ନୂଆପଡ଼ା ଜିଲ୍ଲା କେନ୍ଦ୍ରୀୟ ବିଦ୍ୟାଳୟ ପରିସର ମଧ୍ୟରେ ବିଶ୍ୱ ପରିବେଶ ଦିବସ ପାଳିତ। ନୂଆପଡ଼ା ବିଧାୟକ ଜୟ ଢୋଲକିଆ ଯୋଗ ଦେଇ ଉନ୍ନୟନ କାର୍ଯ୍ୟ ରେ ମଧ୍ୟ ଗଛ କୁ କଟାନ ଯାଇ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଆହ୍ୱାନ।
ନୂଆପଡ଼ା ଜିଲ୍ଲା କେନ୍ଦ୍ରୀୟ ବିଦ୍ୟାଳୟ ପରିସର ମଧ୍ୟରେ ବିଶ୍ୱ ପରିବେଶ ଦିବସ ପାଳିତ, ନୂଆପଡ଼ା ବିଧାୟକ ଜୟ ଢୋଲକିଆ ଯୋଗ ଦେଇ ଉନ୍ନୟନ କାର୍ଯ୍ୟ ରେ ମଧ୍ୟ ଗଛ କୁ କଟାନ ଯାଇ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଆହ୍ୱାନ କରିଛନ୍ତି।

ଆଜି ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଜିଲ୍ଲାପାଳ ମଧୁସୂଦନ ଦାଶ ଯୋଗ ଦେଇଥିବା ବେଳେ ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ୍ ଏବଂ ସୁନାବେଡ଼ା ଅଭୟାରଣ୍ୟ ବନଖଣ୍ଡ ଅଧିକାରୀ ସମୀର କୁମାର ସାହୁ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ପାଦିକା ନବନିତା ଦାସ, ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ସିଆରପିଏଫ କମାଣ୍ଡଡେଣ୍ଟ ଆଲବର୍ଟ ୧୯ ବାଟାଲିୟନ କମାଣ୍ଡଡେଣ୍ଟ ଦିପକ ମନି ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ପରିବେଶ ସୁରକ୍ଷା, ବୃକ୍ଷ ରୋପଣ ଏବଂ ଜଙ୍ଗଲ ବୃଦ୍ଧି ପାଇଁ ଆହ୍ୱାନ କରିଥିଲେ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରକୃତ ବନ୍ଧୁ ଗାୟତ୍ରୀ ପଣ୍ଡା, ଘନଶ୍ୟାମ କରୁଆଁ, ନରେଶ ମେହେର, କ୍ଷୀରୋଦ ବନ୍ଧିଛୋର, ପ୍ରକୃତି ମିତ୍ର ରୂପେ ଖଡ଼ିଆଳ ଡିଗ୍ରୀ ମହିଳା କଲେଜ ରୁ ଅଧ୍ୟକ୍ଷା ଲିଜା ଆଚାର୍ଯ୍ୟ ପୁରଷ୍କାର ଗ୍ରହଣ କରିଥିଲେ। ପ୍ରକୃତ ଗ୍ରାମ ଖୋଲିଭିତର କୁ ରୂପେ ସମ୍ମାନିତ।
