ମୋବାଇଲ ଟାୱାର ଉପରେ ଚଢ଼ି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଦୁଇ ଘଣ୍ଟା ପରେ ଉଦ୍ଧାର

ଆଙ୍କର-ମୋବାଇଲ ଟାୱ। ଉପରେ ଚଡି ମଦ୍ଯପ ଯୁବକଙ୍କ ଉନ୍ମତକାଣ୍ଡ। ଏଭଳି ଘଟଣା ରାୟଗଡା ଜିଲ୍ଲା କଲ୍ଯାଣସିଂହପୁର ସହରରେ ଦେଖିବାକୁ ମିଳିଛି। ଆଜି ସକାଳୁ କୁମ୍ଭାରସାହିର ତ୍ରିଲୋଚନ କାଶି ମଦ୍ଯପାନ କରି ଟାୱାର ଉପରେ ଚଡିଯାଇଥିଲେ। ପରେ ସ୍ଥାନୀୟ ଲୋକେ ତାକୁ ତଳକୁ ଓଲ୍ଲାବା ପାଇଁ ନିବେଦନ କରିଥିଲେ ହେଁ ମଦ୍ଯପ ତ୍ରିଲୋଚନ ଟାୱାର ତଳକୁ ଡେଇଁ ଆତ୍ମହତ୍ୟା କରିବି ବୋଲି ଧମକ ଦେଇଥିଲେ। ଦୀର୍ଘ ଦୁଇ ଘଣ୍ଟା କାଳ ଉକ୍ତ ସ୍ଥାନରେ କୋଳାହଳମୟ ପରିସ୍ଥିତି ସୃଷ୍ଟି ହୋଇଥିଲେ। କେତେ ବୁଝାସୁଝା କଲେବି ତ୍ରିଲୋଚନ ଟାୱାର ରୁ ଓଲ୍ଲାନଥିଲେ। ପରେ ସ୍ଥାନୀୟ ଲୋକେ ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବାହିନୀ ତ୍ରିଲୋଚନ କୁ ଉଦ୍ଧାର କରିଥିଲେ। ପରେ ମଦ୍ଯପ ତ୍ରିଲୋଚନ କାଶିକୁ କଲ୍ଯାଣସିଂହପୁର ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି।

Leave a Reply

Your email address will not be published. Required fields are marked *