ମୁଁ ବର୍ଷା ଫଟୋ ନିୟୁଜ, ନିୟୁଜ ରୁମ କୁ ସ୍ୱାଗତ କରୁଛି।ବୌଦ୍ଧ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟକାରୀ ହେବ OSWAS ଡିଜିଟାଲ୍ ଶାସନ। ଏହି ବ୍ୟବସ୍ଥାକୁ ମିଳିବ ଗତି, ହେବ ପେପରଲେସ୍ କାର୍ଯ୍ୟପ୍ରଣାଳୀ।
ବୌଦ୍ଧ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଫାଇଲ୍ ଓ ଡାକ ପ୍ରକ୍ରିୟାକୁ ଅଧିକ ତ୍ୱରିତ, ସ୍ୱଚ୍ଛ ଓ ସୁବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ Odisha State Workflow Automation System (OSWAS) ର ସଫଳ କାର୍ଯ୍ୟାନ୍ବୟନ ପାଇଁ ଏକ ସମୀକ୍ଷା ବୈଠକ ଆଜି OSWAN ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅତିରିକ୍ତ ଜିଲ୍ଲାପାଳ, ବୌଦ୍ଧ ଅନିରୁଦ୍ଧ ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହି ସମୀକ୍ଷା ବୈଠକରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଜିଲ୍ଲା ଓ ବ୍ଲକ୍ ସ୍ତରର ସମସ୍ତ ବିଭାଗୀୟ ଅଧିକାରୀ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ ତହସିଲଦାର ଏବଂ ବୌଦ୍ଧ ଜିଲ୍ଲାର ସମସ୍ତ ଡେପୁଟି ଜିଲ୍ଲାପାଳ ଓ ସହକାରୀ ଜିଲ୍ଲାପାଳ ମାନେ ଯୋଗଦେଇଥିଲେ l

ଭୁବନେଶ୍ୱରସ୍ଥିତ OCAC ସମ୍ମିଳନୀ କକ୍ଷରୁ OCAC ର ଡୋମେନ୍ ଆଡଭାଇଜର ସତ୍ୟ ରଞ୍ଜନ ସାହୁ ମଧ୍ୟ ଭର୍ଚୁଆଲ୍ ମାଧ୍ୟମରେ ବୈଠକରେ ସମ୍ମିଳିତ ହୋଇଥିଲେ l ଜିଲ୍ଲା ଇ-ଗଭର୍ଣାନ୍ସ ମ୍ୟାନେଜର ସମୀର କୁମାର ନାଏକ ସମଗ୍ର ବୈଠକକୁ ପରିଚାଳନା କରିଥିଲେ l ବୈଠକର ଆରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ଜିଲ୍ଲା ଓ ବ୍ଲକ ର ସମସ୍ତ OSWAN ସମ୍ମିଳନୀ କକ୍ଷରେ ଉପସ୍ଥିତ ଅଧିକାରୀଙ୍କୁ ସ୍ୱାଗତ କରିଥିଲେ l ପରେ ସେ ବୌଦ୍ଧ ଜିଲ୍ଲାରେ OSWAS କାର୍ଯ୍ୟାନ୍ବୟନ ସମ୍ବନ୍ଧୀୟ ଏକ ବିସ୍ତୃତ PPT ଉପସ୍ଥାପନ କରିଥିଲେ।

ସେ ଅବଗତ କରାଇଥିଲେ ଯେ ବୌଦ୍ଧ ଜିଲ୍ଲାର ସମସ୍ତ ୭୯ଟି ସରକାରୀ କାର୍ଯ୍ୟାଳୟରେ OSWAS ସଂରଚିତ କରାଯାଇସାରିଛି ଏବଂ ଏହା ମାଧ୍ୟମରେ ପେପରଲେସ୍ ଓ ସ୍ମାର୍ଟ ଅଫିସ୍ ବ୍ୟବସ୍ଥା ଦିଗରେ ଜିଲ୍ଲା ଦୃଢ଼ ପଦକ୍ଷେପ ନେଇଛି l
ବୌଦ୍ଧ ଜ଼ିଲ୍ଲା ପ୍ରତିନିଧି ବାସୁଦେବ ଷାଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ ଟାଇମ୍ସ।
