ଭିନ୍ନକ୍ଷମ ଙ୍କୁ ଅଧିକାରୀ ମାନେ ତିନି ଚକିଆ ସାଇକେଲ ପ୍ରଦାନ କରିଥିଲେ

 

ବୌଦ୍ଧ ବ୍ଲକ କାର୍ଯ୍ୟାଳୟ ପରିସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ପଞ୍ଚାୟତ ସମିତି, ବୌଦ୍ଧ ଙ୍କ ଆନୁକୁଲ୍ୟରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି l ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଏହି ଶିବିରକୁ ଉଦଘାଟନ କରିବା ସହିତ ଶିବିରକୁ ପରିଦର୍ଶନ ମଧ୍ୟ କରିଥିଲେ | ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବୌଦ୍ଧ ଶ୍ରୀଯୁକ୍ତ ଯୁଗଳ କିଶୋର ବିଶ୍ୱାଳଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ ଙ୍କ ପ୍ରତିନିଧି ( ବୌଦ୍ଧ ବ୍ଲକ ) ସରୋଜ କୁମାର ମେହେର, ଭାଇସ ଚେୟାରମ୍ୟାନ ପାନେଶ୍ବରୀ ଦେହୁରୀ, ସରପଞ୍ଚ ଆମ୍ବଝରି, ବଘିଆପଡା ଟିକରପଡା, ଜ଼ିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରାଜୀନ୍ଦ୍ର କିସାନ, ଜ଼ିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ଗଣମାଧ୍ୟମ ପ୍ରତିନିଧି ବୃନ୍ଦ, ଅଙ୍ଗନବାଡି କର୍ମୀ, ସି ଆର ପି ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଙ୍କ କର୍ମଚାରୀ, ଭାରପ୍ରାପ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସାନନ୍ଦ ସାହୁ, ବି.ଡ଼ି. ଓ ଙ୍କ ବ୍ୟକ୍ତିଗତ ସହାୟକ ରଂଜିତ ମହାନ୍ତି, ନିରଞ୍ଜନ ପାଢ଼ୀ, ସାମାଜିକ କର୍ମୀ କେଦାରନାଥ ସାହୁ ଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ l ଶିବିରକୁ ବୌଦ୍ଧ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରୁ ଶତାଧିକ ଭିନ୍ନକ୍ଷମ ମାନେ ଭିନ୍ନକ୍ଷମ ପ୍ରମାଣ ପତ୍ର ପାଇଁ ପଂଜିକରଣ କରିବା ସହ ସହାୟତା ଉପକରଣ ପାଇଁ ଆବେଦନ ସକାଶେ ଶିବିରରେ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମ ଶେଷରେ ଭିନ୍ନକ୍ଷମ ଙ୍କୁ ଅଧିକାରୀ ମାନେ ତିନି ଚକିଆ ସାଇକେଲ ପ୍ରଦାନ କରିଥିଲେ l

Leave a Reply

Your email address will not be published. Required fields are marked *