କୁମ୍ଭାରଗୁଡ଼ା ଗ୍ରାମ ପଡ଼ିଆ ଠାରେ ମା ସିତାଲାମା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ

କୁମ୍ଭାରଗୁଡ଼ା ଗ୍ରାମ ପଡ଼ିଆ ଠାରେ ମା ସିତାଲାମା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ।
ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ବୁଡ଼ାଗୁଡ଼ା ପଞ୍ଚାୟତର କୁମ୍ଭାରଗୁଡ଼ା ଗ୍ରାମ ପଡ଼ିଆ ଠାରେ ମା ସିତାଲାମା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ ହୋଇଯାଉଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ା ଜିଲ୍ଲା କଳାକାର ମହାସଂଘ ର ସଭାପତି ସନ୍ତୋଷ କୁମାର ବଛା ଓ ସମ୍ମାନିତ ଅତିଥି ଭାବେ କଲ୍ୟାଣସିଂହପୁର ମଣ୍ଡଳ ବିଜେପି କୃଷକ ମୋର୍ଚ୍ଚା ସଭାପତି ଗଙ୍ଗାରାଓ ପ୍ରାସ୍କା , ଯୁବ ନେତା ବିଶ୍ଵନାଥ ହିକକା, ବରିଷ୍ଟ କର୍ମୀ ସିରିପତି ପେରିଶିକା, ଯୁବ କର୍ମୀ ଚକ୍ରଧର ପ୍ରାସ୍କା, ନୀଳକଣ୍ଠ କାଡ୍ରାକା, ସିଡ଼ିକା କାଡ୍ରାକା ଯୋଗ ଦେଇଥିଲେ। ପ୍ରଥମେ ଗ୍ରାମ ଦେବତା ଙ୍କ ଠାରେ ପୂଜାର୍ଚ୍ଚନା କରି ପଡ଼ିଆ ଠାରେ ରିବନ୍ ଫିତା କାଟି ଅତିଥି ଓ ଖେଳାଳୀ ମାନେ ପଡ଼ିଆ ଭିତରକୁ ପ୍ରବେଶ କରିଥିଲେ । ଏମ୍ପାୟର ଦିଲି ହିକକା, ସୁନିଲ୍ କାଡ୍ରାକା ଓ ଅତିଥି ଙ୍କ ଉପସ୍ଥିତିରେ ଟଚ୍ ପଡ଼ିଥିଲା ଯେଉଁଥିରେ ଟଚ୍ ଜିତି କଣ୍ଡାକରା ଟିମ୍ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲେ ଏବଂ ଅଲଣ୍ଡା ଟିମ୍ କୁ ୧୧୧ ରନ୍ ର ଟାର୍ଗେଟ ଦେଇଥିଲେ ଏହି ରନ୍ କୁ ଲକ୍ଷ କରି ମୋଟ ଦଶ ଓଭର୍ ଶେଷ ସୁଦ୍ଧା  ୬୮ ରନ୍ କରି ପରାଜିତ ହୋଇଥିଲେ। କୁମ୍ଭାରଗୁଡ଼ା ଗ୍ରାମର ବିଶିଷ୍ଟ ଭଦ୍ର ବ୍ୟକ୍ତି ହରିହର ହିକକା, ଲାଚିଗା ହିକକା, ନାଇଡ଼ୁ ହିକକା, ୱାର୍ଡ଼ ମେମ୍ବର ଚନ୍ଦ୍ରଦାସ ହିକକା, ସମାଜସେବୀ ତାଉଡ଼ୁ ହିକକା ଓ ଅନ୍ୟ କମିଟି ମେମ୍ବର ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ। ଏହି ଖେଳ ଦେଖିବାକୁ ଆଖପାଖ ଅଞ୍ଚଳର ଅନେକ ଲୋକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *