ଇଚ୍ଛାପୁର ଗ୍ରାମରେ ମା ପାଇଁ ଗଛଟିଏ କାର୍ଯକ୍ରମ ଆୟୋଜନର ପ୍ରସ୍ତୁତି ସମୀକ୍ଷା କଲେ ଜିଲ୍ଲାପାଳ

ଇଚ୍ଛାପୁର ଗ୍ରାମରେ ମା ପାଇଁ ଗଛଟିଏ କାର୍ଯକ୍ରମ ଆୟୋଜନର ପ୍ରସ୍ତୁତି ସମୀକ୍ଷା କଲେ ଜିଲ୍ଲାପାଳ। ବୁଧବାର ଦିନ ୧ ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ବୌଦ୍ଧ ବ୍ଲକ ବଢିଗାଁ ଗ୍ରାମ ପଞ୍ଚାୟତର ଅନ୍ତର୍ଗତ ଇଚ୍ଛାପୁର ଗ୍ରାମକୁ ପରିଦର୍ଶନ କରିଥିଲେ l

ଉକ୍ତ ଗ୍ରାମରେ ମା ପାଇଁ ଗଛଟିଏ କାର୍ଯକ୍ରମ ଅନ୍ତର୍ଗତ ହେବାକୁ ଥିବା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପାଇଁ ଚାଲିଥିବା ଗାତ ଖୋଳା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ l

ଜିଲ୍ଲାପାଳଙ୍କ ଗସ୍ତ ସମୟରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ଏବଂ ବିଭିନ୍ନ୍ ବିଭାଗର ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ l
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ।

Leave a Reply

Your email address will not be published. Required fields are marked *