କାଜଲ ମାରାଣ୍ଡିଙ୍କ ଶୁଦ୍ଧିକ୍ରିୟାରେ ଶୋକ ପ୍ରକାଶ କଲେ ନଗର ଉନ୍ନୟନ ମନ୍ତ୍ରୀ

ପୂର୍ବତନ ବ୍ଲକ ଅଧ୍ୟକ୍ଷା କାଜଲ ମାରାଣ୍ଡିଙ୍କ ଶୁଦ୍ଧିକ୍ରିୟାରେ ଶୋକ ପ୍ରକାଶ କଲେ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର।
ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକର ପୂର୍ବତନ ଅଧ୍ୟକ୍ଷା ତଥା ଚୁହାଟ ପଞ୍ଚାୟତ ସମିତି ସଭ୍ୟା କାଜଲ ମାରାଣ୍ଡିଙ୍କ ଶୁଦ୍ଧିକ୍ରିୟାରେ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇ ଗଭୀର ଶୋକ ପ୍ରକାଶ କରିଛନ୍ତି।

ମନ୍ତ୍ରୀଙ୍କ ସମେତ ପୂର୍ବତନ ବିଧାୟକ ଓ ବିଜେପିର ବହୁ ନେତା-କର୍ମୀ ଉପସ୍ଥିତ ରହି ଦିବଙ୍ଗତ ନେତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ଗତ କିଛି ଦିନ ତଳେ ଅସୁସ୍ଥତା କାରଣରୁ କାଜଲ ମାରାଣ୍ଡିଙ୍କ ପରଲୋକ ଘଟିଥିଲା। ତାଙ୍କ ବାସଭବନରେ ଆୟୋଜିତ ଶୁଦ୍ଧିକ୍ରିୟା କାର୍ଯ୍ୟକ୍ରମରେ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ସେ ଦିବଙ୍ଗତ ନେତ୍ରୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ବେଳେ ଭାବବିହ୍ୱଳ ହୋଇପଡ଼ିଥିଲେ। ମନ୍ତ୍ରୀ କହିଥିଲେ,

“କାଜଲ ମାରାଣ୍ଡି ଦୁଇ ଦୁଇ ଥର ବ୍ଲକ ଅଧ୍ୟକ୍ଷା ଭାବେ ଶୁଳିଆପଦା ଅଞ୍ଚଳର ବିକାଶ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିଥିଲେ। ତାଙ୍କର ଅକାଳ ବିୟୋଗ ଅଞ୍ଚଳ ପାଇଁ ଏକ ଅପୂରଣୀୟ କ୍ଷତି।”
ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦାରୁ ଉମାକାନ୍ତ ଧଡାଙ୍କ ରିପୋର୍ଟ ଫୋଟୋ ନ୍ୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *