ଫଟୋ ନିୟୁଜ, ନିୟୁଜ ରୁମ କୁ ସ୍ୱାଗତ କରୁଛି ମୁଁ ବର୍ଷା। ଖୋର୍ଦ୍ଧା ରେ ଇଗଲ କପ୍ କ୍ରିକେଟ୍ ଅନୁଷ୍ଠିତ। “ଓ୍ବିଣ୍ଡ-୨୦୦୦ “କଟକ ଚମ୍ପିୟାନ।
ସ୍ଥାନୀୟ ଇଗଲ କ୍ଲବ ପଡ଼ିଆରେ ଚାଲିଥିବା ୨୧ତମ ରାତ୍ରକାଳୀନ ଏକ ଦିବସୀୟ ଇଗଲ କପ୍ କ୍ରିକେଟ୍ ଟୁର୍ନାମେଂଟ ଉଦଯାପିତ ହୋଇଯାଇଛି । ଏଥିରେ କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧାର ୮ଟି ବଛାବଛା ଦଳ ଅଂଶଗ୍ରହଣ କରିଥିଲେ । ତେବେ ସମସ୍ତ ଦଳକୁ ପଛରେ ପକାଇ କଟକର ଦୁଇଟି ଦଳ “ମ୍ୟାଜିକ ଏକାଦଶ” ଏବଂ “ଓ୍ବିଣ୍ଡ-୨୦୦୦ “ଫାଇନାଲକୁ ଉତୀନ୍ନ ହୋଇଥିଲେ । ତେବେ ଚିତାକର୍ଷକ ଫାଇନାଲରେ ମ୍ୟାଜିକ୍ ଏକାଦଶ ଦଳକୁ ହରାଇ ଓ୍ବିଣ୍ଡ-୨୦୦୦ କଟକ ଦଳ ଚଳିତ ବର୍ଷର ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲେ ।

ଟୁର୍ନାମେଂଟର ଉଦଘାଟନ ଭାବେ ପୂର୍ବତନ ପୌରାଧ୍ୟକ୍ଷ ସଂଯୁକ୍ତା ସାହୁ, ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ତଥା ଆୟୋଜକ କମିଟିର ସଂପାଦକ ଅଭିଶେକ ସିଂହସାମନ୍ତ, କାଉନସିଲର ପ୍ରବୀଣା ଜଗଦେବରାୟ, ଅନିଲ ରାମ ପ୍ରମୁଖ ଯୋଗଦେଇଥିଲେ । ରାତି ବଢିବା ସାଂଗକୁ ଆତାସବାଜି ଓ ଡ଼ିଜେ ସାଉଣ୍ଡର ତାଳେତାଳେ ଶତାଧିକ ଦର୍ଶକମାନେ ଖେଳର ବେଶ ମଜା ଉଠାଇଥିଲେ । ରବିବାର ରାତ୍ର ୩ଟା ସମୟରେ ଆରମ୍ଭ ହୋଇଥିଲା ଇଗଲ କପ କ୍ରିକେଟର ୨୧ତମ ସଂସ୍କରଣର ଫାଇନାଲ ମ୍ୟାଚ । ମ୍ୟାଜିକ୍ ଏକଦଶ କଟକ ଦଳ ଟସରେ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲେ । ଦଳ ନିର୍ଦ୍ଧାରିତ ୬ ଓଭରରେ ୪ଟି ୱିକେଟ୍ ହରାଇ ୧୪୫ରନ୍ କରିଥିଲେ । ଦଳ ଜବାବରେ ଓ୍ବିଣ୍ଡ-୨୦୦୦ ଦଳ ୫.୧ ଓଭରରେ ଉଇକେଟ୍ ନହରାଇ ଆବଶ୍ୟକ ୧୪୬ରନ କରି ବିଜୟ ଘୋଷିତ ହୋଇଥିଲେ ।

ଦଳ ପକ୍ଷରୁ ଅଭିଷେକ ବେହେରା ୨୨ଟି ବଲରେ ଅପରାଜିତ ୧୦୪ରନ କରିଥିଲେ । ଫାଇନାଲ ମ୍ୟାଚକୁ ବିରଞ୍ଚି ନାରାୟଣ ଜେନା ଓ ଦିଗନ୍ତ ରାଉତରାୟ ପଚିଚାଳନା କରିଥିବା ବେଳେ, ଟୁର୍ନାମେଂଟକୁ ସଫଳ କରିବାକୁ କ୍ଲବର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।

ସେହିପରି ସ୍କୋର ଲେଖିବାରେ ନୂତନକ୍ରାନ୍ତି ପାଲ ଓ ଭାଷ୍ୟକାର ଭାବରେ ଅବ୍ୟକ୍ତ ହରିହର ଖାଡ଼ଙ୍ଗା ସହାୟତା କରିଥିଲେ। ଉଦଯାପନୀ ଉତ୍ସବରେ ଖୋର୍ଦ୍ଧାର ପୂର୍ବତନ ବିଧାୟକ ତଥା ଇଗଲ କ୍ଲବର ସଭାପତି ରାଜେନ୍ଦ୍ର କୁମାର ସାହୁ, କାଉନସିଲର ଅମୀୟ ମହାନ୍ତି, ନାଗଭୂଷଣ ଜେନା, ଅଭିଶେଷ ସିଂହସାମନ୍ତ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ପୁରସ୍କୃତ କରିଥିଲେ । ସେହିପରି ଟୁର୍ନାମେଂଟର ଶ୍ରେଷ୍ଠ ଖେଳାଳୀ ଓ ଫାଇନାଲର ଶ୍ରେଷ୍ଠ ଖେଳାଳୀ ଭାବେ ଅଭିଷେକ ବେହେରାଙ୍କୁ ପୁରସ୍କୃତ କରାଯାଇଥିଲା ।
ଖୋର୍ଦ୍ଧା ରୁ ସୂର୍ଯ୍ୟ ନାରାୟଣ ମହାନ୍ତି ଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।
