ମୁଁ ବର୍ଷା ଫଟୋ ନିୟୁଜ, ନିୟୁଜ ରୁମ କୁ ସ୍ୱାଗତ କରୁଛି।ନିଖିଲ ହତ୍ୟାକାଣ୍ଡ ଘଟଣାରେ 9 ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ।
ବହୁ ଚର୍ଚ୍ଚିତ ନିଖିଳ ହତ୍ୟାକାଣ୍ଡ ଘଟଣାର ଖୁଲାସା କରିଛି ରାୟଗଡା ପୋଲିସ।ପୋଲିସ ଏହି ଘଟଣାରେ ୯ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ହତ୍ୟାକାଣ୍ଡ ରେ ବ୍ୟବହୃତ ହୋଇଥିବା ବନ୍ଧୁକ ,ଦୁଇଟି ଗାଡି ୧୧ଟି ମୋବାଇଲ, ଗୋଟିଏ ବନ୍ଧୁକ ସହିତ କିଛି ଏଟିଏମ୍ କାର୍ଡ ଏବଂ କିଛି ନଗଦ ଟଙ୍କା ଜବଦ କରିଛି ପୋଲିସି।ପୂର୍ବରୁ କୋରାପୁଟ ଜିଲ୍ଲା ଅଲମଣ୍ଡା ଠାରେ ଜୁଆ ଆଡାରେ ନିଖିଲ ହାଡ଼ପା ସେଠାରୁ ଲୁଟ କରିଥିବା ସହିତ ଅନ୍ୟ ଘଟଣା ଚକ୍ରକୁ ନେଇ ଏହି ଗୁଳିକାଣ୍ଡ ଜନିତ ହତ୍ୟାକାଣ୍ଡ ଘଟିଛି, ହତ୍ୟା କାଣ୍ଡ ଘଟଣା ପୂର୍ବରୁ ଏକ ହୋଟେଲରେ ଏହାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା। ଯାହାକୁ ନେଇ ଆଜି ଏକ ପ୍ରେସବିବୃତିରେ ସୂଚନା ଦେଇଛନ୍ତି ,ସ୍ୱାତି ଏସ କୁମାର,।

ଏହି ଘଟଣାରେ ୨୧ ଜଣଙ୍କ ସମ୍ପୃକ୍ତି ରହିଛି, ପୋଲିସ ମୁଖ୍ୟ ଅଭିଯୁକ୍ତ,ଉମେଶ ଚନ୍ଦ୍ର ହିଆଲ ସହିତ ଅନ୍ୟ ଆଠ ଜଣଙ୍କୁ ଗିରଫ କରିଛି, ରାଜ ସେମିଳି,ଘର ଦୋରାଗୁଡା କମ୍ପର, ଅକ୍ଷୟ ସାମଲ,ଅର୍କେନଗର ରାୟଗଡ଼ା, ରାଜା ହୁଈକା-ଘର ତୁମ୍ବିଗୁଡା, ସୁମିତ ଯେନ-ଘର ରାୟଗଡା, ଭି ଲୋକେଶ କୁମାର-ଘର ରାୟଗଡା,ୱାଇ ସ୍ବାମ ସୁନ୍ଦର,-ଘର ରାୟଗଡା, ବି ପବନ କୁମାର-ଘର ହାଉସିଂ ବୋର୍ଡ ରାୟଗଡା, ଏସ ପ୍ରେମ କୁମାର-ଘର ରାୟଗଡା।ଏହା ବ୍ୟତୀତ ପୋଲିସର ୫ଟିମ ବ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୋଜା ଖୋଜି ଜାରି ରଖିଛି।ସୂଚନା ଥାଉକି ଗତ 9 ତାରିଖ ରାତି 10ଟା ସମୟରେ ଗ୍ୟାମ୍ବଲିଂ ଘଟଣାକୁ କେନ୍ଦ୍ର କରି ହାଡପା ନିଖିଲକୁ ରାୟଗଡା ସହରର ଇନ୍ଦିରାନଗର ଅଞ୍ଚଳରେ ଗୁଳି କରି ହତ୍ୟା କରାଯାଇଥିଲା,ଏବଂ ତା ପର ଦିନ ନିଖିଲର ମୃତ ଦେହ ନାଗାବଳୀ ନଦୀ ପଠାରୁ ମିଳିଥିଲା।ଏହି ତଥ୍ୟ ସାମର୍କ ରେ ରୟାଗଡ଼ା ଏସ. ପି. ନିଜର ମନ୍ତବ୍ୟ ଦେଇଛନ୍ତି।
ରାୟଗଡା ରୁ ମନୋରଞ୍ଜନ ଶତପଥି ଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।
