ଫଟୋ ନିୟୁଜ, ନିୟୁଜ ରୁମ କୁ ସ୍ୱାଗତ କରୁଛି ମୁଁ ବର୍ଷା।ସଂସଦରେ ମହିଳା ଡିଲିମିଟସେନ ବିଲକୁ ନେଇ କେନ୍ଦ୍ରାପଡା ଜିଲା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ।
୧୯୮୭ ମସିହାରେ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ମହିଳାଙ୍କ ପାଇଁ ପଞ୍ଚାୟତ ଓ ପୈାରପାଳିକାରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିଥିଲେ । ଏନେଇ ୧୯୮୯ ମସିହାରେ ୬୪ତମ ସମ୍ବିଧାନ ସଂଶୋଧନ ବିଲ ସଂସଦରେ ଆଗତ କରିଥିଲେ । କିନ୍ତୁ କେତେକ ବିରୋଧୀ ଏହିଭଳି ଏକ ଐତିହାସିକ ବିଲକୁ ସେତେବେଳେ ବିରୋଧ କରିଥିଲେ । ତେଣୁ ମହିଳାମାନଙ୍କୁ ନେତୃତ୍ୱ ନେବା ପାଇଁ ରାଜୀବ ଗାନ୍ଧୀହିଁ ଏହାର ଭିତ୍ତି ପକାଇଥିଲେ ବୋଲି ପୂର୍ବତନ ମନ୍ତ୍ରୀ ତଥା ଅଖିଳ ଭାରତ କଂଗ୍ରେସ କମିଟିର ପୂର୍ବତନ ସମ୍ପାଦକ ଶରତ କୁମାର ରାଉତ ମତବ୍ୟକ୍ତ କରିଛନ୍ତି । କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନରେ ଜିଲା କଂଗ୍ରେସ ସଭାପତି ଡାକ୍ତର ଦେବସ୍ମିତା ଶର୍ମାଙ୍କ ଅଧ୍ୟକ୍ଷତାରେ ଲୋକସଭାରେ ମହିଳା ବିଲ ଡିଲିମିଟେସନକୁ ନେଇ ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ରାଉତ କହିଲେ ବର୍ତ୍ତମାନର କେନ୍ଦ୍ର ସରକାର ହେଉଛନ୍ତି କେନ୍ଦ୍ର ବିରୋଧୀ ।

ମହିଳାଙ୍କ ପାଇଁ କେନ୍ଦ୍ର ସରକାର କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ପୂର୍ବତନ ମନ୍ତ୍ରୀ, ଅଖିଳ ଭାରତ କଂଗ୍ରେସ କମିଟି ପୂର୍ବତନ ସମ୍ପାଦକ ତଥା ଆଜି କାର୍ଯ୍ୟକ୍ରମରେ ଦଳୀୟ ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇ ଶ୍ରୀ ରାଉତ କହିଛନ୍ତି । ସଂସଦରେ ବିଜେପିର ଦୁଇ ତୃତୀୟାଂଶ ସଦସ୍ୟ ନ ଥିବା ସ୍ଥଳେ ଏହି ସମ୍ବିଧାନ ସଂଶୋଧନ ଆଇନ ଆଣିବାର ଉଦେଶ୍ୟ କ’ଣ ଥିଲା । ମହିଳା ସଂରକ୍ଷଣକୁ ଡିଲିମିଟେସନ ଆଇନ ସହିତ ଯୋଡଗଲା କାହିକିଁ । ଏହି ବିଲ୍ରେ ଜାତି ଭିତ୍ତିକ ଜନଗଣନା ସମ୍ବନ୍ଧୀୟ ସ୍ପଷ୍ଟତା ରହିଲା ନାହିଁ କାହିଁକି ବୋଲି ଶ୍ରୀ ରାଉତ ପ୍ରଶ୍ନ କରିଥିଲେ । ବିଭିନ୍ନ ରାଜ୍ୟରେ ନିର୍ବାଚନ ଚାଲିଥିବା ବେଳେ ମହିଳାଙ୍କୁ ପ୍ରଲୋଭିତ କରିବା ଉଦେଶ୍ୟରେ କେନ୍ଦ୍ର ସରକାର ଏହି ବିଲକୁ ସଂସଦରେ ଆଗତ କରିଥିବା ବେଳେ ନିର୍ବାଚନ କମିଶନ କିପରି ନୀରବ ରହିଲେ ବୋଲି ଶ୍ରୀ ରାଉତ ପ୍ରଶ୍ନ କରିଥିଲେ । ଜନସଂଖ୍ୟା ନିୟନ୍ତ୍ରଣ କରିଥିବା ଓଡିଶା, ତାମିଲନାଡୁ, କେରଳ ଭଳି ଦକ୍ଷିଣାଞ୍ଚଳ ରାଜ୍ୟମାନଙ୍କର ସଂସଦରେ ସଦସ୍ୟ ସଂଖ୍ୟା କମିବାକୁ ଏହା ଏକ ଷଡଯନ୍ତ୍ର କେନ୍ଦ୍ର ସରକାରଙ୍କର ଥିଲା ବୋଲି ଶ୍ରୀ ରାଉତ କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକ, ପର୍ଯ୍ୟବେକ୍ଷକ ପ୍ରଫୁଲ୍ଲ ଦାସ, ବରିଷ୍ଠ କଂଗ୍ରେସ ନେତା ଫକୀର ଚରଣ ଖଟୁଆ, ଭାଗିରଥି ଜେନା, ମହମ୍ମଦ ଆକବର ଅଲ୍ଲୀ, ଜିଲା ଯୁବକଂଗ୍ରେସ ମିଡିଆସେଲ ଅଧ୍ୟକ୍ଷ ହିମାଂଶୁ ଭୂଷଣ ନନ୍ଦ, ଛାତ୍ର କଂଗ୍ରେସ ସଭାପତି ଦିବ୍ୟରଞ୍ଜନ ରାଉତ, ବ୍ଲକ ସଭାପତି ଦିଲ୍ଲିପ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।
କେନ୍ଦ୍ରାପଡ଼ା ରୁ ଲଷ୍ମୀକାନ୍ତ ନାୟକ ଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।
