ମନ୍ଥର ଗତିରେ ଚାଲିଛି ନିର୍ମାଣ କାର୍ଯ୍ୟ।ମୃତ୍ୟୁ ର ଫାଶ ବିଛାଈଛି ଜାତୀୟ ରାଜପଥ ବିଭାଗ।
ଗତ 2 ବର୍ଷ ରୁ ଉର୍ଦ୍ଧ୍ବ ହେବ ନିର୍ମାଣ ଚାଲିଛି ରାଞ୍ଚି-ବିଜୟବାଡା ଜାତୀୟ ରାଜପଥ। ଏହି ଜାତୀୟ ରାଜପଥ ଶେରଗଡ ସହର ଦେଇ ଯାଉଛି। ଜାତୀୟ ରାଜପଥ ଶେରଗଡ ଦେଈ ଯାଉଥିବା କଥା ଶୁଣି ଅଞ୍ଚଳବାସୀ ଉତ୍ସାହିତ ଥିଲେ କିନ୍ତୁ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବାରୁ ଅଞ୍ଚଳବାସୀ ବହୁତ ସମସ୍ୟା ଭୋଗୁଛନ୍ତି।ପ୍ରତ୍ୟକ ସରକାରୀ ନିର୍ମାଣ କାର୍ଯ୍ୟ ର ସମୟ ସୀମା ଧାର୍ଯ୍ୟ କରାଯାଇଥାଏ। କିନ୍ତୁ ଏଠାରେ ନିର୍ମାଣକାରୀ ସଂସ୍ଥା ସହିତ ସହିତ ବିଭାଗୀୟ କର୍ତୃପକ୍ଷଙ୍କର ମଧୁଚନ୍ଦ୍ରିକା ଯୋଗୁଁ ସାଧାରଣ ଲୋକମାନେ ହଇରାଣ ହେଉଛନ୍ତି।
ଶେରଗଡ ସହର ମଧ୍ୟ ଦେଈ ଜାତୀୟ ରାଜପଥର 2 ବର୍ଷ ରୁ ଉର୍ଦ୍ଧ୍ବ ହେବ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଈତି ମଧ୍ୟରେ ଜାତୀୟ ରାଜପଥ ବିଭାଗ ପଥଚାରୀ ଙ୍କ ଲାଗି ବିଛାଈଛି ମୃତ୍ୟୁ ର ଫାଶ। ଶେରଗଡ ରୁ ଆସିକା,ଶେରଗଡ ରୁ ଦିଗପହଣ୍ଡି ଜାତୀୟ ରାଜପଥ ନିର୍ମାଣ ଚାଲିଥିବା ବେଳେ ଠିକାଦାର ଖାମଖିଆଲି ଭାବେ ଅତ୍ୟନ୍ତ ମନ୍ଥର ଗତିରେ କାର୍ଯ୍ୟ ଜାରି ରଖିଥିବା ବେଳେ ଜାତୀୟ ରାଜପଥ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉନଥିବା ଭଳି ମନେ ହେଉଛି। ଶେରଗଡ ସହର ରେ ନବନିର୍ମିତ ବସଷ୍ଟାଣ୍ଡ ନିକଟରେ ଏକ ସଂକୀର୍ଣ୍ଣ ପୁରୁଣା କଲଭର୍ଟ ଥିଲା। ଜାତୀୟ ରାଜପଥ ନିର୍ମାଣ ଲାଗି ଏହାକୁ ଓସାରିଆ କରିବା ଆବଶ୍ୟକ ଥିବା ବେଳେ ଏହାର ଅଧା ଭାଙ୍ଗି ନୂତନ ଭାବେ କଲଭର୍ଟ ନିର୍ମାଣ ସରିଛି ଏବଂ ବଳକା ଥିବା ପୁରୁଣା କଲଭର୍ଟ ର ଅଧା ସେମିତି ପଡିରହିଛି।
ଅଧା କଲଭର୍ଟ ନିର୍ମାଣ ସରିବା ର 4 ମାସ ବିତିବାକୁ ବସିଥିଲେ ମଧ୍ୟ ଅଧା କଲଭର୍ଟ ଭଙ୍ଗା ନହୋଇ ସେମିତି ରହିଛି। ଫଳରେ ନବନିର୍ମିତ ଓ ପୁରୁଣା କଲଭର୍ଟ ମଧ୍ୟରେ ଦୁଇ ଫୁଟ ଓସାର ର ଏକ ଗର୍ତ ରହିଛି। ଏହି ଗର୍ତରେ 4 ମାସ ମଧ୍ୟରେ 50 ରୁ ଉର୍ଦ୍ଧ୍ବ ପଥଚାରୀ ଦୁର୍ଘଟଣା ର ଶିକାର ହୋଇ ଗୁରୁତର ଆହତ ହୋଈଛନ୍ତି। ଏହି କଲଭର୍ଟ ଦେଈ 5 ଟି ଗ୍ରାମର ଜଳ ପ୍ରବାହିତ ହୋଈଥାଏ। ଏହି କଲଭର୍ଟ ନିର୍ମାଣ ଆରମ୍ଭ ହେବା ପରେ ଉକ୍ତ ନାଳରେ ଠିକାଦାର ଙ୍କ ପକ୍ଷରୁ ମାଟି ପକାଇ ନାଳକୁ ଅବରୋଧ କରାଯାଇଥିଲା। ବିଗତ 20 ଦିନ ମଧ୍ୟରେ ଆବଶ୍ୟକତା ଠାରୁ ଅଧିକ ପରିମାଣରେ ବର୍ଷା ହୋଇଛି, ବର୍ଷା ହେବା ଫଳରେ ଅବରୋଧ ଲାଗି ନାଳରେ ପାଣି ଯାଈନପାରି ବସଷ୍ଟାଣ୍ଡ ପଛପଟେ ଏବଂ ବସଷ୍ଟାଣ୍ଡ ନିକଟରେ ଥିବା ସାହିର ବାରିପଟରେ ବର୍ଷା ପାଣି ଘରକୁ ଲାଗି ରହିଛି। ଫଳରେ ବାରିକୁ ଯିବା ସମ୍ଭବ ହୋଈପାରୁନାହିଁ।
ଶେରଗଡ଼ ରୁ ଜିଲ୍ଲା ପ୍ରତିନିଧି ପପୁନ ଷଡ଼ଙ୍ଗୀ ଙ୍କ ସହ ବ୍ଲକ ପ୍ରତିନିଧି ଅଜିତ କୁମାର ପଣ୍ଡା ଙ୍କ ରିପୋର୍ଟ ଫୋଟ ନ୍ୟୁଜ ଟାଇମ୍ସ।