ଥାନାରେ ଦଲାଲ ରାଜ

 

ମୁଁ ବର୍ଷା ଫଟୋ ନିୟୁଜ, ନିୟୁଜ ରୁମ କୁ ସ୍ୱାଗତ କରୁଛି।”ଥାନାରେ ଦଲାଲ ରାଜ” ଏହା ଏକ ବହୁ ପୁରାତନ ସମସ୍ୟା।

ରାଜ୍ୟର ଆଇନ-ଶୃଙ୍ଖଳାର ମୂଳ ଭିତ୍ତି ହେଉଛି ଥାନା। ଯେଉଁଠାରେ ସାଧାରଣ ଲୋକ ନ୍ୟାୟ ପାଇଁ ଆସନ୍ତି। ସେଠାରେ ଯଦି ଦଲାଲ ମାନଙ୍କ ରାଜୁତି ବଢିବା ଆରମ୍ଭ ହୁଏ, ତେବେ ସେଥିରୁ ଗଭୀର ଚିନ୍ତାର ବିଷୟ ଉପସ୍ଥିତ ହୁଏ। ବର୍ତ୍ତମାନ ଥାନା ଓ ସ୍ପେଶାଲ ସ୍କ୍ୱାଡ୍‌ ଅଫିସ ରେ ଦଲାଲ ମାନଙ୍କ ଦବଦବା ବଢିବା ନେଇ ସାଧାରଣ ରେ ଚର୍ଚ୍ଚା ହେଉଛି।

ଥାନା ଭିତରୁ ଆରମ୍ଭ କରି ବାହାର ପର୍ଯ୍ୟନ୍ତ ସବୁଠି ଦଲାଲ ମାନଙ୍କ ରାଜୁତି ଦେଖିବାକୁ ମିଳୁଛି । ଯେଉଁ ଲୋକ ଏକ ଅଭିଯୋଗ ନେଇ ଥାନାକୁ ପ୍ରବେଶ କରୁଛନ୍ତି, ସେମାନଙ୍କୁ ପ୍ରଥମେ ଦଲାଲ ମାନେ ଅଟକାଉଛନ୍ତି। ଗରିବ ଓ ଅସହାୟ ଲୋକଙ୍କ ପାଇଁ ଏହା ଏକ ଭୟଙ୍କର ପରିସ୍ଥିତି। ଯେଉଁମାନେ ଟଙ୍କା ଦେଇପାରୁନାହାନ୍ତି, ସେମାନଙ୍କ ଅଭିଯୋଗକୁ ଗୁରୁତ୍ୱ ଦିଆଯାଉନାହିଁ ବୋଲି ଅଭିଯୋଗ ହେଉଛି।

ସବୁଠାରୁ ଚିନ୍ତାଜନକ ଦିଗ ହେଉଛି,ପୋଲିସର ଭୂମିକା ନେଇ ଉଠୁଥିବା ପ୍ରଶ୍ନ।ଏମାନେ ସମସ୍ତେ ପୋଲିସ କର୍ମଚାରି ନୁହନ୍ତି। କିଛି ଅଭିଯୋଗରେ କୁହାଯାଉଛି, ଦଲାଲ ମାନଙ୍କ ସହ ପୋଲିସର ଅନ୍ତର୍ନିହିତ ସମ୍ପର୍କ ରହିଛି। ଏହା ସତ୍ୟ ହେଲେ, ଏହା ଆଇନ ବ୍ୟବସ୍ଥା ପାଇଁ ଏକ ବଡ ଆଘାତ। କାରଣ, ଯେଉଁଠାରେ ପୋଲିସ ନ୍ୟାୟ ଦେବାର ଦାୟିତ୍ୱରେ ଅଛନ୍ତି, ସେଠାରେ ଯଦି ଅନ୍ୟାୟକୁ ପ୍ରୋତ୍ସାହନ ମିଳେ, ତେବେ ସାଧାରଣ ଲୋକଙ୍କ ଆସ୍ଥା ଭଙ୍ଗ ହେବା ସ୍ୱାଭାବିକ।

ଅଧିକାରୀମାନେ କହୁଛନ୍ତି“ଥାନା ଭିତରେ କୌଣସି ଦଲାଲ ନାହାନ୍ତି”।
ଏବେ ଆବଶ୍ୟକ କଠୋର କାର୍ଯ୍ୟାନୁଷ୍ଠାନ। ଦଲାଲ ଚକ୍ରକୁ ଭଙ୍ଗିବା ପାଇଁ ଭିଜିଲାନ୍ସ ତଦନ୍ତ, ସିସିଟିଭି ନିରୀକ୍ଷଣ ଓ ଅଭିଯୋଗ ପ୍ରକ୍ରିୟାର ସ୍ପଷ୍ଟତା ଆଣିବା ଦରକାର। ଏହା ସହିତ ଦୋଷୀ ପୋଲିସ କର୍ମଚାରୀଙ୍କ ବିରୋଧରେ କଠୋର ଶାସନ ମଧ୍ୟ ଜରୁରୀ।

ଭୁବନେଶ୍ୱର ରୁ ଦୁର୍ଗା ମହଲା ଙ୍କ ରିପୋର୍ଟ ଫୋଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *