ରାଜଗାଙ୍ଗପୁର ସହର ରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଫ୍ଲାଗ ମାର୍ଚ୍ଚ

ରାଜଗାଙ୍ଗପୁର ସହର ରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଫ୍ଲାଗ ମାର୍ଚ୍ଚ। ରାଜଗାଙ୍ଗପୁର ଏସଡିପିଓ ବିଭୁତି ଭୁଷଣ ଭୋଇ ଥାନା ଅଧିକାରୀ ବିଜୟ କିଶୋର ଦାସ ଙ୍କ ତତ୍ବାବଧାନରେ ସଶସ୍ତ୍ର ପୋଲିସ ବାହିନୀ ସୁରକ୍ଷା ବଳ ଗୃହ ରକ୍ଷୀ ପୋଲିସ ଥାନା ରୁ ବାହାରି ଚଳିତ ମାସ ୨୭ ତାରିଖରେ ପବିତ୍ର ରାମନବମୀ ଶୋଭାଯାତ୍ରା ଶାନ୍ତି ଶୃଙ୍ଖଳା ସହ ପାଳନ ଉପଲକ୍ଷେ ସହର ର ମୁଖ୍ୟ ରାସ୍ତା ଦେଇ ଇସଲାମ ଛକ, ସୁବାଷ ଛକ, ଲାଲ ବାବା ମଜାର ଛକ,ପଟ୍ଟା ପଡ଼ା ବଜରଙ୍ଗ ଛକ,ରବାନି ଛକ ବଗିଚା ପଡ଼ା,ଲାଖୁଆପଡା ଅଟଳବିହାରୀ ବାଜପେୟୀ ଛକ ଓ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ କରାଯାଇ ଜନସାଧାରଣ ଙ୍କୁ ପର୍ବ ଓ ଧାର୍ମିକ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ସହ ପାଳନ କରିବାକୁ ସଚେତନ କରାଇଥିଲେ। ଅସାମାଜିକ ବ୍ୟକ୍ତି ଓ ସଂଗଠନ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦୁଇଟି ଡ୍ରୋନ କେମେରା ବିଭିନ୍ନ ରାସ୍ତା ଛକ ଗଳି ଓ ଧାର୍ମିକ ସ୍ଥଳ ଠାରେ ସିସିଟିଭି

୨୬ ପ୍ଲାଟୁନ ପୋଲିସ ଫୋର୍ସ ପଶ୍ଚିମାଞ୍ଚଳ ଡିଆଇଜି ଏସପି ଏକାଧିକ ପୋଲିସ ଅଧିକାରୀ ଡିଏସପି ଉପଜିଲ୍ଲାପାଳ ଏସପି ମାଜିଷ୍ଟ୍ରେଟ ତହସିଲଦାର ପୈରପାଳିକା ଚେୟାରମେନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଖଡ଼ା କମିଟି ର ସଭାପତି ବିଭିନ୍ନ ସମ୍ପ୍ରଦାୟର ଜନସାଧାରଣ, ବିଭିନ୍ନ ଦଳର ନେତା କର୍ମୀ ସାମାଜିକ ସଂଗଠନ ସ୍ବେଛାସେବୀ ସଂଗଠନ ଉପସ୍ଥିତ ରହି ଶୋଭାଯାତ୍ରା ଶାନ୍ତି ଶୃଙ୍ଖଳା ସହ ପରିଚାଳନା ପାଇଁ ସଜାଗ ରହିବେ । ରାମନବମୀ ଶୋଭାଯାତ୍ରା ଅପରାହ୍ନ ୨ ଟା ରୁ ବାବାତଲାବ ବଜରଙ୍ଗ ବାଲି ମନ୍ଦିର ରୁ ବାହାରି ରାତି ୯ ଘଟିକା ସମୟ ରେ ସମାପନ ସହ ନିର୍ଧାରିତ ରାସ୍ତା ଓ ସରକାରୀ ଗାଇଡ ଲାଇନ ଅନୁଯାୟୀ ସମସ୍ତ କାର୍ଯ୍ୟକ୍ରମ କରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ୨୩ ଟି ଆଖଡ଼ା କମିଟି ର ସଭାପତି ଓ ସଦସ୍ୟ ଙ୍କୁ ସୁଚନା ଦିଆଯାଇଛି। ରାଜାଗଙ୍ଗପୁର ସହର ରୁ ଦେବବ୍ରତ ମିତ୍ର ଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *