିଲେ। ଫଳରେ ଏହା ଚୋରା ଚାଲାଣ ହେଉଥିବା ସ୍ପଷ୍ଟ ହେବା ପରେ ପୋଲିସ୍ ତୁରନ୍ତ ଟିପରକୁ ଜବତ କରି ଥାନାକୁ ଆଣିଥିଲା। ମୋରଡା ଥାନା ଅଧିକାରୀ କହିଛନ୍ତି, “ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶରେ ଚୋରା ବାଲି ଚାଲାଣ ରୋକିବା ପାଇଁ ନିୟମିତ ଚଢ଼ାଉ କରାଯାଉଛି। ଅଟକ ଡ୍ରାଇଭରକୁ ପଚରାଉଚରା କରାଯାଉଛି, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଟିପରଟି ଶୁଳିଆପଦା ଥାନା ଅଞ୍ଚଳର, ଟିପର ମାଲିକ ବିଜୁ ଗିରୀ ।

ଏହା ପଛରେ ଥିବା ମାଫିଆ ଲିଙ୍କ୍ ଉପରେ ବି ତଦନ୍ତ ଚାଲିଛି।ପୋଲିସର ଏହି କାର୍ଯ୍ୟାନୁଷ୍ଠାନ ପରେ ସ୍ଥାନୀୟ ଲୋକେ ସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ମୋରଡା ଥାନାରେ ଏକ ମାମଲା ରୁଜୁ ହୋଇଛି ।
ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦାରୁ ଉମାକାନ୍ତ ଧଡାଙ୍କ ରିପୋର୍ଟ ଫଟୋ ନ୍ୟୁଜ ଟାଇମ୍ସ।
