ଟୁଇଙ୍ଗ ସିଟିରେ କଟକ ପୋଲିସ ଵିଧି ବ୍ୟବସ୍ଥା

ମୁଁ ବର୍ଷା ସ୍ୱାଗତ କରୁଛି ଫଟୋ ନିୟୁଜ, ନିୟୁଜ ରୁମ କୁ।ଟୁଇଙ୍ଗ ସିଟିରେ କଟକ ପୋଲିସ ଵିଧି ବ୍ୟବସ୍ଥା।
କମିଶନରରେଟ ପୋଲିସ ର କଟକ ରେ ଥିବା ପୋଲିସ ଥାନା ମାନଙ୍କ ରେ ଅଫିସର ମାନେ ଆବଶ୍ୟକ ଠାରୁ କମ ଅଛନ୍ତି। | କେଶ କ୍ଲୋଜିଂଗ ହେଉଛି ବିଳମ୍ବ |

କମିଶନରରେଟ ପୋଲିସ ଅଧୀନରେ ଥିବା କଟକ ସହରର ପୋଲିସ ବ୍ୟବସ୍ଥାକୁ ନେଇ ଏବେ ସାଧାରଣ ଲୋକଟିଏ ନ୍ୟାୟ ପାଇବାକୁ ବିଳମ୍ବ ହେଉଛି।। ଟୁଇନ ସିଟି ଭାବେ ପରିଚିତ କଟକ-ଭୁବନେଶ୍ୱର ମଧ୍ୟରୁ କଟକରେ ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ଚିନ୍ତାଜନକ ହେଉଥିବା ବେଳେ, ସବୁଠାରୁ ବଡ଼ ସମସ୍ୟା ସାଜିଛି ପୋଲିସ ଅଫିସର ମାନେ ଭିଆଇପି ଡିଉଟି ରେ ନିଜକୁ ନିୟଜିତ କରୁଛନ୍ତି। ଅନେକ ଗୁରୁତ୍ୱପୂର୍ଣ୍ଣ କେସ ମାସ ମାସ ଧରି ପେଣ୍ଡିଂ ରହୁଛି।

ସୂଚନା ଅନୁଯାୟୀ କଟକର କେତେକ ଥାନାରେ ମାତ୍ର ୨ ରୁ ୩ ଜଣ ଅଫିସରଙ୍କୁ ନେଇ ସମଗ୍ର ଥାନା ଚାଲିଛି। ଦିନକୁ ଦିନ ଅପରାଧ ବଢୁଥିବା ବେଳେ ଏତେ କମ୍ ଅଫିସରରେ କେମିତି ଆଇନ ଶୃଙ୍ଖଳା ସମ୍ଭାଳିବ ପୋଲିସ, ସେଥିପାଇଁ ସାଧାରଣ ଲୋକଙ୍କ ମଧ୍ୟରେ ଏବେ ଭୟ ଓ ଅସନ୍ତୋଷ ଦେଖାଦେଇଛି। ଚୋରି, ଲୁଟ, ମହିଳାଙ୍କୁ ନିର୍ଯାତନା, ସାଇବର ଠକେଇ ଓ ଗ୍ୟାଙ୍ଗ ଆକ୍ରମଣ ଭଳି ଘଟଣା ବଢୁଥିବା ସତ୍ତ୍ୱେ ଅଫିସର ଅଭାବ ଯୋଗୁଁ ତଦନ୍ତ ଧୀମା ଗତି ରେ ଚାଲୁଛି ।

ସବୁଠାରୁ ଚିନ୍ତାର ବିଷୟ ହେଉଛି, ଥାନାରେ ଥିବା ଅଫିସରମାନେ ଦିନରାତି ଡ୍ୟୁଟି କରି କରି ମାନସିକ ଚାପରେ ରହୁଛନ୍ତି। ଗୋଟିଏ ପଟେ ଅପରାଧ ନିୟନ୍ତ୍ରଣ, ଅନ୍ୟ ପଟେ କୋର୍ଟ କାମ, ପାଟ୍ରୋଲିଂ, VIP ଡ୍ୟୁଟି ଓ ଜନସାଧାରଣଙ୍କ ଅଭିଯୋଗ ସବୁକିଛି କୁ ସମ୍ଭାଳିବା ପାଇଁ ଅଫିସର ନାହାନ୍ତି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେଉଛି, ଥାନାକୁ ଯାଇ ଅଭିଯୋଗ କଲେ ମଧ୍ୟ ତୁରନ୍ତ କାର୍ଯ୍ୟାନୁଷ୍ଠାନ ମିଳୁନାହିଁ। କାରଣ ଅଫିସରଙ୍କ ପାଖରେ ସମୟ ନାହିଁ। କେତେକ ସ୍ଥାନରେ FIR ରଜିଷ୍ଟ୍ରେସନ ହେବାରେ ମଧ୍ୟ ବିଳମ୍ବ ହେଉଥିବା ଅଭିଯୋଗ ଆସୁଛି। ଏହାକୁ ନେଇ କମିଶନରରେଟ ପୋଲିସର କାର୍ଯ୍ୟକ୍ଷମତା ଉପରେ ଏବେ ସାଧାରଣରେ ପ୍ରଶ୍ନ ଉଠୁଛି।

ଭୁବନେଶ୍ୱର ରୁ କ୍ରାଇମ ରିପୋର୍ଟର ଦୁର୍ଗା ମହଲା ଙ୍କ ରିପୋର୍ଟ ଫୋଟୋ ନିୟୁଜ ଟାଇମ୍ସ

Leave a Reply

Your email address will not be published. Required fields are marked *