ରାଜ୍ୟ ସରକାରଙ୍କ ତରଫରୁ ଉତ୍କଳ ଦିବସ ଠାରୁ ଆରମ୍ଭ କରି ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ୨୦୨୬ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଦିନ ପାତ୍ରପୁର ବ୍ଲକ ପ୍ରଶାସନ ପକ୍ଷରୁ ସମ୍ମିଳନୀ କକ୍ଷ ଠାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାତ୍ରପୁର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ପ୍ରଧାନ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବ୍ଳକ କଳା ସଂସ୍କୃତି ସଂଘ ଉପ ସଭାପତି ମାଧବ ବାଡତ୍ୟା,ସିପି ଦେବାଶିଷ ପ୍ରଧାନ,ବିଏଲସି ଦିନବନ୍ଧୁ ପ୍ରଧାନ ଯୋଗ ଦେଇଥିଲେ। ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜଳନ କରି ଓଡ଼ିଶାର ବରପୁତ୍ର ମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରଯାଇଥିଲା।କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ଲୋକ କଳାକାର ଉପସ୍ଥିତ ରହି ନିଜ ନିଜର କଳା ପ୍ରଦର୍ଶନ କରିଥିଲେ। ପରବର୍ତ୍ତୀ ସମୟରେ ପାତ୍ରପୁର ବ୍ଲକ ପ୍ରଶାସନ ପକ୍ଷରୁ ଅତିଥି ମାନଙ୍କ ଦ୍ଵାରା ସମସ୍ତ କଳାକାରଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମକୁ ବିଏସଏସଓ ସ୍ନେହାସିସ ପଟ୍ଟନାୟକ ପରିଚାଳନା କରିଥିଲେ। ପାତ୍ରପୁର ରୁ ପପୁନ କୁମାର ଷଡ଼ଙ୍ଗୀ ଫୋଟ ନ୍ୟୁଜ।
ପାତ୍ରପୁର ବ୍ଲକରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ
