ଦାରିଙ୍ଗବାଡି ରୁ କର୍ଣ୍ଣାଟକ କୁ ଗଞ୍ଜେଇ ଚାଲାଣ। ସ୍କୁଟି ସହ ମୋବାଇଲ ଜବତ,୩ ଗିରଫ।

ମୁଁ ବର୍ଷା ଫଟୋ ନିୟୁଜ, ନିୟୁଜ ରୁମ କୁ ସ୍ୱାଗତ କରୁଛି।ଦାରିଙ୍ଗବାଡି ରୁ କର୍ଣ୍ଣାଟକ କୁ ଗଞ୍ଜେଇ ଚାଲାଣ। ସ୍କୁଟି ସହ ମୋବାଇଲ ଜବତ,୩ ଗିରଫ।

କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ଅଞ୍ଚଳରୁ କର୍ଣ୍ଣାଟକ ରାଜ୍ୟ ବେଙ୍ଗାଲୁରୁକୁ ଗଞ୍ଜେଇ ଚୋରାଚାଲାଣ ବେଳେ ମାଡ଼ି ବସିଲା ଦାରିଙ୍ଗବାଡ଼ି ପୋଲିସ।

୨୩ କେଜି ଗଞ୍ଜେଇକୁ ପୋଲିସ ଜବତ କରିବା ସହ ଏଥିରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ୩ ହେଲେ ଉକ୍ତ ଥାନା କାଡ଼ଶପାଟା ଗ୍ରାମର ଦୁର୍ଗା ପ୍ରଧାନ ଏବଂ କର୍ଣ୍ଣାଟକ ରାଜ୍ୟ ବେଙ୍ଗାଲୁରୁର ୟସବନ୍ତପୁର ଥାନା ଅଞ୍ଚଳର ସୈଫ ଅଲି ଖାନ(୩୧ )ଏବଂ ମୁଜିର ଅହମ୍ମଦ (୨୭) ବୋଲି ଆଇଆଇସି ସଂଗ୍ରାମ କେଶରୀ ଜେନା କହିଛନ୍ତି। ବାହାର ରାଜ୍ୟର ଏହି ୨ ବ୍ୟବସାୟୀଙ୍କୁ ସ୍ଥାନୀୟ ଅଞ୍ଚଳର ଦୁର୍ଗା ପ୍ରଧାନ ଗଞ୍ଜେଇ ଯୋଗାଉଥିଲେ। ପୋଲିସ କୌଣସି ସୂତ୍ରରୁ ଖବର ପାଇ କନ୍ଧମାଳ-ଗଞ୍ଜାମ ସିମା ବାଇମାଲା ନିକଟରେ ମାଡ଼ି ବସିଥିଲା।

ସେମାନଙ୍କ ଠାରୁ ଗଞ୍ଜେଇ ସମେତ ୨ଟି ମୋବାଇଲ ଓ ଏକ ହଳଦିଆ ରଙ୍ଗର ସ୍କୁଟି କୁ ପୋଲିସ ଜବତ କରିବା ସହ ଏକ ମାମଲା (୧୫୨/୨୬ )ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଥିବା ଆଇଆଇସି ଜେନା ପ୍ରକାଶ କରିଛନ୍ତି ।
କାନ୍ଦମାଳ ଜିଲ୍ଲା ରୁ ସଞ୍ଜୟ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *