ବ୍ରହପୁର ମଣ୍ଡଳ ବୀମା କର୍ମଚାରି ସଂଘ ର ୩୫ତମ ସମିଳନୀ।

ଆଜି ରାୟଗଡା ଠାରେ ୩୫ତମ ସମିଳନୀ ରେ ରାୟଗଡା ଶାଖାରେ ଅବସ୍ଥାପିତ କର୍ମଚାରିଙ୍କୁ ବିଭିନ୍ନ ଦାୟିତ୍ୱ ଦେଇ ଏଭି ଏସ ଗିରି ତାଙ୍କ ସହଯୋଗୀଙ୍କ ସାହାଯ୍ୟରେ ଏହି ସମିଳନୀ କରି ସମସ୍ତ ସଦସ୍ୟଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି l ଏହି ସଭାରେ ବ୍ରହ୍ମପୁର ମଣ୍ଡଳ ଅଧିନସ୍ତ ୧୪ ଗୋଟି ଶାଖାର ସଦସ୍ୟ ମାନେ ଯୋଗଦେଇ ସମିଳନୀର ମହତ୍ୱ ବଢ଼ାଛନ୍ତି। ସଂଗଠନ କୁ ସଶକ୍ତ କରିବା ପାଇଁ ସମସ୍ତ ସଭ୍ୟ ମତବ୍ୟକ୍ତ କରିଥିଲେ l ଏହି ସମିଳନୀ ରେ ପୂର୍ବ କେନ୍ଦ୍ରୀୟ କ୍ଷେତ୍ର ବୀମା ସଂଗଠନ ର ସାଧାରଣ ସମ୍ପାଦକ ତ୍ରିନାଥ ଦୋରା, କୋଷାଧକ୍ଷ ସାଧବ ମିଶ୍ର, ଭୁବନେଶ୍ୱର ବୀମା କର୍ମଚାରି ସଂଗଠନର ନେତୃତ୍ୱ ମାନେ ଯୋଗ ଦେଇ ସଂଗଠନ କୁ ମାର୍ଜିତ କରିବାର ସୂତ୍ରପାତ କରିଥିଲେ l ବ୍ରହ୍ମପୁର ମଣ୍ଡଳ ବୀମା କର୍ମଚାରି ସଙ୍ଘର ସଭାପତି ଭବାନୀ ଶଙ୍କର ବେହେରା ସଭା ପରିଚାଳନା କରିଥିଲେ। ସମ୍ପାଦକ ସନ୍ତୋଷ ରଥ ବାର୍ଷିକ ବିବରଣୀ ପାଠ କରିଥିଲେ।
ରାୟଗଡାରୁ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *