ପୋଲିସ୍ କୁ ଯୁବକ ଙ୍କ ମାଡ। ରାଜ୍ୟ ରେ ଯେଭଳି ଭାବେ ଆଇନ ଶୃଙ୍ଖଳା ପରିସ୍ଥିତି ଦିନ କି ଦିନ ବିଗୁଡ଼ୁଛି, ତାହା ବର୍ଣନା କରିବା କଷ୍ଟକର। ଆଉ ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧାରେ। ଖୋର୍ଦ୍ଧା ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟ ରେ ଜଣେ ଯୁବକ କର୍ତ୍ତବ୍ୟ ରତ ପୋଲିସ କର୍ମଚାରୀ ଙ୍କୁ ମାଡ ମାରୁଛି।

ପୋଲିସ ସହିତ ମେଡିକାଲ ରେ ଅନେକ ଘରୋଇ ଶିକୁରିଟି ଗାର୍ଡ ମଧ୍ୟ ଉପସ୍ଥିତ। ଦେଖନ୍ତୁ ସେଇ ବେଳର ଦୃଶ୍ୟ। ଜଣେ ଯୁବକ ମେଡିକାଲ ରେ କୌଣସି କାରଣ ରୁ ଉତ୍ୟକ୍ତ ହୋଇ ନିଜର ହିତାହିତ ଜ୍ଞାନ ହରାଇ ୟୁନିଫର୍ମ ରେ ଥିବ ଜଣେ ପୋଲିସ କନଷ୍ଟେବଲ କୁ କଲର୍ ଧରି ଚାପ ଡା ମାରୁଛି। ପୋଲିସ କର୍ମଚାରୀ ନିଜକୁ ରକ୍ଷା କରିବାକୁ ଉଦ୍ୟମ କରିଥିଲେ ସୁଦ୍ଧା ଯୁବକ ପୁନଶ୍ଚ ଆକ୍ରମଣ କରୁଛି। ଅନେକ ଲୋକ ଏହି ଦୃଶ୍ୟ କୁ ଦେଖୁଛନ୍ତି। ନିଜ ମୋବାଇଲରେ ସୁଟିଂ କରୁଛନ୍ତି। ପରବର୍ତ୍ତୀ ସମୟ ରେ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ପହଞ୍ଚି ଯୁବକ କୁ କାବୁ କରି ଥାନା କୁ ନେଇ ତଦନ୍ତ କରୁଛନ୍ତି। ଏହି ଯୁବକ ନିଶା ଗ୍ରସ୍ତ ଯୋଗୁ ଏମିତି କରୁଥିଲା ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ହେଲେ ଯୋଉ ସ୍ଥାନ ରେ ପୋଲିସ ଅସୁରକ୍ଷିତ ସେଠି ଜନ ସାଧାରଣ କେତେ ସୁରକ୍ଷିତ ତାହା ଚର୍ଚ୍ଚା ହେଉଛି। ବିଭିନ୍ନ ସୋସିଆଲ ମିଡିଆ ରେ ଏହି ଦୃଶ୍ୟ ଭାଇରାଲ ହେଉଛି।
