ବରିଷ୍ଠ ଆଇପିଏସ ଅଧିକାରୀଙ୍କ ସଂପୃକ୍ତି ନେଇ ପ୍ରମାଣ ମିଳି ନାହିଁ ।
ଦିଲ୍ଲୀଫେରିଗଲେଏନ.ଏଚ.ଆର.ସି ଟିମ।୫ ଦିନରେ ୫୦ରୁ ଅଧିକ ଜଣଙ୍କୁ ଜେରା କରାଗଲା।
ସନ୍ଦେହ ଘେର ରେ ପୋଲିସର ବିଳମ୍ବତା ।
ସିପି ଓ ଡିସିପିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ।
ବାଲିଅନ୍ତା ଭିଡ ହିଂସା ଘଟଣାରେ ଏନ.ଏଚ.ଆର.ସି. ଓଡିଶାରେ ତଦନ୍ତ ସାରି ଦିଲ୍ଲୀ ଫେରିଯାଇଛି । ଗତ ୫ ଦିନ ଧରି ତଦନ୍ତକାରୀ ଟିମ ଘଟଣାରେ ସଂପୃକ୍ତ ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କୁ ପଚରାଉଚରା କରିଥିଲା । ପୋଲିସ, କ୍ରାଇମବ୍ରାଞ୍ଚ ଅଧିକାରୀ, କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତର, ମେଡିକାଲ କର୍ମଚାରୀ, ମୁଖ୍ୟ ପ୍ରତ୍ୟେକ୍ଷଦର୍ଶୀ ଓମପ୍ରକାଶ ଓ ଦୁଇ ଯୁବତୀଙ୍କ ସହ ମୃତ ସୌମ୍ୟଙ୍କ ପୂର୍ବ ବାନ୍ଧବୀଙ୍କୁ ମଧ୍ୟ ଜେରା କରାଯାଇଥିଲା । ସୌମ୍ୟ ହତ୍ୟା ସମ୍ପର୍କୀତ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ତଦନ୍ତକାରୀ ଟିମର ହସ୍ତଗତ ହୋଇଛି । ସୌମ୍ୟ ହତ୍ୟା ମାମଲାରେ କୌଣସି ଆଇପିଏସ ଅଧିକାରୀଙ୍କୁ ଜେରା କରାଯାଇ ନାହିଁ । ଏହା ଦ୍ୱାରା, ହତ୍ୟାକାଣ୍ଡ ସହିତ ଅଧିକାରୀଙ୍କ କୌଣସି ସଂପୃକ୍ତି ନଥିବା ତଦନ୍ତ ରୁ ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି ।
ସୌମ୍ୟଙ୍କ ମୃତ୍ୟୁ ମାମଲାରେ ଆରମ୍ଭରୁ ଜଣେ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ଯୋଡା ଯାଇଥିଲା । ଉକ୍ତ ଆଇପିଏସ ଅଧିକାରୀ ଜଣକ ସୌମ୍ୟଙ୍କୁ ନିଜ କ୍ୱାର୍ଟରରେ ନିଯୁକ୍ତ କରିଥିଲେ । ସୌମ୍ୟଙ୍କୁ ମାନସିକ ନିର୍ଯାତନା ଦେଉଥିଲେ । ଏମିତିକି ଉକ୍ତ ଆଇପିଏସଙ୍କ ପ୍ରରୋଚନାରେ ସୌମ୍ୟଙ୍କ ଦରମା ବନ୍ଦ ହୋଇଥିବା ନେଇ ସଂଗୀନ ଅଭିଯୋଗ ହୋଇଥିଲା । କିନ୍ତୁ ଏନ.ଏଚ.ଆର.ସି. ଟିମ ହାତରେ ଅଭିଯୋଗ ସମ୍ବନ୍ଧୀତ ସେଭଳି କୌଣସି ଠୋସ ତଥ୍ୟ ପ୍ରମାଣ ହସ୍ତଗତ ହୋଇନାହିଁ । ଗୁରୁବାର ତଦନ୍ତକାରୀ ଟିମ କଟକ ଜିଆରପିରେ ୪ ଘଣ୍ଟାରୁ ଅଧିକ ସମୟ ଧରି ଖୋଳତାଡ କରିଥିଲେ । ରେଳବାଇ ଏସପି ଓ ଆରଆଇଙ୍କୁ ସୌମ୍ୟଙ୍କ ନିଯୁକ୍ତି, ନିଲମ୍ବନ ଏବଂ ଦରମା ବନ୍ଦ ପ୍ରସଙ୍ଗରେ ପଚରାଉଚରା କରିଥିଲେ । ସମସ୍ତ ଦସ୍ତାବିଜ ଯାଞ୍ଚ ପରେ ଏନ.ଏଚ.ଆର.ସି.କୁ ସେଭଳି କୌଣସି ପ୍ରମାଣ ମିଳିନି । ଯଦ୍ୱାରା ସୌମ୍ୟଙ୍କ ହତ୍ୟା ଷଡଯନ୍ତ୍ର, ସଂପୃକ୍ତି ନେଇ ଯେଉଁ ଅଭିଯୋଗ ହେଉଥିଲା ସେଥିରେ ଉକ୍ତ ଆଇପିଏସ ଅଧିକାରୀଙ୍କ କୌଣସି ପ୍ରକାର ଭୂମିକା ନଥିବା ଏନ.ଏଚ.ଆର.ସି.ସ୍ପଷ୍ଟ କରିଛନ୍ତି । ତେବେ ତଦନ୍ତ ପ୍ରକ୍ରିୟାରେ ଘଟଣାରେ ପ୍ରତ୍ୟେକ୍ଷ ଭାବେ ଜଡିତ ପୋଲିସ କମିଶନର ଏସ. ଦେବଦତ୍ତ ସିଂହ ଏବଂ ଭୁବନେଶ୍ୱର ଡିସିପି ଜଗମୋହନ ମୀନା ତଦନ୍ତ ରେ ସହଯୋଗ କରିଛନ୍ତି। ଦୁଇ ଅଧିକାରୀ ହତ୍ୟାକାଣ୍ଡ ଓ ପରବର୍ତ୍ତୀ ତଦନ୍ତ ସମ୍ପର୍କୀତ ତଥ୍ୟ ଏନ.ଏଚ.ଆର.ସି.କୁ ଲିଖିତ ଆକାରରେ ଦେଇସାରିଛନ୍ତି । କିନ୍ତୁ ଉଭୟଙ୍କୁ ମୁହାଁମୁହିଁ ପଚରାଉଚରା କରାଯାଇନାହିଁ । ରାଜଧାନୀରେ ଆଇନଶୃଙ୍ଖଳା ରକ୍ଷା କରିବା ଉଭୟଙ୍କ ଦାୟିତ୍ୱ। ବାଲିଅନ୍ତା ଘଟଣାରେ ପୋଲିସର ଅବହେଳା ପାଇଁ ଦୁଇ ଅଧିକାରୀ ଉତ୍ତରଦାୟୀ ଅଟନ୍ତି।
ଭିଡହିଂସା ସୂଚନା ପାଇବା ପରେ ବାଲିଅନ୍ତା ଥାନା ଅଧିକାରୀଙ୍କ ତୁରନ୍ତ ଘଟଣାସ୍ଥଳରେ ନ ପହଂଚି ବା ପୋଲିସ ର କାର୍ଯ୍ୟ ର ଅବହେଳା କୁ ସୂଚନା ଦିଏ। ଡିସିପି ବିଳମ୍ବରେ ପଞ୍ଚିବା ଏକ ପ୍ରକାର କାର୍ଯ୍ୟ ର ଅବହେଳା । ସାଂପ୍ରଦାୟିକ କିମ୍ବା ଭିଡହିଂସା ନିୟନ୍ତ୍ରଣରେ ଅବହେଳା କରିଥିବା ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ବରଖାସ୍ତ କରାଯିବା କଥାବୋଲି ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ହେଉଛି । ବାଲିଅନ୍ତା ଘଟଣାରେ ଥାନା ଅଧିକାରୀଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ବଦଳି କରାଯାଇଛି । କିନ୍ତୁ ଏମାନଙ୍କର କାର୍ଯ୍ୟକାଳ ସମୟରେ ଅନ୍ୟ କାର୍ଯ୍ୟ ଅବହେଳା ର ତଦନ୍ତ କରାଯିବାର ଆବଶ୍ୟକତା ଅଛି। ଲୋକ ଦେଖାଣିଆ ଭାବେ ଜଣେ ହୋମଗାର୍ଡଙ୍କୁ ବରଖାସ୍ତ କରିଛନ୍ତି ସିପି । ମୁଖ୍ୟ ପ୍ରତ୍ୟେକ୍ଷଦର୍ଶୀ ଓମପ୍ରକାଶ ଏବଂ ଦୁଇ ଯୁବତୀଙ୍କୁ ତଦନ୍ତ ପରିସରରୁ ବାଦ ଦିଆଯାଛି।
ସୌମ୍ୟ ହତ୍ୟାକାଣ୍ଡରେ ୧୧୨ ଗାଡି ବିଳମ୍ବରେ ପହଂଚି ଥିଲା। ଅଘଟଣ ଏବଂ ଅପରାଧୀକ ଘଟଣାସ୍ଥଳରେ ତ୍ୱରିତ ପହଂଚିବା 112 ଗାଡିର ମୁଖ୍ୟ ଦାୟିତ୍ୱ । ସେଠାରେ ପ୍ରାୟ ୨ଶହ କର୍ମଚାରୀ ୨୪ ଘଣ୍ଟିଆ ଡ୍ୟୁଟି କରୁଛନ୍ତି । ଯଦି ଦେଖାଯାଏ ମଞ୍ଚେଶ୍ୱରରୁ ବାଲିଅନ୍ତା ଘଟଣାସ୍ଥଳର ଦୂରତା ମାତ୍ର ୧୦ ମିନିଟର । ମାତ୍ର ହିଂସାକାଣ୍ଡ ଖବର ପାଇ ମଧ୍ୟ ୧୧୨ ଗାଡି ସେଠାରେ ଶୀଘ୍ର ପହଞ୍ଚି ପାରିନଥିଲା । ଏହା ଏକ ସ୍ୱତନ୍ତ୍ର ସେବା ବ୍ୟବସ୍ଥା ହୋଇଥିବାରୁ ଅନ୍ୟ ଥାନାରେ ନିୟୋଜିତ ୧୧୨ ଗାଡିକୁ ମଧ୍ୟ ଘଟଣାସ୍ଥଳକୁ ପଠାଯାଇପାରିଥାନ୍ତା।
ଭୁବନେଶ୍ୱର ରୁ ଦୁର୍ଗା ମହଲା ଓ ଗିରିଧାରୀ ଲାଲ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫୋଟୋ ନିୟୁଜ ଟାଇମ୍ସ।
