ହନୁମାନ କରୁଥିଲେ ମଧ୍ୟସ୍ଥିତତା

ଦୁଇ-ଦିନିଆ ଦ୍ୱିତୀୟ ଜାତୀୟ ମଧ୍ୟସ୍ଥତା ସମ୍ମିଳନୀ ୨୦୨୫।
ସମ୍ମିଳନୀର   ଉଦଯାପନୀ ସମାରୋହରେ ସୁପ୍ରିମ କୋର୍ଟର ନ୍ୟାୟମୂର୍ତ୍ତି ଶ୍ରୀ ଏମ.ଏମ. ସୁନ୍ଦରେଶ ଯୋଗଦେଇ ରାମାୟଣ ଯୁଗର ଉଦାହରଣ ଦେଇ କହିଲେ ଯେ ମହାବୀର ହନୁମାନ ହେଉଛନ୍ତି ଜଣେ ବଡ଼ ମଧ୍ୟସ୍ଥି । କାରଣ ସେ ସତ୍ୟ ଓ ନ୍ୟାୟର ମଧ୍ୟସ୍ଥତା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ । ତେଣୁ ମଧ୍ୟସ୍ଥତାର ପ୍ରାସଙ୍ଗିକତା ଅତୀବ ପୁରାତନ । ଏହାକୁ ବର୍ତ୍ତମାନ ଉପଯୋଗୀ କରିବାର ଆବଶ୍ୟକତା ରହିଛି ବୋଲି ମାନ୍ୟବର ନ୍ୟାୟମୂର୍ତ୍ତୀ ପ୍ରକାଶ କରିଥିଲେ ।


ଭାରତ ସରକାରଙ୍କ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଲେ ଯେ, ଓଡ଼ିଶା ମାଟି ହେଉଛି ମଧ୍ୟସ୍ଥତାର ମାଟି । ଆମର ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ହେଉଛି ମଧ୍ୟସ୍ଥତାର ଏକ ନିଚ୍ଛକ ପ୍ରଦର୍ଶନ । ଆମ ଦେଶରେ ଏବେ ପ୍ରାୟ ୪ କୋଟି ବିଭିନ୍ନ ମାମଲା ରହିଛି । ଏହାକୁ ସମାଧାନ କରିବାରେ ମଧ୍ୟସ୍ଥତା ଉଲ୍ଲେଖନୀୟ ଯୋଗଦାନ କରିବ । କରୋନା ମହାମାରୀ ଆମକୁ ଅନ୍ ଲାଇନ୍ ମାଧ୍ୟମରେ ମାମଲା ଶୁଣାଣି ପାଇଁ ପଥ ଦେଖାଇଥିଲା । ଏବେ ବୈଷୟିକ ଜ୍ଞାନ କୌଶଳ ବୃଦ୍ଧି ପାଇଛି । କୃତ୍ତିମ ବୁଦ୍ଧିମତ୍ତା ଉପଯୋଗ ହେଉଛି । ବିଭିନ୍ନ ରାଜ୍ୟରେ ମାତୃଭାଷାରେ ଆଇନଗତ ମାମଲାର ଶୁଣାଣି କରାଯିବା ଉପରେ ସେ ମତ ରଖିଥିଲେ । ବିବାଦ ସୃଷ୍ଟି ନକରାଯିବା, ଗଣତାନ୍ତ୍ରିକ ମୂଲ୍ୟବୋଧ ବଜାୟ ରଖିବା, ଶିକ୍ଷା, ସଚେତନତା ମାଧ୍ୟମରେ ମଧ୍ୟସ୍ଥତା ସଂସ୍କୃତି ସୃଷ୍ଟି କରିବା ଉପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଥିଲେ ।


ମାନ୍ୟବର କେନ୍ଦ୍ର  ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅର୍ଜୁନ ରାମ ମେଘୱାଲ, ଯୋଗଦେଇ ସଭାକୁ ସମ୍ବୋଧନ କରି କହିଲେ ଯେ, ମଧ୍ୟସ୍ତତା ବିଭିନ୍ନ କ୍ଷେତ୍ରରେ ରହୁଥିବା ମାମଲାରେ ବିବାଦ ସମାଧାନର ବିକଳ୍ପ ବ୍ୟବସ୍ଥା l


ଓଡ଼ିଶା ସରକାରଙ୍କ ମହାଧିବକ୍ତା ଶ୍ରୀ ପିତାମ୍ବର ଆଚାର୍ଯ୍ୟ ସଭା ପରିଚାଳନା କରିଥିବା ବେଳେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ନ୍ୟାୟମୂର୍ତ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


ଓଡ଼ିଶା ସରକାରଙ୍କ ମହାଧିବକ୍ତାଙ୍କ କାର୍ଯ୍ୟାଳୟ ଓ ଆଇନ ବିଭାଗ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରଥମ ଦିନ ସୁପ୍ରିମ କୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି, ଓଡ଼ିଶାର ମାନ୍ୟବର ରାଜ୍ୟପାଳ, ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରମୁଖ ଯୋଗ ଦେଇଥିବା ବେଳେ ଦୁଇ ଦିନ ଧରି ଏହି ସମ୍ମିଳନୀରେ ସର୍ବୋଚ୍ଚ ନ୍ୟାୟାଳୟର ବିଚାର ପତି, ଭାରତର ବିଭିନ୍ନ ରାଜ୍ୟର ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ସହିତ ସୁପ୍ରିମ କୋର୍ଟ, ବିଭିନ୍ନ ଉଚ୍ଚନ୍ୟାୟାଳୟର ବିଚାରପତି, ମହାଧିବକ୍ତା ଓ ଅନ୍ୟାନ୍ୟ ବିଶିଷ୍ଟ ଅତିଥିମାନେ ଯୋଗଦେଇଥିଲେ ।
ଭୁବନେଶ୍ୱରରୁ ଗିରିଧାରୀ ଲାଲ ଷଡଙ୍ଗୀ ଙ୍କ ରିପୋର୍ଟ୍, ଫଟୋ ନ୍ୟୁଜ ଟାଇମସ୍।

Leave a Reply

Your email address will not be published. Required fields are marked *