ଡ୍ରୁବାଗୁଡ଼ା ଗ୍ରାମ ବାସୀଙ୍କୁ ପହଞ୍ଚି ପାରୁନି ମୌଳିକ ସୁବିଧା

ସରକାରଙ୍କ ମାଳମାଳ ଯୋଜନା କିନ୍ତୁ କାମରେ ଆସୁନି। ଡ୍ରୁବାଗୁଡ଼ା ଗ୍ରାମ ବାସୀଙ୍କୁ ପହଞ୍ଚି ପାରୁନି ମୌଳିକ ସୁବିଧା।

ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ କୁମ୍ବାରଢାମୁନି ପଞ୍ଚାୟତର ଡ୍ରୁବାଗୁଡ଼ା ଗ୍ରାମରେ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ମୌଳିକ ସୁବିଧା ପହଞ୍ଚି ପାରିନାହିଁ। ଗମନାଗମନ, ପାନୀୟ ଜଳ ଠାରୁ ଆରମ୍ଭ କରି ଅଙ୍ଗନବାଡ଼ି କେନ୍ଦ୍ର ପର୍ଯ୍ୟନ୍ତ ସବୁଥିରେ ପ୍ରଶାସନର ଅବହେଳା ସ୍ପଷ୍ଟ ବାରି ହୋଇପଡ଼ୁଛି। ଏହାକୁ ନେଇ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
​ଯାତାୟାତ ପାଇଁ ନାହିଁ ରାସ୍ତା, ଆମ୍ବୁଲାନ୍ସ ଆସିବାରେ ଅସୁବିଧା।


​ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗ୍ରାମକୁ ଯିବାଆସିବା ପାଇଁ ଏକ ଭଲ ପିଚୁ କିମ୍ବା ସିସି ରାସ୍ତାଟିଏ ନାହିଁ। ବର୍ଷା ଦିନେ ରାସ୍ତା ସମ୍ପୂର୍ଣ୍ଣ କାଦୁଅମୟ ହୋଇଯାଉଥିବାରୁ ଗର୍ଭବତୀ ମହିଳାଙ୍କୁ ଖଟିଆ ବୋହି ରାସ୍ତା ପାଖକୁ ଯିବା ପାଇଁ 4 କିଲୋମିଟର ଗଲାପରେ ଆମ୍ବୁଲାନ୍ସ ଆସେ। ରୋଗୀମାନଙ୍କୁ ମେଡିକାଲ ନେବା ପାଇଁ ଆମ୍ବୁଲାନ୍ସ ମଧ୍ୟ ଗାଁକୁ ଆସିପାରୁ ନାହିଁ।
​ଅଙ୍ଗନବାଡ଼ି ପାଇଁ ୮ କିଲୋମିଟର ଦୂରକୁ ଯାଉଛନ୍ତି ପିଲା।
​ଗାଁରେ କୌଣସି ଅଙ୍ଗନବାଡ଼ି କେନ୍ଦ୍ର ନାହିଁ। ଗ୍ରାମର ଛୋଟ ଛୋଟ ପିଲା ଏବଂ ଗର୍ଭବତୀ ମହିଳାମାନେ ସରକାରୀ ସୁବିଧା ଓ ଖାଦ୍ୟ (ଛତୁଆ) ପାଇବା ପାଇଁ ପ୍ରାୟ ୮ କିଲୋମିଟର ଦୂର ଅନ୍ୟ ଗ୍ରାମକୁ ଯିବାକୁ ବାଧ୍ୟ ହେଉଛନ୍ତି।
​ଗ୍ରୀଷ୍ମ ଋତୁରେ ପାନୀୟ ଜଳର ଘୋର ସଙ୍କଟ।


​ଗ୍ରାମବାସୀ କହିଛନ୍ତି ଯେ, ଗ୍ରୀଷ୍ମ ଦିନ ଆସିଲେ ଗ୍ରାମରେ ପିଇବା ପାଣିର ଘୋର ଅଭାବ ଦେଖାଦିଏ। ନଳକୂପ ଗୁଡ଼ିକ ଅଚଳ ହୋଇପଡ଼ୁଥିବାରୁ ପାନୀୟ ଜଳ ପାଇଁ ଲୋକଙ୍କୁ ଡହଳବିକଳ ହେବାକୁ ପଡ଼େ।​ଗ୍ରାମବାସୀ ମାନେ
ଏହି ସବୁ ସମସ୍ୟା ନେଇ ସ୍ଥାନୀୟ ବିଧାୟକ ସାଂସଦ, ବିଡ଼ିଓ, ସିଡିପିଓ  ଏବଂ ଜିଲ୍ଲାପାଳଙ୍କ ନିକଟରେ ବହୁବାର ଗୁହାରି କରିଛୁ। କିନ୍ତୁ ଆଜି ପର୍ଯ୍ୟନ୍ତ କେହି ଜଣେ ହେଲେ ନେତା କିମ୍ବା ଅଧିକାରୀ ଆମ ଗାଁକୁ ଆସିନାହାନ୍ତି କିମ୍ବା କୌଣସି ପଦକ୍ଷେପ ନେଇନାହାନ୍ତି।”
​ଯଦି ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ ଡ୍ରୁବାଗୁଡ଼ା ଗ୍ରାମରେ ରାସ୍ତା ନିର୍ମାଣ, ପାନୀୟ ଜଳ ବ୍ୟବସ୍ଥା ଏବଂ ଏକ ସ୍ଥାୟୀ ଅଙ୍ଗନବାଡ଼ି କେନ୍ଦ୍ର ପ୍ରତିଷ୍ଠା ,ଏହି ସବୁର ସମାଧାନ ଯଦି କରାନଯାଏ ତେବେ ଗ୍ରାମବାସୀ ଆଗାମୀ ଦିନରେ ପଞ୍ଚାୟତ ନିର୍ବାଚନ ବର୍ଜନ କରିବେ ଏବଂ ବଡ଼ ଧରଣର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ରାୟଗଡ଼ାରୁ ସନ୍ତୋଷ ସାହୁଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *