ଆମର ଏହି “ସମ୍ପର୍କର ଡୋରି ” ନ୍ୟୁଜ ସେଗମେଣ୍ଟ ରେ ଆମେ ରାୟଗଡାର
“ବିକଶିତ କୃଷି ସଂକଳ୍ପ ଅଭିଯାନ” କୁ ଉପସ୍ଥାପନା କରୁଅଛୁ।
କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ ଭାରତ ସରକାରଙ୍କ ଦ୍ୱାରା ଆୟୋଜିତ କରାଯାଇଥିବା “ବିକଶିତ କୃଷି ସଂକଳ୍ପ ଅଭିଯାନ ସମଗ୍ର ଦେଶର ୭୦୦ ଜିଲ୍ଲାରେ ମେ ୨୯- ୨୦୨୫ ଠାରୁ ଜୁନ ୧୨-୨୦୨୫ ପର୍ଯ୍ୟନ୍ତ, ୨୦୦୦ ରୁ ଉର୍ଦ୍ଧ ବୈଜ୍ଞାନିକ ଓ ବିଭାଗୀୟ ଅଧିକାରୀ ମାନଙ୍କ ସହାୟତାରେ ଏକ କୋଟି ପଚାଶ ଲକ୍ଷ ଚାଷୀ ଭାଇଭଉଣି ମାନଙ୍କ ସହିତ କୃଷି ସମ୍ୱନ୍ଧୀୟ ପ୍ରତ୍ୟକ୍ଷ ଆଲୋଚନା ଓ ତତ୍ ସଂଲଗ୍ନ ଯୋଜନା ଉପରେ ଆଲୋଚନା କରାଯାଉଅଛି। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ଆନୁକୂଲ୍ୟରେ ଏବଂ କୃଷି ବିଜ୍ଞାନ କେନ୍ଦ୍ର ଅଧିକାରୀ ରାୟଗଡାଙ୍କ ଆନୁକୂଲ୍ୟରେ ଗୁଡ଼ାରୀ ବ୍ଲକ ଅନ୍ତର୍ଗତ କଦମା, ଡେଣ୍ଡୁଗୁଡ଼ା, ଲଣ୍ଡାସିଲଷ୍ମୀପୁର, ଖାରୀଗୁଡା, ରେଙ୍ଗାମ ଓ ସୌରଗୁଡାରେ କୃଷି ବିଭାଗ ଗୁଡାରୀ ତରଫରୁ” ବିକଶିତ କୃଷି ସଂକଳ୍ପ ଅଭିଯାନ” ଅନୁଷ୍ଠିତ ହୋଇଯାଇଛି।

କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ତିନୋଟି ଟିମ୍ ଗଠନ କରାଯାଇ ୨ଟି ପଯ୍ୟାୟରେ ପୂର୍ବାହ୍ନ ୯ ଘଣ୍ଟା ଠାରୁ ମଧ୍ୟାହ୍ନ ୧୨ ଘଣ୍ଟା ସାନହୁମା ଗ୍ରାମ ପଞ୍ଚାୟତର ଲଣ୍ଡାସିଂଲକ୍ଷ୍ମୀପୁର, କଦମା ଗ୍ରାମପଞ୍ଚାୟତର କଦମା ଓ ଏମ.କେ.ରାଇ ଗ୍ରାମପଞ୍ଚାୟତର ଡେଣ୍ଡୁଗୁଡ଼ା ଏବଂ ଅପରାହ୍ନ 3 ଘଣ୍ଟା ଠାରୁ ୬ ଘଣ୍ଟା ମଧ୍ୟରେ ଶିରୀଗୁଡା ଗ୍ରାମପଞ୍ଚାୟତର ରେଙ୍ଗାମ୍ ସକାଳେ କଦମା, ଖାରିଗୁଡ଼ା ଗ୍ରାମ ପଞ୍ଚାୟତର ଖାରୀଗୁଡା ଏବଂ ସୌରାପେଣ୍ଡିଲି ଗ୍ରାମପଞ୍ଚାୟତର ସୌରଗୁଡ଼ା ଗ୍ରାମରେ ସଭା ପରିଚାଳନା କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ
ଟିମ – ଏ କ୍ଷେତ୍ର ବିଜ୍ଞାନ ବିଶେଷଜ୍ଞ ଡ଼ା ନାରମ୍ ରାମୁ, ଉଦ୍ୟାନ କୃଷି ବରିଷ୍ଠ ବୈଜ୍ଞାନିକ ଡ଼ା କାଳିଦାସ ପତି, ସହକାରୀ କୃଷି ଅଧିକାରୀ ସୁଶିଲ ଶବର, “ଟିମ୍- ବି” ଉଦ୍ଭିଦ ରୋଗପୋକ ବିଶେଷଜ୍ଞ ରାଜୀବ ଟୁଡୁ, ଉଦ୍ଭିଦ ରୋଗ ବିଶେଷଜ୍ଞ ଡ଼ା ଆର୍ . ଅରୁତ ସେଲଭାନ, ଉଦ୍ୟାନ କୃଷି ବିଶେଷଜ୍ଞ ଡ଼ା ଅନିନ୍ଦିତା ରୟେ, ଗୋଷ୍ଠୀ କୃଷି ଅଧିକାରୀ ବିଭୂତି ଭୂଷଣ ବିଷୋୟୀ, ଟିମ୍- ସି ସକାଶେ ପ୍ରକଳ୍ପ ସହାୟକ, ବିହନ ବିଜ୍ଞାନ ଶ ପରିମଳ ତରାଇ, ଉଦ୍ୟାନ କୃଷି ବିଶେଷଜ୍ଞ ଡ଼ା କେ.ଏଚ୍. ଗୌଡ଼, ସହକାରୀ କୃଷି ଯନ୍ତ୍ରୀ ସୁଶ୍ରୀ ଭଗ୍ୟଶ୍ରୀ ମଲ୍ଲିକ ଯୋଗଦେଇ ରାଜ୍ୟ ଓ କେନ୍ଦ୍ରର କୃଷି ସମ୍ବନ୍ଧୀୟ ଯୋଜନା ଯଥା ମାଟି ପରୀକ୍ଷା, ପି.ଏମ୍. କିସାନ, ସି.ଏମ.କିସାନ, ପ୍ରଧାନମନ୍ତ୍ରୀ ଫସଲ ବିମା ଯୋଜନା, କୃଷକ ପଞ୍ଜିକରଣ, ଶ୍ରୀ ଅନ୍ନ ଅଭିଯାନ, ମୁଖ୍ୟ ମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଚାଷୀଙ୍କୁ ଅବଗତ କରାଇଥିଲେ। କାର୍ଯ୍ୟକ୍ରମ ଗୁଡିକରେ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ୱାର୍ଡ ସଭ୍ୟ ସଭ୍ୟା ସମେତ ଶତାଧିକ ଚାଷୀ ଭାଇ ଓ ଭଉଣୀ ମାନେ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ସମସ୍ତ କୃଷି ଅଧିଦର୍ଶକ, ଗ୍ରାମ୍ୟ କୃଷି କର୍ମଚାରୀ, (ଏ.ଟି.ଏମ.) ଓ କୃଷକ ସାଥୀ ସହଯୋଗ କରିଥିଲେ।

ରାୟଗଡାରୁ ଫଟୋ ନ୍ୟୁଜ ଟାଇମସ୍ ର ସ୍ବତନ୍ତ୍ର ପ୍ରତିନିଧି ପ୍ରସାଦ ଲିମାଙ୍କ ରିପୋର୍ଟ୍।
