ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ଆର୍‍.ଏମ୍‍.ସଭାକକ୍ଷରେ ଏକ ଦିବସୀୟ ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ ଲୋହରାଖଣ୍ଡି ସାହିତ୍ୟ ସଂସଦ ମିଳିତ ସହଯୋଗରେ ଅନୁଷ୍ଠିତ ହେବ। ସେଥିପାଇଁ ସଂସଦର ସଭାପତି ଡକ୍ଟର ଅଶୋକ କୁମାର ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ପୌର ପରିଷଦ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ବିଶିଷ୍ଟ ଅତିଥିଭାବେ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଯୋଗାନନ୍ଦ ସାହୁ, ବରେଣ୍ୟ ଅତିଥିଭାବେ କବି ତଥା ସୁସାହିତ୍ୟିକ ପ୍ରଶାନ୍ତ ମହାନ୍ତି, ସମ୍ମାନନୀୟ ଅତିଥି ଭାବେ ସାହିତ୍ୟିକ ଡ଼କ୍ଟର ଲମ୍ବୋଦର ପାଣିଗ୍ରାହୀ, ମୁଖ୍ୟବକ୍ତା ଭାବେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଡକ୍ଟର କାହ୍ନୁଚରଣ ପାଢ଼ୀ, ସମ୍ମାନନୀୟ ବକ୍ତାଭାବେ ଗୀତିକାର ମୋତିଲାଲ ପତି ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି।

ପ୍ରଥମ ପର୍ଯ୍ୟାୟରେ ଆଲୋଚନା ‘ଓଡ଼ିଆ ଭାଷା ସାହିତ୍ୟର ଶ୍ରୀବୃଦ୍ଧି ସାଧନରେ ଭଞ୍ଜନଗରର ଭୂମିକା’ ବିଷୟରେ ଆଲୋଚନା ସହିତ ଦ୍ୱିତୀୟ ପର୍ଯ୍ୟାୟରେ ୫୦ଜଣ ଆମନ୍ତ୍ରିତ କବି ନିଜର ସ୍ୱରଚିତ କବିତା ପାଠ କରିବା ସହିତ ସୁବାସ ଚନ୍ଦ୍ର ତାରିଣୀଙ୍କ କବିତା ପୁସ୍ତକ ‘ବର୍ଣ୍ଣବିଭା’ ଏବଂ କଳ୍ପନା କୁମାରୀ ପ୍ରଧାନଙ୍କ ଗଳ୍ପ ସଂକଳନ ‘ସାୟାହ୍ନର ସୂର୍ଯ୍ୟ’ ଉନ୍ମୋଚନ ବୋଲି ସଂସଦର ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା ପ୍ରକାଶ କରିଛନ୍ତି। ଉକ୍ତ ବୈଠକରେ ଉପସଭାପତି ସୁବାସ ଚନ୍ଦ୍ର ତାରିଣୀ, ରୀତାରାଣୀ ମହାପାତ୍ର, ପରିଚାଳନା ସମ୍ପାଦିକା ପ୍ରଭାତୀ ମଞ୍ଜରୀ ବେହେରା, ସାଙ୍ଗଠନିକ ସମ୍ପାଦିକା କଳ୍ପନା କୁମାରୀ, କୋଷାଧ୍ୟକ୍ଷ ପୁରୁଷୋତ୍ତମ ମହାପାତ୍ର, ସଦସ୍ୟ ପୀତାମ୍ବର ପରିଡ଼ା, ସୁନୀଲ କୁମାର ପାଣି, ମିଡ଼ିଆ ସଂଯୋଜକ ରଞ୍ଜିତ ଜେନା ଉପସ୍ଥିତ ଥିଲେ। ଶେଷରେ ସଦସ୍ୟା ସୁଜାତା ଷଡ଼ଙ୍ଗୀ ଧନ୍ୟବାଦ ପ୍ରଦାନ କରିଥିଲେ
ଭଞ୍ଜନଗର ରୁ ପୁରୁଷୋତ୍ତମ ମହାପାତ୍ର ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *