ବ୍ରାହ୍ମଣ ମହିଳା ସମାଜ ଶକ୍ତି ବାହିନୀ ପାଳିଲେ ଆନ୍ତର୍ଜାତୀୟ ମହିଳା ଦିବସ।

ରାୟଗଡ଼ – ରାୟଗଡ଼ ସହରସ୍ଥିତ କୃଷ୍ଣ ଚନ୍ଦ୍ର ଭବନ ଠାରେ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି ଆନ୍ତର୍ଜାତୀୟ ମହିଳା ଦିବସ। ରାୟଗଡ଼ ଜିଲ୍ଲା ବ୍ରାହ୍ମଣ ମହିଳା ସମାଜ ଶକ୍ତି ବାହିନୀ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ DSW ଶ୍ରୀମତୀ ମୀନତି ଦେଓ, ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ମହାନ୍ତି, ସମ୍ମାନିତ ଅତିଥି ଭାବରେ ବରିଷ୍ଠ ଆଇନଜୀବି ଶ୍ରୀଯୁକ୍ତ ମଦନ ମୋହନ ପାଢ଼ୀ, ଏବଂ ଶକ୍ତି ବାହିନୀ ବ୍ରାହ୍ମଣ ମହିଳା ସମାଜ ସଭାପତି ଶ୍ରୀମତୀ ସୁଭ୍ରାପଣ୍ଡା ଓ ସମ୍ପାଦିକା ଶ୍ରୀମତି ମୀନା କୁମାରୀ ରଥ ପ୍ରମୁଖ ଉପସ୍ଥିତ ଥିଲେ।

ଶକ୍ତି ବାହିନୀ କେବଳ ମହିଳାଙ୍କ ଭିତରେ ସଂସ୍କୃତି ଓ ପରମ୍ପରାର ମହାନତାକୁ ବଜାୟ ରଖି ନାହିଁ। ବରଂ ମହିଳାଙ୍କୁ ସ୍ବାବଲମ୍ବୀ, ସଶକ୍ତ, ଶିକ୍ଷିତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରିବା ସହ ମହିଳାଙ୍କୁ ସରକାରୀ ଯୋଜନା ପ୍ରତି ସଚେତନ କରିବା ସହ ତହିଁରେ ସାମିଲ କରିଛି। କାର୍ଯ୍ୟକ୍ରମରେ 2ଗୋଟି SHG ଗ୍ରୁପ୍ କୁ ପୁରସ୍କୃତ କରଯାଇଛି।

ତତ ସହିତ ସଂସ୍କୃତିକୁ କାର୍ଯ୍ୟକ୍ରମରେ ଭାଗ ନେଇଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରଯାଇଥିଲା।

Leave a Reply

Your email address will not be published. Required fields are marked *