ଇଣ୍ଡିଆବୁକ ଅଫ ରେକର୍ଡସରେ ପ୍ରିୟାଂଶୁ ଦଉଡିରେ ଦିନକୁ ଦୁଇ ହଜାର ଥର ଓଲଟି ପାରନ୍ତି

ମୁଁ ବର୍ଷା ସ୍ୱାଗତ କରୁଛି ଫଟୋ ନିୟୁଜ, ନିୟୁଜ ରୁମ କୁ।ଇଣ୍ଡିଆବୁକ ଅଫ ରେକର୍ଡସରେ ପ୍ରିୟାଂଶୁ
ଦଉଡିରେ ଦିନକୁ ଦୁଇ ହଜାର ଥର ଓଲଟି ପାରନ୍ତି।
ଦଉଡିରେ ପଛୁଆ ଓଲଟି ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇଛନ୍ତି କେନ୍ଦ୍ରାପଡା ଜିଲା ଡେରାବିଶ ବ୍ଲକ କୁରୁଜଙ୍ଗା ପଞ୍ଚାୟତ ମନ୍ତ୍ରୀପଡା ଗ୍ରାମର ପ୍ରକାଶ ମଲ୍ଲିକ ଓ ହରପ୍ରିୟା ମଲ୍ଲିକଙ୍କ ସୁପୁତ୍ର ପ୍ରିୟାଂଶୁ । ସେ ୨ଟି ଦଉଡି ସାହାଯ୍ୟରେ ସର୍ବାଧିକ ୧୯୬୨ଥର ପଛୁଆ ଓଲଟି ଏହି ପ୍ରଶଂସା ସାଉଁଟିଛନ୍ତି । ଏନେଇ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ମାତ୍ର ୨ବର୍ଷ ୧୦ମାସ ବୟସର ପ୍ରିୟାଂଶୁ ଏଭଳି ଜିମ୍ନାଷ୍ଟିକ ପ୍ରଦର୍ଶନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।

ଦେଢବର୍ଷ ବୟସରୁ ପ୍ରିୟାଂଶୁ ଜିମ୍ନାଷ୍ଟିକ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ । ତେଣୁ ତାଙ୍କ ବାପା ପ୍ରକାଶ ଘରେ ଦୁଇଟି ରଶି ସାହାଯ୍ୟରେ ଏକ ଜିମ୍ନାଷ୍ଟିକ ଇନଷ୍ଟ୍ରୁମେଣ୍ଟ ବନାଇଥିଲେ । ଏହା ସହାଯ୍ୟରେ ପୁଅ ପ୍ରିୟାଂଶୁ କଳାକୈାଶଳ ପ୍ରଦର୍ଶନ ଆରମ୍ଭ କରିଥିଲା । ପ୍ରତିଦିନ ଏହା କରିବା ପରେ ପ୍ରିୟାଂଶୁ ଅଭ୍ୟସ୍ତ ହୋଇଯାଇଥିଲେ । ଦିନକୁ ଦିନ ତାଙ୍କର ଏହି କଳା କୈାଶଳ ବୃଦ୍ଧି ପାଇବାରେ ଲାଗିଲା । ପ୍ରଥମରୁ ଥରେ ମାତ୍ର ପଛୁଆ ଓଲଟୁଥିବା ପ୍ରିୟାଂଶୁ ସମୟକ୍ରମେ ଏକ ମିନିଟ୍ରେ ସର୍ବାଧିକ ୧୯ ଥର ପଛୁଆ ଓଲଟି ପାରୁଛନ୍ତି ।

ଦିନକୁ ଏକ ହଜାରରୁ ୨ ହଜାର ଥର ସେ ପଛୁଆ ଓଲଟି ଏହି ରେକର୍ଡ ସୃଷ୍ଟି କରିଛନ୍ତି । ଫଳରେ ପରିବାର ଲୋକେ ଏନେଇ ଇଣ୍ଡିଆ ବୁକ ଅଫ ରେକର୍ଡସର କର୍ମକର୍ତ୍ତାଙ୍କ ସହ ଯୋଗାଯୋଗ କରିଥିଲେ । ଇଣ୍ଡିଆ ବୁକ ଅଫ ରେକର୍ଡସର କର୍ମକର୍ତ୍ତାମାନେ ପ୍ରଥମେ ବିଶ୍ୱାସ କରିନଥିଲେ ମଧ୍ୟ ନିଜ ଆଖିରେ ଦେଖିବା ପରେ ଚକିତ ହୋଇଯାଇଥିଲେ । ଏହାସହ ପ୍ରିୟାଂଶୁଙ୍କ ନାମ ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନିତ କରିଥିଲେ । ପ୍ରିୟାଂଶୁ ଜିମ୍ନାଷ୍ଟିକ ସହିତ ସୁନ୍ଦର ସ୍କେଟିଂ ଓ ରୋପିଙ୍ଗ କରିପାରନ୍ତି । ବିଶ୍ୱରେକର୍ଡ ପାଇଁ ସେ ଅଭ୍ୟାସ ଜାରି ରଖିଛନ୍ତି । ପ୍ରିୟାଂଶୁଙ୍କ ପିତା ପ୍ରକାଶ ଓଡିଶା ପୁଲିସରେ କାର୍ଯ୍ୟରତ ଥିବା ବେଳେ ମା ହରପ୍ରିୟା ଜଣେ ସୁଗୃହିଣୀ । ପ୍ରକାଶ ୨୦୨୩ରେ ସର୍ବଭାରତୀୟ ପୁଲିସ ଯୋଗ ପ୍ରତିଯୋଗିତାରେ ରୈାପ୍ୟ ପଦକ ହାସଲ କରିଥିଲେ ।
କେନ୍ଦ୍ରାପଡ଼ା ରୁ ଲଷ୍ମୀକାନ୍ତ ନୟାକ ଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *