ଶିଶୁ କଳ୍ୟାଣ କମିଟିର ଏକ ସଚେତନତାମୂଳକ ବୈଠକ

ମୁଁ ବର୍ଷା ଫଟୋ ନିୟୁଜ, ନିୟୁଜ ରୁମ କୁ ସ୍ୱାଗତ କରୁଛି।କରଡି ଗ୍ରାମରେ ବିଶ୍ୱ ଯୁବ କେନ୍ଦ୍ର ସଂସ୍ଥାର ପ୍ରୟାସ ଓ ସହଯୋଗରେ ଗ୍ରାମସ୍ତରୀୟ ଶିଶୁ କଳ୍ୟାଣ କମିଟିର ଏକ ସଚେତନତାମୂଳକ ବୈଠକ ଗମ୍ଭୀର ଓ ସାର୍ଥକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।

ବୌଦ୍ଧ ଜ଼ିଲ୍ଲା କରଡି ଗ୍ରାମରେ ବିଶ୍ୱ ଯୁବ କେନ୍ଦ୍ର ସଂସ୍ଥାର ପ୍ରୟାସ ଓ ସହଯୋଗରେ ଗ୍ରାମସ୍ତରୀୟ ଶିଶୁ କଳ୍ୟାଣ କମିଟିର ଏକ ସଚେତନତାମୂଳକ ବୈଠକ ଗମ୍ଭୀର ଓ ସାର୍ଥକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମଟି ବିଶ୍ୱ ଯୁବ କେନ୍ଦ୍ରର ପ୍ରୋଗ୍ରାମ କାଉନ୍ସେଲର ସ୍ୱେତା ପଟ୍ଟନାୟକଙ୍କ ଆୟୋଜନ ଓ ସୁଚାରୁ ପରିଚାଳନାରେ ସଫଳତାର ସହ ସମ୍ପନ୍ନ ହୋଇଥିଲା l ସମାଜରୁ ବାଲ୍ୟ ବିବାହ ଭଳି କୁପ୍ରଥାକୁ ସମୂଲେ ନିରାକରଣ କରିବା ଏବଂ ଶିଶୁମାନଙ୍କ ଭବିଷ୍ୟତକୁ ସୁରକ୍ଷିତ ଓ ସୁନିଶ୍ଚିତ କରିବା ଥିଲା ଏହି ବୈଠକର ମୂଳ ଲକ୍ଷ୍ୟ l ଉକ୍ତ ବୈଠକରେ କରଡି ଗ୍ରାମର ଅଙ୍ଗନୱାଡ଼ି କର୍ମୀ, ୱାର୍ଡ ସଭ୍ୟ, ଗ୍ରାମର ବରିଷ୍ଠ ବ୍ୟକ୍ତିବର୍ଗ ଓ ଅନ୍ୟାନ୍ୟ ଗ୍ରାମବାସୀମାନେ ସକ୍ରିୟ ଭାବେ ଉପସ୍ଥିତ ରହି ସମାଜିକ ଦାୟିତ୍ୱବୋଧର ପରିଚୟ ପ୍ରଦାନ କରିଥିଲେ l

ବୈଠକରେ ବାଲ୍ୟ ବିବାହର ଭୟାବହ କୁପରିଣାମ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା l ଅପରିପକ୍ୱ ବୟସରେ ବିବାହ ହେବା ଫଳରେ କିଶୋରୀମାନଙ୍କ ଶାରୀରିକ ଓ ମାନସିକ ବିକାଶ ବାଧାପ୍ରାପ୍ତ ହେବା, ଶିକ୍ଷାରୁ ବଞ୍ଚିତ ହେବା, ମାତୃମୃତ୍ୟୁ ଓ ପୌଷ୍ଟିକ ଅଭାବ ପରି ଗୁରୁତର ସମସ୍ୟା ଉଦ୍ଭବ ହେବା ଆଦି ବିଷୟ ଉପସ୍ଥିତ ସମସ୍ତଙ୍କୁ ବୁଝାଇ ଦିଆଯାଇଥିଲା l ଏହା ସହିତ ବାଲ୍ୟ ବିବାହ ନିଷେଧ ଆଇନ ଓ ଏହା ସହ ସଂପୃକ୍ତ ଦଣ୍ଡ ବିଧାନ ବିଷୟରେ ମଧ୍ୟ ସମସ୍ତଙ୍କୁ ସଚେତନ କରାଯାଇଥିଲା l ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏହି କୁପ୍ରଥା ବିରୋଧରେ ସଜାଗ ରହିବା ସହ ଯେକୌଣସି ବାଲ୍ୟ ବିବାହ ସମ୍ପର୍କିତ ସୂଚନା ତୁରନ୍ତ ପ୍ରଶାସନ କିମ୍ବା ସମ୍ପର୍କିତ ବିଭାଗକୁ ଜଣାଇବା ପାଇଁ ଆହ୍ୱାନ ଜଣାଯାଇଥିଲା l ବୈଠକର ଶେଷ ପର୍ଯ୍ୟାୟରେ ସମସ୍ତ ଉପସ୍ଥିତ ବ୍ୟକ୍ତି ବାଲ୍ୟ ବିବାହ ମୁକ୍ତ ସମାଜ ଗଠନ ପାଇଁ ଏକତ୍ରିତ ଭାବେ ଶପଥ ଗ୍ରହଣ କରିଥିଲେ l ସମାଜରେ ସଚେତନତାର ଆଲୋକ ପ୍ରଜ୍ୱଳିତ କରି ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ, ସୁରକ୍ଷିତ ଓ ଶିକ୍ଷିତ ପରିବେଶ ସୃଷ୍ଟି କରିବାର ସଙ୍କଳ୍ପ ସହିତ ବୈଠକଟି ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଥିଲା l
ବୌଦ୍ଧ ଜ଼ିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *