ମୁଁ ବର୍ଷା ଫଟୋ ନିୟୁଜ, ନିୟୁଜ ରୁମ କୁ ସ୍ୱାଗତ କରୁଛି।ଓଡ଼ିଶା ପୋଲିସର ଉପକୂଳ ସୁରକ୍ଷା ଶାଖା ପକ୍ଷରୁ ପୋଲିସ ଭବନଠାରେ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ–୨୦୨୬”ସଫଳତାର ସହ ଆୟୋଜିତ ହୋଇଯାଇଛି। ରାଜ୍ୟର ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଏବଂ ସମୟୋପଯୋଗୀ କରିବା ଲକ୍ଷ୍ୟରେ ଆୟୋଜିତ ଏହି ସମ୍ମିଳନୀରେ ବର୍ତ୍ତମାନର ଚ୍ୟାଲେଞ୍ଜ, ସମ୍ଭାବ୍ୟ ସମାଧାନ ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।

ସମ୍ମିଳନୀର ଉଦ୍ଯାପନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଥିଲେ ଯେ, “ସମୃଦ୍ଧ ଓଡ଼ିଶା” ଗଠନରେ ଉପକୂଳ ସୁରକ୍ଷାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ରାଜ୍ୟରେ ନୂତନ ବନ୍ଦର, ମତ୍ସ୍ୟ ଅବତରଣ କେନ୍ଦ୍ର, ଶିଳ୍ପ ପ୍ରକଳ୍ପ ଏବଂ ସାମୁଦ୍ରିକ ଭିତ୍ତିଭୂମିର ଦ୍ରୁତ ବିକାଶ ସହ ଉପକୂଳ ଅଞ୍ଚଳର ଗୁରୁତ୍ୱ କ୍ରମଶଃ ବୃଦ୍ଧି ପାଉଛି।

ସେ ଆହୁରି କହିଥିଲେ ଯେ, ଉପକୂଳକୁ ସୁରକ୍ଷା ରଖିବାକୁ ହେଲେ ସମନ୍ୱିତ ପ୍ରୟାସର ଆବଶ୍ୟକତା ରହିଛି ।

ବିଭିନ୍ନ ସରକାରୀ ବିଭାଗ, ସୁରକ୍ଷା ସଂସ୍ଥା ଏବଂ ସମୁଦ୍ର ଉପକୂଳ ସହ ଜଡ଼ିତ ଅନ୍ୟାନ୍ୟ ଅନୁଷ୍ଠାନଗୁଡ଼ିକ ଏକ ଟିମ୍ ଭାବେ କାର୍ଯ୍ୟ କଲେ ହିଁ ଏକ ସୁରକ୍ଷିତ, ସଶକ୍ତ ଏବଂ ପ୍ରଭାବଶାଳୀ ଉପକୂଳ ସୁରକ୍ଷା ବ୍ୟବସ୍ଥା ସମ୍ଭବ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ଭୁବନେଶ୍ୱର ରୁ ଦୁର୍ଗା ମହଲା ଏବଂ ଗିରିଧାରୀ ଲାଲ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।
