ଖଡ଼ିଆଳ ସହ ଜିଲ୍ଲାର ୭ ଗୋଟି ସ୍ଥାନରେ ହେଲମେଟ ହବ୍ ହେଲା

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହ ଜିଲ୍ଲାର ୭ ଗୋଟି ସ୍ଥାନରେ ହେଲମେଟ ହବ୍ ହେଲା ଶୁଭାରମ୍ଭ, ବାଇକ୍ ଚାଳକଙ୍କୁ ୫୦ ଟଙ୍କା ରେ ହେଲମେଟ ପ୍ରଦାନ, କାର୍ଯ୍ୟ ସାରି ଫେରିବା ବେଳେ ଜମା ଦେବାକୁ ନିର୍ଦ୍ଧେଶ ତା: ୦୬.୦୫. ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହ ଜିଲ୍ଲାର ୭ ଗୋଟି ସ୍ଥାନରେ ହେଲମେଟ ହବ୍ ହେଲା ଶୁଭାରମ୍ଭ, ବାଇକ୍ ଚାଳକଙ୍କୁ ୫୦ ଟଙ୍କା ରେ ହେଲମେଟ ପ୍ରଦାନ,

କାର୍ଯ୍ୟ ସାରି ଫେରିବା ବେଳେ ହେଲମେଟ ଜମା ଦେବାକୁ ନିର୍ଦ୍ଧେଶ। ଆଜି ଖଡ଼ିଆଳ ନୂତନ ବସ ଷ୍ଟାଣ୍ଡ ଥରେ ହେଲମେଟ ହବ୍ ର ଉଦ୍ଘାଟନ ହୋଇଅଛି। ଏହି ଉଦ୍ଘାଟନ ଉତ୍ସବ ରେ ଖଡ଼ିଆଳ ବିଡିଓ ମିଳନ କୁମାର ଖାଙ୍କର, ଖଡ଼ିଆଳ ନିର୍ବାହୀ ଅଧିକାରୀ ସ୍ୱାଧୀନ କେତନ ମହାରଣା, ଖଡ଼ିଆଳ ଥାନା ଅଧିକାରୀ ସୁମନ୍ତ କୁମାର ନାଏକ ପ୍ରମୁଖ ଯୋଗ ଦେଇ ଯୋଜନା ଶୁଭାରମ୍ଭ କରିଥିଲେ।

ବାଇକ୍ ଚାଳକଙ୍କୁ ପଚାଶ ଟଙ୍କା ଦେଇ ହେଲମେଟ ପିନ୍ଧି ନିଜ କାର୍ଯ୍ୟରେ ଯିବାକୁ ଆହ୍ୱାନ କରିଥିବା ବେଳେ ଫେରିବା ବେଳେ ହେଲମେଟ କୁ ଜମା ଦେବାକୁ ପଡିବ ବୋଲି ନିର୍ଦ୍ଧେଶ ଦେଇଥିଲେ।ମହିଳା ସ୍ଵୟଂ ସହାୟକ ଦଳ ମହିଳା ସଦସ୍ୟା ମାନେ ଯୋଗଦେଇ ସଚେତନ କରିଥିଲେ।ହେଲମେଟ ପିନ୍ଧିଥିବା ବାଇକ ଚାଳକଙ୍କୁ ଗୋଲାପ ଫୁଲ ଦେଇ ସ୍ୱାଗତ କରିଥିଲେ।

Leave a Reply

Your email address will not be published. Required fields are marked *