ଉତ୍କଳ କରାଟେ ସ୍କୁଲ କଟକ ଶାଖା ର ବେଲ୍ଟ ପରୀକ୍ଷା।

ମୁଁ ବର୍ଷା ସ୍ୱାଗତ କରୁଛି ଫଟୋ ନିୟୁଜ, “ନିୟୁଜ ରୁମ “କୁ।ଉତ୍କଳ କରାଟେ ସ୍କୁଲ କଟକ ଶାଖା ର ବେଲ୍ଟ ପରୀକ୍ଷା।

ସ୍ଥାନୀୟ ଦେଉଳ ସାହି ସ୍ଥିତ ଆର ସ୍କୋୟାର୍ ସେଲିବ୍ରେଶନ ମଣ୍ଡପ ସ୍ଥିତ ଉତ୍କଳ କରାଟେ ସ୍କୁଲ, କଟକ ଶାଖା ରେ କରାଟେକା ମାନଙ୍କ ବେଲ୍ଟ ଗ୍ରେଡିଂ ପରୀକ୍ଷା ଅନୁଷ୍ଠିତ ହୋଇଯାଇଅଛି। ଏହି ପରୀକ୍ଷା ରେ ଦେଉଳ ସାହି, ସିଡିଏ, ବକ୍ସିବଜାର, କଲ୍ୟାଣୀ ନଗର ଓ ମୁଣ୍ଡୁଳି ଶାଖାରୁ ମୋଟ ୧୨୦ ଜଣ ପରୀକ୍ଷାର୍ଥୀ ଅଂଶ ଗ୍ରହଣ କରି କୃତକାର୍ଯ୍ୟ ହୋଇଛନ୍ତି।

ଉତ୍କଳ କରାଟେ ସ୍କୁଲ ର ମୁଖ୍ୟ ତଥା ପ୍ରତିଷ୍ଠାତା ହାଂଶି ଡକ୍ଟର ହରି ପ୍ରସାଦ ପଟ୍ଟନାୟକ ଙ୍କ ତତ୍ତ୍ଵାବଧାନରେ ସେନସେଇ ଖାରବେଳ ମଲ୍ଲିକ,ଗୋପାଳ ଚନ୍ଦ୍ର ଦାସ, ନିରଞ୍ଜନ ବେବର୍ତ୍ତା ପଟ୍ଟନାୟକ ଓ ଉମାକାନ୍ତ ବେହେରା ଉକ୍ତ ପରୀକ୍ଷା ପରିଚାଳନା କରିଥିଲେ ଓ ସିନିୟର୍ କରଟେକା ଶୁଭାଶିଷ ମହାପାତ୍ର, ଶୃଷ୍ଟି ମିଶ୍ର, ପ୍ରିୟଦର୍ଶିନୀ ଦାସ ଓ ତନାଲି ମିଶ୍ର ଓ ସାଗର ସ୍ୱାଇଁ,ପରୀକ୍ଷା ପରିଚାଳନା ରେ ସହାୟତା କରିଥିଲେ ଏବଂ ଶେଷରେ ସମସ୍ତ କୃତି ଛାତ୍ର ଓ ଛାତ୍ରୀ ମାନଙ୍କୁ ଵେଲ୍ଟ ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।
ଫଟୋ ନିୟୁଜ ଟାଇମ୍ସ ବ୍ୟୁରୋ।

Leave a Reply

Your email address will not be published. Required fields are marked *