ପ୍ରବଳ ଝଡ଼ ତୋଫାନ ଘଡଘଡି ସହିତ ବର୍ଷା ଜନ ଜୀବନ ଅସ୍ତ ବ୍ୟସ୍ତ

କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଶୁକ୍ରବାର ଅପରାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରବଳ ଝଡ଼ ତୋଫାନ, ଘଡଘଡି ସହିତ ବର୍ଷା ହେବା ଫଳରେ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇପଡିଛି l

ଘନ ମେଘ ଆକାଶକୁ ଆଛାଦିତ କରିଦେବା ସହ ଘଡଘଡିର ଶବ୍ଦରେ କିଛି ସମୟ ପାଇଁ ପରିବେଶ ଭୟଭୀତ ହୋଇପଡ଼ିଥିଲା। ହଠାତ୍ ପାଗରେ ପରିବର୍ତ୍ତିତ ହୋଇଥିବା ଯୋଗୁଁ ପଥିକ ନାନା ଅସୁବିଧା ରେ ସମ୍ମୁଖୀନ ହୋଇଥିଲେ l

ତେବେ ଏହି ବର୍ଷା ଫଳରେ ଦିନ ତମାମ ହେଉଥିବା ଖରା ଓ ଗରମ ପରିସ୍ଥିତିରୁ ଲୋକମାନେ କିଛି ଆଶ୍ୱସ୍ତ ଅନୁଭବ କରିଥିବା ବେଳେ ଚାଷୀମାନେ ମଧ୍ୟ ବେଶ ଖୁସି ଅନୁଭଵ କରିଥିବା ଦେଖିବାକୁ ମିଳିଥିଲା । ବର୍ଷା ତୁହାକୁ ତୁହା ଲାଗି ରହିଥିବାରୁ ରାସ୍ତା ଘାଟ ଜନଶୂନ୍ୟ ଦେଖିବାକୁ ମିଳିଥିଲା। କେତେକ ଛୋଟ ତଥା ଉଠା ଦୋକାନୀ ମାନଙ୍କର ଜିନିଷ ପତ୍ର ଉଡାଇ ନେବା ସହ ବର୍ଷା ପାଣିରେ ବ୍ୟାପକ କ୍ଷୟ କ୍ଷତି ହୋଇଥିବା ଜଣାପଡିଛି l

Leave a Reply

Your email address will not be published. Required fields are marked *