ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା

ମୁଁ ବର୍ଷା ଫଟୋ ନିୟୁଜ, ନିୟୁଜ ରୁମ କୁ ସ୍ୱାଗତ କରୁଛି।ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା ରେ ଦୁଇ ଜଣ ଗିରଫ।ଦୁଇ ଦେଶୀ ବନ୍ଧୁକ ଜବତ।

କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଧୀନ ସାପେରି ଗ୍ରାମରେ କାମଦେବ ମାଝୀ (୩୩) ଙ୍କୁ ଶିକାର କରିବାକୁ କହି ଘରୁ ଡାକି ଗୁଳି କରି ହତ୍ୟା କରାଯାଇଥିବା ଘଟଣାରେ ବାଲିଗୁଡା ଏସଡିପିଓ ଶୁଭମ ଭୋଶଲେ ଓ ବେଲଘର ଥାନା ଅଧିକାରୀ ସୌମ୍ୟରଞ୍ଜନ ପତି ଙ୍କ ମିଳିତ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ପୋଲିସ ର ପ୍ରାଥମିକ ତଦନ୍ତ ରୁ ଜଣାପଡିଛି ଯେ, ପୂର୍ବ ଶତ୍ରୁତା ଓ ଝଗଡା ହେଉଛି ହତ୍ୟାର ମୁଖ୍ୟ କାରଣ ।

ଜମି ଜମା ,ସମ୍ପତି ଓ ପରକୀୟ ପ୍ରୀତି ରୁ ହତ୍ୟା ଘଟଣା କୁ ନେଇ ଏଭଳି ହୋଇନଥିବା କହିଛନ୍ତି । କିନ୍ତୁ ଏହି ଅଭିଯୋଗ ସମ୍ପର୍କ ରେ ମଧ୍ୟ ତଦନ୍ତ ଜାରୀ ରହିବ ବୋଲି କହିଛନ୍ତି । କାମଦେବ ମାଝୀ ଙ୍କ ସ୍ତ୍ରୀ ଚୁମୁକି ମାଝି ଙ୍କ ଏତଲା ଆଧାର ରେ ବେଲଘର ଥାନା କେସ ନମ୍ବର ୩୯/୨୬ ଦଫା ୧୦୩(୧)/୩(୫)/ବିଏନଏସ ସହ ୨୫/୨୭ ଆର୍ମ ଆଧାର ରେ ତଦନ୍ତ ଆରମ୍ଭ ହୋଇଥିଲା ।

ସ୍ତ୍ରୀ ର ବୟାନ ପ୍ରକାରେ ଅଭିଯୁକ୍ତ ମାନେ ସ୍ଵାମୀ କୁ ଶିକାର କରିବା ବାହାନାରେ ଘରୁ ଡାକି ନେଇଥିଲେ ପରବର୍ତ୍ତୀ ସମୟ ରେ ତାଙ୍କ ସ୍ଵାମୀ ର ମୃତ ହୋଇଥିବା ସୂଚନା ଦେଇଥିଲେ ବୋଲି କହିଛନ୍ତି । ଏହା ପରେ ପୁଲିସ ଏକ ସ୍ଵତନ୍ତ୍ର ଟିମ ଗଠନ କରି ଲିପଟୁ ମାଝୀ ଓ ମଧୁସୂଦନ ମାଝୀଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଦୁଇଟି ଦେଶୀ ବନ୍ଧୁକ ଜବତ କରି କୋର୍ଟଚାଲାଣ କରିଛି । ଏହି ମାମଲା ରେ ବୈଜ୍ଞାନିକ ଓ ବୈଷୟିକ ପ୍ରମାଣ ସଂଗ୍ରହ ମଧ୍ୟ କରି ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି ବାଲିଗୁଡା ଏସଡିପିଓ ଶୁଭମ ଭୋଶଲେ ।
ଫୁଲବାଣୀ ରୁ ସଞ୍ଜୟ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *