ଫୁଲବାଣୀରେ ଦୁର୍ଘଟଣା ଦ୍ରୁତଗତି କାର ନାଳରେ ପଡିଲା, କିଛି ଆହତ

ଆଜି କନ୍ଧମାଳ ଜିଲ୍ଲାର ଫୁଲବାଣୀ ନାରାୟଣୀ ଛକରେ ଗୋଟେ ଦୁଃଖଦ ଏବଂ ଅଭବାନୟ ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, OD 24 BH 9518M ନମ୍ବରର ଗୋଟେ କାର ଦ୍ରୁତ ଗତିରେ ଆସି ରାସ୍ତା ପାଖରେ ଥିବା ଖୋଲା ନାଳରେ ପଡିଯାଇଥିଲା।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଡ୍ରାଇଭର ମଦ୍ୟପାନ କରିଥିବା ସନ୍ଦେହ ରହିଛି। ଦୁର୍ଘଟଣା ପରେ ଡ୍ରାଇଭର ଘଟଣାସ୍ଥଳରୁ ପଳାଇଯାଇଥିବା ଜଣାପଡିଛି।
ଏହି ଦୁର୍ଘଟଣାରେ ଗାଡିରେ ବସିଥିବା କିଛି ବ୍ୟକ୍ତି ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କୁ ତୁରନ୍ତ ଫୁଲବାଣୀ ବଡ଼ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ଏବଂ ଡ୍ରାଇଭରଙ୍କ ଖୋଜଖବର ଚାଲିଛି।


ଏହି ରାସ୍ତାଟି ମୁଖ୍ୟ ରାସ୍ତା ହୋଇଥିବା ସହିତ ବସଷ୍ଟାଣ୍ଡ ଏବଂ ଚାରିଟି ସ୍କୁଲକୁ ସଂଯୋଗ କରୁଛି। କିନ୍ତୁ ଏଠାରେ ଥିବା ଖୋଲା ଡ୍ରେନ ଜନସାଧାରଣ ପାଇଁ ବଡ଼ ବିପଦ ସୃଷ୍ଟି କରୁଛି।
ସ୍ଥାନୀୟ ଲୋକମାନେ ପ୍ରଶାସନଙ୍କୁ ଶୀଘ୍ର ଏହି ଖୋଲା ନାଳକୁ ଆବରଣ କରିବା ସହିତ ରାସ୍ତାରେ ସ୍ପିଡ୍ ବ୍ରେକର ସ୍ଥାପନ କରିବାକୁ ଦାବି କରିଛନ୍ତି।
ପ୍ରଶାସନ ଯଦି ଏହାକୁ ଗୁରୁତ୍ୱ ନ ଦେଉଥାଏ, ତେବେ ଆଗାମୀ

Leave a Reply

Your email address will not be published. Required fields are marked *