ବାରଙ୍ଗ ଥାନା ଥାର୍ଡ ଡିଗ୍ରୀ ଅଭିଯୋଗ ର ନୂଆ ମୋଡ଼ ନେଇଛି। ସିସିଟିଭିକୁ ନେଇ ବଢ଼ୁଛି ପ୍ରଶ୍ନ।

ବାରଙ୍ଗ ଥାନା ଥାର୍ଡ ଡିଗ୍ରୀ ଅଭିଯୋଗ ର ନୂଆ ମୋଡ଼ ନେଇଛି। ସିସିଟିଭିକୁ ନେଇ ବଢ଼ୁଛି ପ୍ରଶ୍ନ।

ସୂଚନା ଯୋଗ୍ୟ ରାକେଶ ର ଚେତା ଫେରିବା ପରେ ସିଧାସଳଖ କହିଛନ୍ତି ମୋତେ ଆଇଆଇସି ବଞ୍ଚେଇଛନ୍ତି |
ଆଉଜଣେ ଆଇଆଇସି ଓ ଏସିପି ବାଡ଼େଇଛନ୍ତି ତେବେ କିଏ ସେମାନେ ଏନେଇ ସିସିଟିଭି କାହିଁକି ସାର୍ବଜନୀନ କରାଯାଉନାହିଁ।
ଭୁବନେଶ୍ୱର ବାଲିଅନ୍ତା ରେ ପୋଲିସ ର ଖାମଖିଆଲି ଯୋଗୁ ଜଣଙ୍କୁ ଆକ୍ରୋଶ ର ଶିକାର ହୋଇ ମୃତୁବରଣ କରିବାକୁ ପଡିଥିଲା |
ସେହିପରି ସାମାନ୍ୟ ଶିଶିଟିଭି ଯୋଗୁ ଭୁବନେଶ୍ୱର ଭରତପୁର ଥାନାର ୭ ଜଣଙ୍କୁ ସସ୍ପେଣ୍ଡ କରାଯାଇଥିଲା |
ବାରଙ୍ଗ କେଶରେ କାହିଁକି ସିସିଟିଭି ଯାଞ୍ଚ କରାଯାଉନାହିଁ ତାହା ଏବେ ପ୍ରଶ୍ନ ଘେରିରେ।
ବାରଙ୍ଗ ଥାନାରେ କଥିତ ଥାର୍ଡ ଡିଗ୍ରୀ ଅଭିଯୋଗକୁ ନେଇ ଘଟଣାରେ ଏବେ ନୂଆ ମୋଡ଼ ଆସିଛି। ସୂଚନା ଯୋଗ୍ୟ ଚିକିତ୍ସାଧୀନ ରାକେଶଙ୍କ ଚେତା ଫେରିବା ପରେ ସେ କହିଛନ୍ତି ଯେ ନିରଞ୍ଜନ ଆଇଆଇସି ତାଙ୍କୁ ବଞ୍ଚାଇଥିବା ବେଳେ ଅନ୍ୟ ଜଣେ ଆଇଆଇସି ଓ ଜଣେ ଏସିପି ତାଙ୍କୁ ମାଡ଼ ମାରିଥିଲେ। ଏହି ବୟାନ ପରେ ସମଗ୍ର ଘଟଣାକୁ ନେଇ ବିବାଦ ଆହୁରି ତୀବ୍ର ହୋଇଛି।

ଘଟଣାର ସତ୍ୟତା ଜାଣିବା ପାଇଁ ଥାନା ପରିସରର ସିସିଟିଭି ଫୁଟେଜ୍‌ ସର୍ବସାଧାରଣଙ୍କ ସମ୍ମୁଖରେ ଆଣିବା ଦାବି ଜୋର ଧରିଛି। ଯଦି ରାକେଶଙ୍କ ଅଭିଯୋଗ ଭୁଲ, ତେବେ ସିସିଟିଭି ତାହା ସ୍ପଷ୍ଟ କରିପାରିବ। ଆଉ ଯଦି ଅଭିଯୋଗ ସତ, ତେବେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନର ପଥ ଖୋଲିବ। ଏହା ସତ୍ତ୍ୱେ ଫୁଟେଜ୍‌ ସାର୍ବଜନୀନ ନ ହେବା ଏବେ ସନ୍ଦେହକୁ ବଢ଼ାଇଛି।

ଅତୀତରେ ଭୁବନେଶ୍ୱରର ବିଭିନ୍ନ ଘଟଣାରେ ସିସିଟିଭି ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ହୋଇଛି। ଭରତପୁର ଥାନା ଘଟଣାରେ ସିସିଟିଭି ଆଧାରରେ ଅନେକ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା।

ତେବେ ଏହି ଅଭିଯୋଗଗୁଡ଼ିକର ସତ୍ୟତା ତଦନ୍ତ ସାପେକ୍ଷ। ଅଧିକୃତ ତଦନ୍ତ ରିପୋର୍ଟ, ସିସିଟିଭି ଫୁଟେଜ୍‌ ଓ ଫୋରେନସିକ୍‌ ପ୍ରମାଣ ସାମ୍ନାକୁ ଆସିବା ପରେ ହିଁ ପ୍ରକୃତ ଘଟଣା ସ୍ପଷ୍ଟ ହେବ। ଏବେ ସମସ୍ତଙ୍କ ନଜର ରହିଛି ତଦନ୍ତକାରୀ ସଂସ୍ଥା ଓ କମିଶନରେଟ୍‌ ପୋଲିସର ପରବର୍ତ୍ତୀ ପଦକ୍ଷେପ ଉପରେ। ସିସିଟିଭି ଫୁଟେଜ୍‌ ପ୍ରକାଶ ପାଇଲେ ଏହି ବିବାଦର ପର୍ଦ୍ଦାଫାଶ ହେବ କି ନାହିଁ, ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ।
ଭୁବନେଶ୍ୱର ରୁ ଦୁର୍ଗା ମହଲା ଙ୍କ ରିପୋର୍ଟ ଫୋଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *